୨୨ରେ ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ: କାର୍ଡ ବାଣ୍ଟିବେ, ଭେଟି ଦେବେ ୩୦୦କୋଟିର ପ୍ରକଳ୍ପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 18, 2021

୨୨ରେ ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ: କାର୍ଡ ବାଣ୍ଟିବେ, ଭେଟି ଦେବେ ୩୦୦କୋଟିର ପ୍ରକଳ୍ପ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାଲକାନଗିରି ଓ ସୁନ୍ଦରଗଡ଼ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୨ତାରିଖରେ ବଲାଙ୍ଗିର ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବା ସହ ପ୍ରାୟ ୩୦୦କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ବୋଲି ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ କାର୍ଯ୍ୟକ୍ରମ ସରକାରୀ ହୋଇଥିବାବେଳେ ବିଜେଡି ସେଥିରୁ ଫାଇଦା ନେବା ପାଇଁ ୧୫ରୁ ଅଧିକ ମନ୍ତ୍ରୀ ଓ ୩୦ରୁ ଊର୍ଦ୍ଧ୍ୱ ରାଜ୍ୟସ୍ତରୀୟ ନେତାଙ୍କୁ ଜିଲ୍ଲାରେ ମୁତୟନ କରି ଏହି କାର୍ଡ ବଣ୍ଟିବ ବୋଲି ସୂଚନା ମିଳିଛ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଆସନ୍ତା ୨୨ତାରିଖରେ ବଲାଙ୍ଗିର ଗସ୍ତରେ ଯାଇ ୩ଟି ସ୍ଥାନରେ କାର୍ଯ୍ୟକ୍ରମରେ ଯୋଗ ଦେବେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଟିଟିଲାଗଡ଼,ପାଟଣାଗଡ଼ ଓ ବଲାଙ୍ଗିରରେ ମଧ୍ୟ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଭୁବନେଶ୍ୱର ଫେରିବେ ବୋଲି ଜଣାପଡ଼ିଛି। ଟିଟିଲାଗଡ଼ରେ ବିଜୁ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିବେ। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତବେଳେ ପ୍ରାୟ ୩୦୦କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ହେବାର କାର୍ଯ୍ୟକ୍ରମ ରହିଛି। ସୁନ୍ଦରଗଡ଼ ଭଳି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ବିଭିନ୍ନ ବ୍ଲକ ମୁଖ୍ୟାଳୟରେ ସିଧାସଳଖ ପ୍ରସାରଣ ହେବ ଓ ମନ୍ତ୍ରୀମାନେ ସେଠାରେ ସାଧାରଣ ଲୋକମାନଙ୍କ ସହ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି।

ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଉଭୟ ଜିଲ୍ଲା ପ୍ରଶାସନ ଓ ବିଜେଡି ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପଂଚାୟତ ଓ ସାଧାରଣ ନିର୍ବାଚନରେ ଦଳର ପ୍ରଦର୍ଶନ ବଲାଙ୍ଗିର ଜିଲ୍ଲାରେ ଆଶାନୁରୂପ ନଥିବାବେଳେ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମରୁ ଫାଇଦା ନେବାକୁ ବିଜେଡି ଲକ୍ଷ୍ୟ ରଖିଛି। ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ସୁଶାନ୍ତ ସିଂଙ୍କ ବାସଭବନରେ ଏନେଇ ପ୍ରସ୍ତୁତି ବୈଠକ ହୋଇଥିବାବେଳେ ଜିଲ୍ଲାର ମୋଟ ୧୪ଟି ବ୍ଲକ ଓ ୫ଟି ପୌରାଂଚଳରେ ୧୫ରୁ ଅଧିକ ମନ୍ତ୍ରୀଙ୍କୁ ନିୟୋଜିତ କରାଯିବ। ସେମାନଙ୍କୁ ସହଯୋଗ ପାଇଁ ୩୦ରୁ ଅଧିକ ରାଜ୍ୟସ୍ତରୀୟ ନେତାମାନେ ଜିଲ୍ଲାରେ ୩ରୁ ୪ଦିନ ଡେରା ପକାଇ ଏହି ସ୍ମାର୍ଟ କାର୍ଡ ବାଣ୍ଟିବେ ବୋଲି ସୂଚନା ମିଳିଛି। ଆଗକୁ ପଂଚାୟତ ଓ ପୌର ନିର୍ବାଚନ ଥିବାରୁ ବିଜେଡି ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ଆୟୋଜନ ହୋଇଥିବା ଜଣାପଡ଼ିଛି।

The post ୨୨ରେ ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ: କାର୍ଡ ବାଣ୍ଟିବେ, ଭେଟି ଦେବେ ୩୦୦କୋଟିର ପ୍ରକଳ୍ପ appeared first on Odisha Reporter.



from Odisha Reporter https://ift.tt/3hO6sJk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages