‘ଦୁଷ୍କର୍ମକାରୀଙ୍କୁ ଏନ୍‌କାଉଣ୍ଟର କରିଦେବୁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 15, 2021

‘ଦୁଷ୍କର୍ମକାରୀଙ୍କୁ ଏନ୍‌କାଉଣ୍ଟର କରିଦେବୁ’

ହାଇଦ୍ରାବାଦ: ଏଣିକି ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଆଉ ରକ୍ଷା ନାହିଁ। ଖୋଜି ଖୋଜି ତାଙ୍କୁ ବାହାର କରିବୁ ଆଉ ଏନ୍‌କାଉଣ୍ଟର କରିଦେବୁ। ଏଭଳି କିଛି କଡା ସ୍ୱରରେ କହିଛନ୍ତି ତେଲାଙ୍ଗାନର ଜଣେ ମନ୍ତ୍ରୀ।

ନିକଟରେ ତେଲେଙ୍ଗାନାର ହାଇଦ୍ରାବଦରେ ଏକ ଲଜ୍ଜାଜନକ ଘଟଣା ଘଟିଥିଲା। ଜଣେ ୬ ବର୍ଷୀୟ ନାବାଳିକା ସହ ପ୍ରଥମେ ଦୁଷ୍କର୍ମ ଏବଂ ପରେ ତାକୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ହାଇଦ୍ରାବାଦବାସୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି। ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାକୁ ଚାରିଆଡୁ ଦାବି ହୋଇଛି। ଏହାରି ଭିତରେ ତେଲେଙ୍ଗାନାର ଶ୍ରମ ମନ୍ତ୍ରୀ ଖୁବଶୀଘ୍ର ଦୁଷ୍କର୍ମକାରୀକୁ ଗିରଫ କରି ତାକୁ ଏନ୍‌କାଉଣ୍ଟର କରିଦେବୁ ବୋଲି କହିଛନ୍ତି।

ଖୁବ୍‌ଶୀଘ୍ର ପୀଡିତାଙ୍କୁ ନ୍ୟାୟ ମିଳିବ। ଏନେଇ ଶ୍ରମ ମନ୍ତ୍ରୀ ମଲ୍ଲା ରେଡ୍ଡୀ ପ୍ରତିଶ୍ରୁତି ଦେଇଛନ୍ତି। ଯେଉଁ ଦୁର୍ବୃତ୍ତ ଏଭଳି ନାରକୀୟ କାଣ୍ଡ ଘଟାଇ ହାଇଦ୍ରାବର ଝିଅକୁ ହତ୍ୟା କରିଛି ତାକୁ ଛାଡିବୁ ନାହିଁ। କଠୋର ଦଣ୍ଡ ଦେବୁ। ଅଭୁଯୁକ୍ତକୁ ଆମେ ଗିରଫ କରି ଏନ୍‌କାଉଣ୍ଟର କରିଦେବୁ ବୋଲି ସେ କହିଛନ୍ତି। ଏଥିସହ ସେ ଖୁବଶୀଘ୍ର ପୀଡିତାଙ୍କ ପରିବାରକୁ ଭେଟିବେ ଏବଂ ସେମାନଙ୍କ ସାହାଯ୍ୟ କରିବେ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

ସୂଚନା ଯୋଗ୍ୟ ଯେ, ଗତ ୯ ତାରିଖରେ ହାଇଦ୍ରାବାଦରେ ଜଣେ ୬ ବର୍ଷୀୟ ନାବାଳିକାକୁ ତାଙ୍କ ପଡୋଶୀ ପ୍ରଥମେ ଦୁଷ୍କର୍ମ ଓ ପରେ ତାଙ୍କୁ ହତ୍ୟା କରିଥିଲା। ଏହାପରେ ଏକ ବନ୍ଦ ଘରୁ ପୀଡିତାଙ୍କ ମୃତଦେହ ଜବତ ହୋଇଥିଲା। ଏହି ମାମଲାରେ ପୁଲିସ ଜଣେ ୩୦ ବର୍ଷୀୟ ଯୁବକକୁ ଖୋଜୁଛି। ପୁଲିସର ୧୫ ଜଣିଆ ଟିମ୍‌ ଏହି ବ୍ୟକ୍ତିଙ୍କୁ ସନ୍ଧାନ କରିବାରେ ଲାଗିଛନ୍ତି। ଅଭିଯୁକ୍ତଙ୍କ ନାଁରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ପୁଲିସ ଘୋଷଣା କରିଛି। ସେପଟେ ଏହି ଘଟଣାକୁ ନେଇ ହାଇଦ୍ରାବାଦ ସମେତ ତେଲେଙ୍ଗାନାର ଭିନ୍ନ ଭିନ୍ନ ଅଞ୍ଚଳରେ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି। ପୀଡିତାଙ୍କୁ ନ୍ୟାୟ ଏବଂ ଅଭିଯୁକ୍ତକୁ କଠୋର ଦଣ୍ଡ ଦାବି କରିଛନ୍ତି।

The post ‘ଦୁଷ୍କର୍ମକାରୀଙ୍କୁ ଏନ୍‌କାଉଣ୍ଟର କରିଦେବୁ’ appeared first on Odisha Reporter.



from Odisha Reporter https://ift.tt/2YSVs6F

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages