ଦୁଷ୍କର୍ମ ଅଭିଯୋଗ, ଗିରଫ ହେଲେ ବାୟୁସେନା ଅଧିକାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 27, 2021

ଦୁଷ୍କର୍ମ ଅଭିଯୋଗ, ଗିରଫ ହେଲେ ବାୟୁସେନା ଅଧିକାରୀ

କୋଏମ୍ବଟୁର: ବାୟୁସେନା ଅଧିକାରୀଙ୍କ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ। ଜଣେ ୨୯ ବର୍ଷୀୟ ମହିଳା ଅଧିକାରୀଙ୍କ ସହ ସେ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି।

ଅଭିଯୋଗ ଆଧାରରେ ତାମିଲନାଡୁ କଏମ୍ବଟୁର ଜିଲ୍ଲାରେ ବାୟୁସେନାର ଜଣେ ଲେଫ୍ଟନାଣ୍ଟଙ୍କୁ ଗିରଫ କରାଯାଇଛି। ରବିବାର ଗାନ୍ଧିପୁର ଅଲ୍‌ ୱୁମେନ୍‌ ପୁଲିସ ତାଙ୍କୁ ଗିରଫ କରିଛି। ଏହି ବାୟୁସେନା ଅଧିକାରୀ ଜଣକ କୋଏମ୍ବଟୁର ଏୟରଫୋର୍ସ କଲେଜରେ ଟ୍ରେନିଂ ଦେଉଥିଲେ।

ପୁଲସ ସୂଚନା ମୁତାବକ, ଅଗଷ୍ଟ ମାସରେ ସାରା ଭାରତରୁ କଏମ୍ବଟୁର ଏୟରଫୋର୍ସ କଲେଜରେ ଟ୍ରେନିଂ ନେବା ପାଇଁ ୩୦ ଏୟାରଫୋର୍ସ ଅଫିସର ପହଞ୍ଚିଥିଲେ। ୨୯ ବର୍ଷୀୟ ମହିଳା ବାୟୁସେନା ଅଧିକାରୀଙ୍କ କହିବାନୁସାରେ, ସେପ୍ଟେମ୍ବର ୧୦ରେ ବାସ୍କେଟବଲ ଖେଳୁଥିବାବେଳେ ତାଙ୍କ ଗୋଡ଼ରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ପରେ ସେ ଔଷଧ ଖାଇ ଶୋଇବାକୁ ଯାଇଥିଲେ।

ତେବେ ମଧ୍ୟରାତ୍ରିରେ ତାଙ୍କ ଆଖି ଖୋଲିଲା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାଙ୍କ ଦେହରେ କୌଣସି ପୋଷାକ ନଥିଲା। ଅଭିଯୁକ୍ତ ଅଧିକାରୀ ମଧ୍ୟ ତାଙ୍କ ସାମ୍ନାରେ ବିନା ପୋଷାକରେ ଉପସ୍ଥିତ ଥିଲେ। ତାଙ୍କ ସହ ସେ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଛନ୍ତି।

ଏନେଇ ମହିଳା ଅଫିସର ଜଣକ ତାଙ୍କର ବରିଷ୍ଠ ଅଧିକାରୀଙ୍କୁ ସୂଚନା ଦେଇଥିଲେ। କିନ୍ତୁ ଅଭିଯୁକ୍ତ ଅଫିସରଙ୍କ ବିରୋଧରେ କୌଣସି ଆକ୍ସନ ନନିଆଯିବାରୁ ସେ ବାଧ୍ୟ ହୋଇ କୋଏମ୍ବଟୁର ସିଟି ପୁଲିସ କମିଶନରଙ୍କ ନିକଟରେ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ ପରେ ବାୟୁସେନା ଲେଫ୍ଟନାଣ୍ଟଙ୍କୁ ଗିରଫ କରାଯାଇଛି।

The post ଦୁଷ୍କର୍ମ ଅଭିଯୋଗ, ଗିରଫ ହେଲେ ବାୟୁସେନା ଅଧିକାରୀ appeared first on Odisha Reporter.



from Odisha Reporter https://ift.tt/3kKxH9r

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages