କୋଲକାତା: ବିଜେପି ସାଂସଦଙ୍କ ଘର ଉପରକୁ ପୁଣି ହୋଇଛି ବୋମା ମାଡ। ପଶ୍ଚିମବଙ୍ଗ ଉତ୍ତର ୨୪ ପରଗନାର ବେରକପୁର ବିଜେପି ସାଂସଦ ଅର୍ଜୁନ ସିଂହଙ୍କ ଘର ଉପରକୁ ଆଜି ପୁଣି ଥରେ ବୋମା ମାଡ଼ ହୋଇଛି। କିଛି ଦୁର୍ବୃତ୍ତ ତାଙ୍କ ଘର ପଛପଟକୁ ବୋମା ମାଡ଼ କରିଥିବା ଜଣାପଡିଛି। ଏହି କାରଣରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ବୋମା ବିସ୍ଫୋରଣ ଘଟଣା ପରେ ପୁଲିସ ଓ ପ୍ରଶାସନର ଭୂମିକା ଉପରେ ପ୍ରଶ୍ନ ଉଠିଛି।
ପୁଲିସ ସୂଚନାନୁସାରେ, ଆଜି ସକାଳ ୯ଟାରେ ଅର୍ଜୁନ ସିଂଙ୍କ ଘର ପଛ ପଟକୁ କିଛି ଦୁର୍ବୃତ୍ତ ବୋମା ମାଡ଼ କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ହତ୍ୟା ଉଦ୍ୟମ, ଅପରାଧ ଏବଂ ବିସ୍ଫୋରକ ଆଇନ ଅନୁଯାୟୀ ଏହି ମାମଲାରେ ଏକ ମାମଲା ରୁଜୁ ହୋଇଛି। ବୋମା ବିସ୍ଫୋରଣ ଘଟଣା ପରେ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଘରର ଆଖପାଖ ଅଞ୍ଚଳରେ ଛାନ୍ଭିନ୍ ଜାରି ରଖିଛି।
ଉଲ୍ଲେଖ ଯୋଗ୍ୟ ଯେ, ପୂର୍ବରୁ ଗତ ୮ ତାରିଖରେ ବିଜେପି ସାଂସଦଙ୍କ ଘର ଉପରକୁ ବୋମା ମାଡ ହୋଇଥିଲା। ତାଙ୍କ ଘରର କବାଟ ଉପରକୁ ଦୁର୍ବୃତ୍ତମାନେ ଦୁଇଟି ବୋମା ମାଡ କରିଥିଲେ। ଏଥିସହ ସିଆଇଏସ୍ଏଫ୍ ଯବାନ ମୁତୟନ ହୋଇଥିବା ସ୍ଥାନ ଉପରକୁ ମଧ୍ୟ ବୋମା ଫିଙ୍ଗିଥିଲେ। ଏହି ସମୟରେ ବେରକପୁର ସାଂସଦ ଘରେ ଉପସ୍ଥିତ ନଥିଲେ। ଏହି ଘଟଣାର ତଦନ୍ତ ଏନ୍ଆଇଏ କରୁଛି।
ଭବନୀପୁରରେ ଭୋଟ୍ ଦେବାର ଦାୟିତ୍ୱ ପାଇବା ପରେ ତାଙ୍କୁ ଡରାଇବା ଏବଂ ଧମକାଇବା ପାଇଁ ଏହି ଆକ୍ରମଣ କରାଯାଇଥିବା ବିଜେପି ସାଂସଦ ଦାବି କରିଥିଲେ। ବିଜେପି ରାଜ୍ୟ ସଭାପତି ଦିଲୀପ ଘୋଷ ମଧ୍ୟ ଉକ୍ତ ବୋମା ବିସ୍ଫୋରଣରେ ପଛରେ ତ୍ରୁଣମୂଳ କଂଗ୍ରେସର ହାତ ଥିବା ଅଭିଯୋଗ ଆଣିଥିଲେ। ।
The post ବିଜେପି ସାଂସଦଙ୍କ ଘର ଉପରକୁ ପୁଣି ବୋମା ମାଡ଼ appeared first on Odisha Reporter.
from Odisha Reporter https://ift.tt/3AbiyDs
No comments:
Post a Comment