ବର୍ଷା ନେଇଗଲା ଦୁଇ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 12, 2021

ବର୍ଷା ନେଇଗଲା ଦୁଇ ଜୀବନ

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): ଲଗାଣ ବର୍ଷା ଯୋଗୁ କେନ୍ଦ୍ରାପଡ଼ା ଜିଲ୍ଲାରେ କାନ୍ଥ ଭୁଶୁଡ଼ି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି।  ମୃତକ ଦ୍ୱୟ ବୃଦ୍ଧବୃଦ୍ଧା ବୋଲି ଜଣାପଡ଼ିଛି। ବୃଦ୍ଧ ଜଣଙ୍କ ହେଲେ ଅଭୟ ମହାପାତ୍ର।  ତାଙ୍କ ଘର ପାଟକୁରା ଥାନା ଅନ୍ତର୍ଗତ ବଡ଼ବେତର ଗାଁରେ। ତାଙ୍କୁ ୬୨ ବର୍ଷ ହୋଇଥିଲା।  ବୃଦ୍ଧା ଜଣଙ୍କ ହେଲେ ନର୍ମଦା ପୃଷ୍ଟି। ତାଙ୍କ ଘର ନିକିରାଇ ଥାନା ଅନ୍ତର୍ଗତ ବେଣୀପୁର ଢିଅସାହି ଗାଁରେ।

ନର୍ମଦା ଓ ଅଭୟ ରାତିରେ ଘରେ ଶୋଇଥିଲେ। ଏହି ସମୟରେ ସେମାନଙ୍କ ଉପରେ କାନ୍ଥ ଭୁଶୁଡି ପଡ଼ିଥିଲା। ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା। ଏବେବି ଉକ୍ତ ଅଞ୍ଚଳରେ ବର୍ଷା ଜାରି ରହିଛି।

ଲଘୁଚାପ ଫଳରେ ରାଜ୍ୟରେ ଦୁଇ ଦିନ ହେବ ବର୍ଷା ଲାଗି ରହିଛି। ପୁରୀରେ ସର୍ବାଧିକ ୩୨୯ ମିମି ବର୍ଷା  ହୋଇଥିବା ବେଳେ ପାରାଦୀପରେ ୨୧୮ ମିମି, ଭୁବନେଶ୍ୱରରେ ୧୯୫, ବାଲେଶ୍ୱରରେ ୨୪ ମିମି, ଗୋପାଳପୁରରେ ୬୪ ମିମି ଓ ଚାନ୍ଦବାଲିରେ ୪୬ ମିମି ବର୍ଷା ରେକର୍ଡ କରାଯାଇଛି।

ଅନ୍ୟପକ୍ଷରେ ଲଘୁଚାପ ଅବପାତର ରୂପ ନେବା ପରେ ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇ ଚାନ୍ଦବାଲି ଦେଇ ଆଜି ଭୋରରୁ ସ୍ଥଳପଥ ଅତିକ୍ରମ କରିଛି।  ଆଜି ଦିନ ତମାମ ୭ ଜିଲ୍ଲାରେ ଅତି ପ୍ରବଳ ବର୍ଷା ଲାଗି ରହିବ। ସେହି ଜିଲ୍ଲା ଗୁଡ଼ିକ ହେଉଛି-  ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ ଓ ନୟାଗଡ଼।

 

The post ବର୍ଷା ନେଇଗଲା ଦୁଇ ଜୀବନ appeared first on Odisha Reporter.



from Odisha Reporter https://ift.tt/390B3hR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages