ଟ୍ରେଜେରୀ ଅଫିସ୍‌ରେ ଲାଗି ଗଲା ନିଆଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 27, 2021

ଟ୍ରେଜେରୀ ଅଫିସ୍‌ରେ ଲାଗି ଗଲା ନିଆଁ

କରଞ୍ଜିଆ (ଦୀପକ କୁମାର ମହନ୍ତ): କରଞ୍ଜିଆ ଟ୍ରେଜେରୀ ଅଫିସ୍‌ରେ ଆଜି ଭୋର୍ ପ୍ରାୟ ୪ଟା ବେଳେ ନିଆଁ ଲାଗି ଯାଇଥିଲା। ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହିତ ଅନେକ କମ୍ପ୍ୟୁଟର ପୋଡ଼ି ନଷ୍ଟ ହୋଇଯାଇଛି।

ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ନିଆଁ କିପରି ଲାଗିଲା ସ୍ପଷ୍ଟ ହୋଇନାହିଁ। ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ତେବେ ସେଠାରେ ୫ରୁ ଅଧିକ ସୁରକ୍ଷା କର୍ମୀ ମୁତୟନ ହୋଇଥିବା ସତ୍ତ୍ୱେ କିପରି ନିଆଁ ଲାଗିଲା, ତାହା ତଦନ୍ତ ସାପେକ୍ଷ।

ଟ୍ରେଜେରୀ ଅଫିସ୍‌ର ଜଣେ କର୍ମଚାରୀ ହେମେନ୍ଦ୍ର ମୁର୍ମୁ କହିଛନ୍ତି ଯେ ସାଢ଼େ ୪ଟା ପାଖାପାଖି ସେ ନିଆଁ ଲାଗିଥିବା ନେଇ ଖବର ପାଇଲେ। ସେତେବେଳେ ସେ ତାଙ୍କ ଘରେ ଥିଲେ। ସେ ପହଞ୍ଚିଲା ବେଳକୁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇ ସାରିଥିଲା। ତେବେ ଅଗ୍ନିକାଣ୍ଡରେ କିଛି କମ୍ପ୍ୟୁଟର, ପ୍ରିଣ୍ଟର, ବହୁ ଫାଇଲପତ୍ର ପୋଡ଼ି ନଷ୍ଟ ହୋଇଯାଇଥିବା ସେ କହିଛନ୍ତି।

The post ଟ୍ରେଜେରୀ ଅଫିସ୍‌ରେ ଲାଗି ଗଲା ନିଆଁ appeared first on Odisha Reporter.



from Odisha Reporter https://ift.tt/3zMmdqf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages