‘ସ୍ୱାମୀଙ୍କୁ ବଞ୍ଚାଇବାକୁ କ’ଣ ଚେଷ୍ଟା କରିଥିଲ’ ଆଜି ବିଦ୍ୟାଙ୍କୁ ପଚାରିବ କ୍ରାଇମବ୍ରାଞ୍ଚ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 1, 2021

‘ସ୍ୱାମୀଙ୍କୁ ବଞ୍ଚାଇବାକୁ କ’ଣ ଚେଷ୍ଟା କରିଥିଲ’ ଆଜି ବିଦ୍ୟାଙ୍କୁ ପଚାରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ACF ସୌମ୍ୟରଂଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଆଜି ତାଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ । ସୌମ୍ୟଙ୍କ ଦେହରେ କେମିତି ନିଆଁ ଲାଗିଲା, କାହିଁକି ତାଙ୍କୁ ନିଆଁ ଦାଉରୁ ରକ୍ଷା କରାଯାଇ ପାରିଲା ନାହିଁ, ସୌମ୍ୟଙ୍କୁ ରକ୍ଷା କରିବାକୁ ବିଦ୍ୟାଭାରତୀ କ’ଣ ଚେଷ୍ଟା କରିଥିଲେ, ଏପରି ପ୍ରଶ୍ନକୁ ନେଇ ବିଦ୍ୟାଙ୍କୁ ଜେରା କରିପାରେ କ୍ରାଇମବ୍ରାଞ୍ଚ ।

କେବଳ ସେତିକି ନୁହେଁ,  ସ୍ୱାମୀ-ସ୍ତ୍ରୀଙ୍କ ଭିତରେ କେମିତି ସମ୍ପର୍କ ଥିଲା, ସ୍ୱାମୀ-ସ୍ତ୍ରୀଙ୍କ ବୈବାହିକ ସମ୍ପର୍କ ଭିତରେ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କ ଭୂମିକା କଣ, ଶ୍ୱଶୂରଙ୍କ ପରିବାର ଯେଉଁ ଅଭିଯୋଗ କରୁଛନ୍ତି, ତାକୁ ନେଇ ବିଦ୍ୟାଭାରତୀଙ୍କ ପ୍ରତିକ୍ରିୟା କଣ, ସୌମ୍ୟଙ୍କ ଉପରେ ଡିଏଫ୍ଓ କିଛି ଚାପ ପକାଉଥିଲେ କି, ଏସବୁ ପ୍ରଶ୍ନର ଉତ୍ତର ଖୋଜିପାରେ କ୍ରାଇମବ୍ରାଞ୍ଚ ।

ସେପଟେ ନାନା କଳ୍ପନା ଜଳ୍ପନା ଭିତରେ ଗତକାଲି ସୌମ୍ୟଙ୍କ ପରିବାର ଲୋକଙ୍କୁ ପଚରାଉଚରା କରାଯାଇଛି। କ୍ରାଇମବ୍ରାଞ୍ଚ ଡିଏସ୍‌ପି ଜ୍ଞାନରଂଜନ ମିଶ୍ରଙ୍କ ନେତୃତ୍ୱରେ ଯାଇଥିବା ୪ ଜଣିଆ ଟିମ ସୌମ୍ୟଙ୍କ ଘର ବାଲେଶ୍ୱର ଜିଲ୍ଲା ଖଇରାରେ ପହଞ୍ଚିଥିଲେ। ସେମାନେ ସେଠାରେ ସୌମ୍ୟଙ୍କ ବାପା, ମାଆ, ଭାଇ ଓ ମାମୁଙ୍କୁ ମାମଲା ସମ୍ପର୍କରେ ବିସ୍ତୃତ ଭାବେ ପଚରାଉଚରା କରିବା ସହ ସେମାନଙ୍କ ଅଭିଯୋଗକୁ ରେକର୍ଡ କରିଥିବା ଜଣାଯାଇଛି। ତଦନ୍ତକାରୀ ଟିମ୍‌।

ଦୀର୍ଘ ସାଢ଼େ ୩ ଘଣ୍ଟାର ପଚରାଉଚରା ବେଳେ ତଦନ୍ତକାରୀ ଟିମ୍‌ ଆଗରେ ଅଭିଯୋଗ ଦୋହରାଇଛନ୍ତି ସୌମ୍ୟଙ୍କ ପରିବାର ଲୋକେ। ପୁଅର ମୃତ୍ୟୁ ପାଇଁ ବୋହୂ ବିଦ୍ୟାଭାରତୀ, ଡିଏଫ୍‌ଓ ଓ ରୋଷେୟା ଦାୟୀ ବୋଲି କହିଛନ୍ତି। ବୋହୂ ବିଦ୍ୟାଭାରତୀ ଓ ଡିଏଫଙ୍କ ମଧ୍ୟ ଅନୈତିକ ସମ୍ପର୍କ ଥିବା ସେମାନେ ପୁଣି ଦାବି କରିଛନ୍ତି। ସୌମ୍ୟ ମୃତ୍ୟୁ ଘଟଣାରେ କିଛି ରହସ୍ୟଜନକ ଦିଗ ସଂପର୍କରେ ମଧ୍ୟ ସେମାନେ କ୍ରାଇମବ୍ରାଞ୍ଚ ଟିମ୍‌କୁ କହିଛନ୍ତି। ବୋହୂ ବିଦ୍ୟାଭାରତୀଙ୍କୁ ଗିରଫ ନକରାଯିବା ଯାଏଁ ଘଟଣାର ସତ ପଦାକୁ ଆସିବ ନାହିଁ ବୋଲି କହିଛନ୍ତି ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର।

ସୂଚନାଯୋଗ୍ୟ,  ACF ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାକୁ ପ୍ରଥମେ ପୁଲିସ୍‌ ତଦନ୍ତ କରୁଥିବା ବେଳେ ପୁଲିସ୍‌ର ତଦନ୍ତ ପ୍ରକ୍ରିୟାକୁ ନେଇ ସୌମ୍ୟଙ୍କ ପରିବାର ଲୋକେ ସନ୍ଦେହ ପ୍ରକଟ କରିଥିଲେ। ଏପରିକି ଆତ୍ମାହୂତି ଦେବେ ବୋଲି ଧମକ ଦେଇଥିଲେ। ଏହା ପରେ ଡିଜିପି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଗତମାସ ୧୪ ତାରିଖରେ କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ ଆରମ୍ଭ କରିଥିଲା। ପ୍ରଥମ ପର୍ଯ୍ୟାୟରେ କ୍ରାଇମବ୍ରାଞ୍ଚ ରୋଷେୟା, ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଓ ଥାନା ଅଧିକାରୀ ମମତା ପଣ୍ଡାଙ୍କୁ ଘନ ଘନ ଜେରା କରିଥିଲା। ଏହା ପରେ ଚୁପ ବସି ଯାଇଥିଲା। ଆସନ୍ତାକାଲି କ୍ରାଇମବ୍ରାଞ୍ଚ ବିଦ୍ୟାଭାରତୀଙ୍କୁ ଜେରା କଲା ପରେ ସୌମ୍ୟ ମୃତ୍ୟୁ ଉପରୁ ରହସ୍ୟ ହଟିବ ବୋଲି ଅନୁମାନ କରାଯାଇଛି।।

ତେବେ କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ସମ୍ପୂର୍ଣ୍ଣ ଆସ୍ଥା ପ୍ରକଟ କରିପାରୁ ନାହାନ୍ତି ସୌମ୍ୟଙ୍କ ବାପା।    କ୍ରାଇମବ୍ରାଞ୍ଚ ଟିମ୍‌ ଆସୁଥିବା ନେଇ ତାଙ୍କୁ କୌଣସି ସୂଚନା ଦିଆଯାଇ ନ ଥିବା ଗତକାଲି କହିଥିଲେ  ସୌମ୍ୟଙ୍କ ବାପା  ।  ଏଥିସହ  ସେ କାହା ନିର୍ଦ୍ଦେଶରେ ଆସୁଛନ୍ତି ଆମେ ଜାଣିନୁ। ପୁଅ ଯିବାର ୫୦ ଦିନ ପରେ ବି ହାତ ଖାଲି। କ୍ରାଇମବ୍ରାଞ୍ଚ ଉପରେ ସମ୍ପୂର୍ଣ୍ଣ ଭରସା ପାଉନି ବୋଲି ସେ ଗଣମାଧ୍ୟମକୁ କହିଥିଲେ।

ଏଥିସହ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର  କହିଥିଲେ, ପ୍ରଥମ ୮-୧୦ ଦିନ କ୍ରାଇମବ୍ରାଞ୍ଚ ଟିମ୍‌ ଠିକ୍‌ ଭାବେ ତଦନ୍ତ କଲେ। ଭାବିଥିଲୁ ନ୍ୟାୟ ପାଇବୁ। କିନ୍ତୁ ଏହାପରେ ବସିଗଲେ । ପଚାରିବାରୁ କହିଲେ  ଆମକୁ ଉପରୁ ନିର୍ଦ୍ଦେଶ ନାହିଁ ।

The post ‘ସ୍ୱାମୀଙ୍କୁ ବଞ୍ଚାଇବାକୁ କ’ଣ ଚେଷ୍ଟା କରିଥିଲ’ ଆଜି ବିଦ୍ୟାଙ୍କୁ ପଚାରିବ କ୍ରାଇମବ୍ରାଞ୍ଚ appeared first on Odisha Reporter.



from Odisha Reporter https://ift.tt/3jACQ3e

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages