୧୪ ଦିନିଆ ରିମାଣ୍ଡରେ ଗଲେ ଗିରଫ ୬ ଆତଙ୍କବାଦୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 14, 2021

୧୪ ଦିନିଆ ରିମାଣ୍ଡରେ ଗଲେ ଗିରଫ ୬ ଆତଙ୍କବାଦୀ

ନୂଆଦିଲ୍ଲୀ: ରିମାଣ୍ଡରେ ଗଲେ ଦେଶକୁ ଦୋହଲାଇବା ପାଇଁ ଷଡ଼ଯନ୍ତ୍ର ରଚିଥିବା ୬ ଆତଙ୍କବାଦୀ। ଏମାନଙ୍କୁ ଦିଲ୍ଲୀର ଏକ ଅଦାଲତ ୧୪ ଦିନିଆ ରିମାଣ୍ଡରେ ପଠାଇଛନ୍ତି। ମୋହମ୍ମଦ ଶେଖ, ଓସାମା, ମୁଲଚନ୍ଦ ଏବଂ ମୋହମ୍ମଦ ଅବୁ ବକରଙ୍କୁ ୧୪ ଦିନିଆ ପୁଲିସ ହେଫାଜତକୁ ପଠାଇ ଦିଆଯାଇଛି। କିନ୍ତୁ ଏହି ମାମଲାରେ ଆଉ ଦୁଇ ଜଣ ଆତଙ୍କବାଦୀ ଜିସାନ କମର ଏବଂ ଆମିର ଜାବେଦଙ୍କୁ ଆଜି କୋର୍ଟରେ ହାଜର କରାଯିବ।

ଆଜି ସକାଳୁ ପ୍ରବଳ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆତଙ୍କବାଦୀଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଗିରଫ ହୋଇଥିବା ଚାରିଜଣ ଆତଙ୍କବାଦୀ ଜନ ମହମ୍ମଦ ଶେଖ, ଓସାମା, ମଲଚାନ୍ଦ ଏବଂ ମୋହଦ୍ ମୁଶେରଙ୍କୁ ବର୍ତ୍ତମାନ ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲକୁ ହସ୍ତାନ୍ତର କରାଯାଇଛି। କୁହାଯାଉଛି ଯେ ଏମାନଙ୍କ ମଧ୍ୟରୁ ୨ ଜଣ ଆତଙ୍କବାଦୀ ପାକିସ୍ତାନରୁ ଟ୍ରେନିଂ ନେଇଛନ୍ତି। ଏହି ଅଭିଯୁକ୍ତମାନଙ୍କୁ ୟୁପି, ମହାରାଷ୍ଟ୍ର ଏବଂ ଦିଲ୍ଲୀରୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ ହୋଇଛି।

ସୂଚନା ମୁତାବକ, ଗତକାଲି ଦିଲ୍ଲୀ ସ୍ପେଶାଲ ପୁଲିସ ସେଲ ଏହି ୬ ଜଣଙ୍କ ଆତଙ୍କାବଦୀ ଗିରଫ କରିଥିଲା। ଏହି ସବୁ ଆତଙ୍କବାଦୀ ଦିଲ୍ଲୀ, ମହାରାଷ୍ଟ୍ର ଓ ଉତ୍ତର ପ୍ରଦେଶକୁ ଦୋହଲାଇବାକୁ ଷଡଯନ୍ତ୍ର ରଚିଥିଲେ। ଏମାନେ ସମସ୍ତେ ନବରାତ୍ରୀ ଓ ରାମଲୀଲା ବେଳେ ଭାରତରେ ସିରିଜ୍‌ ହମଲା କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। କିନ୍ତୁ ସେମାନଙ୍କ ଯୋଜନା ଏବେ ଫସର ଫାଟିଛି। ତଥାପି ସମ୍ଭାବ୍ୟ ବିପଦ ଟଳି ନଥିବାରୁ ସୁରକ୍ଷାକର୍ମୀମାନଙ୍କୁ ବିଭିନ୍ନ ସ୍ଥାନରେ ହାଇଆଲର୍ଟ ଜାରି କରାଯାଇଛି। ସେପଟେ ଗିରଫ ଆତଙ୍କବାଦୀଙ୍କ ଦାଉଦ କନେକ୍ସନ ଥିବା ମଧ୍ୟ ସାମ୍ନାକୁ ଆସିଛି।

ଆଇଏସଆଇ ଅଣ୍ଡରଓ୍ଵାର୍ଲ୍ଡ ସହ ମିଶି ଭାରତକୁ ଦୋହଲାଇବାକୁ ନୂତନ ରଣନୀତି ଆପଣେଇଥିଲା ଏମାନେ। ଏଥିରୁ ଗୋଟିଏ ଗ୍ରୁପକୁ ନବରାତ୍ର ଏବଂ ରାମଲୀଲା ସମୟରେ ଜନଗହଳିପୂର୍ଣ୍ଣ ସ୍ଥାନରେ ବୋମା ବିସ୍ଫୋରଣ କରାଇବା ଏବଂ ସ୍ଥାନ ଚିହ୍ନଟ କରାଇବାକୁ ପଠାଯିବାର ଯୋଜନା ଥିଲା।

ସ୍ପେଶାଲ ସେଲର ଡେପୁଟି କମିଶନର ପ୍ରମୋଦ ସିଂହ କୁଶୱା କହିଥିଲେ, ‘ପାକିସ୍ତାନ ପ୍ରାୟୋଜିତ ଆତଙ୍କୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହୋଇଛି। ଏକାଧିକ ରାଜ୍ୟରେ ହୋଇଥିବା ଅପରେସନ ବେଳେ ଅନେକ ପ୍ରକାରର ଆପତ୍ତିଜନକ ଜିନିଷ ମିଳିଛି। ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ଆରଡିଏକ୍ସ ଖଚିତ ଆଇଇଡି ଠାବ ହୋଇଛି।’

ସେହିପରି ଆସନ୍ତାବର୍ଷ ଉତ୍ତର ପ୍ରଦେଶ ନିର୍ବାଚନ ହେବ। ଏଥିପାଇଁ ବଡ଼ଧରରଣ ରାଜନୀତିକ ଶୋଭାଯାତ୍ରା ଆୟୋଜନ କରାଯିବ। ଏହାକୁ ମଧ୍ୟ ଆତଙ୍କୀମାନେ ଟାର୍ଗେଟ କରିବାକୁ ମସୁଧା କରିଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

The post ୧୪ ଦିନିଆ ରିମାଣ୍ଡରେ ଗଲେ ଗିରଫ ୬ ଆତଙ୍କବାଦୀ appeared first on Odisha Reporter.



from Odisha Reporter https://ift.tt/2YN0dyz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages