ଅହମଦାବାଦ: ହେରୋଇନ୍ ଚୋରାଚାଲାଣର ସବୁଠାରୁ ବଡ଼ ରାକେଟର ପର୍ଦ୍ଦାଫାସ ହୋଇଛି। ସୁରକ୍ଷା ଅଧିକାରୀମାନେ ଗୁଜରାଟର ଗୋଟିଏ ବନ୍ଦରରୁ ପ୍ରାୟ ୩ ଟନ୍ ଓଜନର ହେରୋଇନ ଜବତ କରିଛନ୍ତି। ଏହାର ବଜାର ମୂଲ୍ୟ ପ୍ରାୟ ୨ ହଜାର କୋଟି ଟଙ୍କା ହେବ। ଏହି ନିଶାଦ୍ରବ୍ୟ ଆଫଗାନିସ୍ତାନରୁ ସମୁଦ୍ର ପଥରେ ଭାରତର ଗୁଜରାଟରେ ପହଞ୍ଚିଥିଲା। ଏହାପରେ ବିଭିନ୍ନ ସ୍ଥାନକୁ ଏହା ଚାଲାଣ ହୋଇଥାଆନ୍ତା। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗୁଜରାଟର ମୁନ୍ଦ୍ରା ବନ୍ଦରରୁ ଏପରି ବିପୁଳ ପରିମାଣର ହେରୋଇନ ଜବତ ହୋଇଛି। ଦୁଇଟି କଣ୍ଟେନରରେ ଏଗୁଡ଼ିକ ରଖା ଯାଇଥିଲା। ଗୁଇନ୍ଦା ସୂଚନା ଆଧାରରେ ଡିଆରଆଇର ଅଧିକାରୀମାନେ ବନ୍ଦରରେ ଛାନଭିନ କରୁଥିଲେ। ଏହି ସମୟରେ ତାଲକ ଲେଖାଯାଇଥିବା କଣ୍ଟେନରକୁ ଯାଞ୍ଚ କରିବା ବେଳେ ତା’ ମଧ୍ୟରୁ ପ୍ରାୟ ୩ ଟନର ହେରୋଇନ ମିଳିଛି।
ଗୋଟିଏ କଣ୍ଟେନରେ ୨ହଜାର କେଜିରେ ହେରୋଇନ ଥିବା ବେଳେ ଅନ୍ୟଟିରେ ୧ ହଜାର କେଜି ଓଜନର ହେରୋଇନ ରହିଥିଲା। ଏଗୁଡ଼ିକ ଆଫଗାନିସ୍ତାନରୁ ପ୍ରଥମେ ଇରାନର ଗୋଟିଏ ବନ୍ଦରକୁ ଯାଇଥିଲା। ଏହାପରେ ସେଠାରୁ ସମୁଦ୍ର ପଥରେ ଗୁଜରାଟ ଆସିଥିଲା।
ହେରୋଇନ ଚୋରାଚାଲାଣ ଘଟଣାରେ ବର୍ତ୍ତମାନ ସୁରକ୍ଷା ଅଧିକାରୀମାନେ ଦିଲ୍ଲୀ, ଅହମଦାବାଦ, ଚେନ୍ନାଇ, ଗାନ୍ଧିଧାମ ଓ ମାଣ୍ଡଭୀରେ ସର୍ଚ୍ଚ ଅପରେସନ କରୁଛନ୍ତି। କଣ୍ଟେନରକୁ ଜବତ କରାଯାଇଛି। ଏଥିରୁ ମିଳିଥିବା ହେରୋଇନ ଗୁଡ଼ିକର ବଜାର ମୂଲ୍ୟ ୧୯,୯୦୦ କୋଟି ଟଙ୍କା ହେବ ବୋଲି ଡିଆରଆଇ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ଆଫଗାନରେ ହେରୋଇନ ଉତ୍ପାଦନ କରାଯାଏ। ବିଶ୍ୱର ପ୍ରାୟ ୮୦ରୁ ୯୦ ଭାଗ ହେରୋଇନ ଆଫଗାନରୁ ରପ୍ତାନୀ ହୋଇଥାଏ। ତାଲିବାନ ସହାୟତାରେ ଏହି ନିଶାଦ୍ରବ୍ୟର ଉତ୍ପାଦନ ଦେଶରେ ଏବେ ବଢ଼ିବାରେ ଲାଗିଛି।
The post ଜବତ ହେଲା ୨ ହଜାର କୋଟି ଟଙ୍କାର ହେରୋଇନ୍ appeared first on Odisha Reporter.
from Odisha Reporter https://ift.tt/3EBSLXK
No comments:
Post a Comment