ଟୋକିଓରେ ଇତିହାସ, ୧୯ ପଦକ ସହ ଅଭିଯାନ ଶେଷ କଲା ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 5, 2021

ଟୋକିଓରେ ଇତିହାସ, ୧୯ ପଦକ ସହ ଅଭିଯାନ ଶେଷ କଲା ଭାରତ

ଟୋକିଓ: ୧୩ ଦିନ ଧରି ଚାଲିଥିବା ଟୋକିଓ ପାରାଲିମ୍ପିକ୍ସରେ ଇତିହାସ ରଚିଛି ଭାରତ। ଏଥର ଭାରତ ରେକର୍ଡ ୧୯ ପଦକ ସହ ସ୍ୱଦେଶ ଫେରିଛି, ଯାହାକି ପାରାଲିମ୍ପିକ୍ସରେ ସର୍ବଶ୍ରେଷ୍ଠ। ଏହା ପୂର୍ବରୁ ୨୦୧୬ ରିଓ ପାରାଲିମ୍ପିକ୍ସରେ ଭାରତ ୪ ପଦକ ଜିତିଥିଲା। କିନ୍ତୁ ଟୋକିଓରେ ଭାରତ ଏହା ଠାରୁ ପାଞ୍ଚ ଗୁଣା ଅଧିକ ପଦକ ହାସଲ କରିଛି। ଭାରତ ୫ ସ୍ୱର୍ଣ୍ଣ, ୮ ରୌପ୍ୟ ଓ ୬ ବ୍ରୋଞ୍ଜ ସହ ମୋଟ ୧୯ ପଦକ ଜିତି ପାରା ଗେମ୍ସରେ ୨୫ତମ ସ୍ଥାନ ହାସଲ କରିଛି।

ପାରାଲିମ୍ପିକ୍ସରେ ୧୯ ପଦକ କୌଣସି ବିଶ୍ୱସ୍ତରୀୟ ଇଭେଣ୍ଟରେ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ। ୨୦୧୮ ଗ୍ରୀଷ୍ମକାଳୀନ ୟୁଥ୍ ଅଲିମ୍ପିକ୍ସରେ ଭାରତ ୧୩ ପଦକ ଜିତିଥିଲା। ତେଣୁ ପାରା ଆଥଲେଟମାନେ ସବୁ ରେକର୍ଡକୁ ପଛରେ ପକାଇ ନୂଆ ଇତିହାସ ରଚିଛନ୍ତି। ଗତ ପାରାଲିମ୍ପିକ୍ସ ତୁଳନାରେ ଭାରତ ଏଥର ଅଧିକ ୧୫ ପଦକ ଜିତି ତାଲିକାର ୨୫ତମ ସ୍ଥାନରେ ଅଭିଯାନ ଶେଷ କରିଛି। ୧୯୬୮ରୁ ୨୦୧୬ ପର୍ଯ୍ୟନ୍ତ ଆୟୋଜିତ ପାରାଲିମ୍ପିକ୍ସରେ ଭାରତ ମୋଟ ୧୨ ପଦକ ଜିତିଥିଲା। କିନ୍ତୁ ଏଥର ଭାରତ ସବୁ ରେକର୍ଡକୁ ପଛରେ ପକାଇ ଦେଇଛି।

ଚଳିତ କ୍ରୀଡ଼ାକୁ ଭାରତ ୫୪ ଜଣିଆ ମଜଭୁତ୍ ଦଳ ପଠାଇଥିଲା। ତେବେ ପାରା ଆଥଲେଟ୍ ଆଶଠାରୁ ଅଧିକ ଭଲ ପ୍ରଦର୍ଶନ କରି ଦେଶକୁ ଗୌରବାନ୍ୱିତ କରିଛନ୍ତି। ଟେବୁଲ୍ ଟେନିସରେ ଭାରତ ପାଇଁ ଖାତା ଖୋଲିଥିବା ଭାବିନାବେନ୍ ପଟେଲ। ସେ ରୌପ୍ୟ ପଦକ ଜିତି ଅଭିଯାନ ଆରମ୍ଭ କରିଥିଲେ। କିନ୍ତୁ ବ୍ୟାଡମିଣ୍ଟନରେ ଭାରତ ଦୁଇଟି ପଦକ ଜିତି ଟୋକିଓ ଯାତ୍ରା ଶେଷ କରିଛି। ରବିବାର ଶେଷ ଦିନରେ କ୍ରିଷ୍ଣା ନାଗର ପୁରୁଷ ସିଙ୍ଗଲ୍ସ ଏସଏଚ୍-୬ ବର୍ଗରେ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଏସଏଲ୍-୪ ବର୍ଗରେ ଆଇଏଏସ୍ ଅଫିସର୍ ସୁହାସ ୟଥିରାଜ ରୌପ୍ୟ ପଦକ ଜିତିଛନ୍ତି।

ଚଳିତ ଗେମ୍ସରେ ଭାରତର ଦୁଇ ପାରାଆଥଲେଟ୍ ଡବଲ୍ ମେଡାଲୋ ମଧ୍ୟ ଜିତିଛନ୍ତି। ଅବନୀ ଲଖେରା ଶୁଟିଂରେ ସ୍ୱର୍ଣ୍ଣ ଓ ବ୍ରୋଞ୍ଜ ପଦକ ଜିତିଥିବା ବେଳେ ସିଂହରାଜ ଶୁଟିଂରେ ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଛନ୍ତି। ପ୍ରଥମଥର କୌଣସି ଭାରତୀୟ ପାରାଆଥଲେଟ୍ ଗୋଟିଏ କ୍ରୀଡ଼ାରେ ଦୁଇଟି ପଦକ ଜିତିବାର ଗୌରବ ଅର୍ଜନ କରିଛନ୍ତି।

ରବିବାର ଉଦଯାପନୀ ସମାରୋହରେ ଅବନୀ ଭାରତର ଧ୍ୱଜାବାହକ ହେବ, ଯିଏ ପ୍ରଥମ ମହିଳା ଭାବେ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଚଳିତ ଗେମ୍ସରେ ଭାରତକୁ ଅଧିକ ସଫଳତା ମିଳିଛି ଆଥଲେଟିକ୍ସରେ। ଭାରତ ଆଥଲେଟିକ୍ସରେ ମୋଟ ୮ ପଦକ ଜିତିଥିବା ବେଳେ ଶୁଟିଂରେ ୫, ବ୍ୟାଡମିଣ୍ଟନରେ ୪, ଆର୍ଚେରୀ ଓ ଟେବୁଲ୍ ଟେନିସରେ ଗୋଟିଏ ଲେଖାଏ ପଦକ ଜିତିଛି।

ଟୋକିଓ ପାରାଲିମ୍ପିକ୍ସରେ ଭାରତର ପଦକ ବିଜେତା

ସ୍ୱର୍ଣ୍ଣ ପଦକ
ଅବନୀ ଲଖେରା: (ମହିଳା ୧୦ ମିଟର୍ ଏୟାର୍ ରାଇଫଲ୍ ଷ୍ଟାଣ୍ଡିଙ୍ଗ୍ ଏସଏଚ୍-୧)
ପ୍ରମୋଦ ଭଗତ: (ପୁରୁଷ ସିଙ୍ଗଲ୍ସ ଏସଏଲ୍-୩ ବ୍ୟାଡମିଣ୍ଟନ)
କ୍ରିଷ୍ଣା ନାଗର୍: (ପୁରୁଷ ସିଙ୍ଗଲ୍ସ ଏସଏଚ୍-୬ ବ୍ୟାଡମିଣ୍ଟନ)
ସୁମିତ୍ ଅନ୍ତିଲ: (ପୁରୁଷ ଜାଭେଲିନ୍ ଥ୍ରୋ’ ଏଫ୍-୬୪)
ମନିଷ ନରୱାଲ୍: (ମିକ୍ସଡ୍ ୫୦ ମିଟର୍ ପିସ୍ତଲ ଏସଏଚ୍-୧)

ରୌପ୍ୟ ପଦକ
ଭାବିନାବେନ୍ ପଟେଲ୍: ମହିଳା ସିଙ୍ଗଲ୍ସ କ୍ଲାସ୍-୪ ଟେବୁଲ୍ ଟେନିସ୍
ସିଂହରାଜ: ମିକ୍ସଡ୍ ୫୦ ମିଟର୍ ପିସ୍ତଲ୍ ଏସଏଚ୍-୧
ଯୋଗେଶ କଥୁନିୟା: ପୁରୁଷ ଡିସକସ୍ ଏଫ୍-୫୬
ନିଶଦ କୁମାର: ପୁରୁଷ ହାଇ ଜମ୍ପ ଟି-୪୭
ମରିୟପ୍ପନ ଥଙ୍ଗାଭେଲୁ: ପୁରୁଷ ହାଇ ଜମ୍ପ ଟି-୬୩
ପ୍ରବୀଣ କୁମାର: ପୁରୁଷ ହାଇ ଜମ୍ପ ଟି-୬୪
ଦେବେନ୍ଦ୍ର ଝାଝାରିଆ: ପୁରୁଷ ଜାଭେଲିନ୍ ଏଫ୍-୪୬
ସୁହାସ ୟଥିରାଜ: ପୁରୁଷ ସିଙ୍ଗଲ୍ସ ବ୍ୟାଡମିଣ୍ଟନ୍ ଏସଏଲ୍-୪

ବ୍ରୋଞ୍ଜ ପଦକ
ଅବବୀ ଲଖେରା: ମହିଳା ୫୦ ମିଟର ରାଇଫଲ୍ ଥ୍ରୀ ପୋଜିସନ୍ ଏସଏଚ୍-୧
ହରବିନ୍ଦର ସିଂହ: ପୁରୁଷ ବ୍ୟକ୍ତିଗତ ରିକର୍ଭ ଆର୍ଚେରୀ
ଶରଦ କୁମାର: ପୁରୁଷ ହାଇ ଜମ୍ପ ଟି-୬୩
ସୁନ୍ଦର ସିଂହ ଗୁର୍ଜର: ପୁରୁଷ ଜାଭେଲିନ୍ ଥ୍ରୋ’ ଏଫ୍-୪୬
ମନୋଜ ସରକାର: ପୁରୁଷ ସିଙ୍ଗଲ୍ସ ବ୍ୟାଡମିଣ୍ଟନ୍ ଏସଏଲ୍-୩
ସିଂହରାଜ: ପୁରୁଷ ୧୦ ମିଟର୍ ଏୟାର୍ ପିସ୍ତଲ ଏସଏଚ୍-୧

The post ଟୋକିଓରେ ଇତିହାସ, ୧୯ ପଦକ ସହ ଅଭିଯାନ ଶେଷ କଲା ଭାରତ appeared first on Odisha Reporter.



from Odisha Reporter https://ift.tt/3n4ywvt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages