ଆଖି ବୁଜିଲେ ଅକ୍ଷୟ କୁମାରଙ୍କ ମା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 7, 2021

ଆଖି ବୁଜିଲେ ଅକ୍ଷୟ କୁମାରଙ୍କ ମା’

ମୁମ୍ବାଇ: ବଲିଉଡର ଖିଲାଡି ଷ୍ଟାର୍ ଅକ୍ଷୟ କୁମାରଙ୍କ ମା’ ଅରୁଣା ଭାଟିଆଙ୍କର ପରଲୋକ ହୋଇଯାଇଛି। ଆଜି ସକାଳେ ମୁମ୍ବାଇର ହୀରାନନ୍ଦାନୀ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଅସୁସ୍ଥତା ଯୋଗୁ ତାଙ୍କୁ ସେଠାରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଆଇସିୟୁରେ ରଖାଯାଇଥିଲା।

ଅକ୍ଷୟ କୁମାର ସୋଶାଲ୍ ମିଡିଆ ଯୋଗେ ତାଙ୍କ ମା’ଙ୍କ ଦେହାନ୍ତ ଖବରକୁ ସାର୍ବଜନୀନ କରିଛନ୍ତି।  ଗତ କିଛି ଦିନ ଧରି ଅକ୍ଷୟ ତାଙ୍କର ଆଗାମୀ ଫିଲ୍ମ ‘ସିଣ୍ଡ୍ରେଲା’ର ଶୁଟିଂରେ ବ୍ୟସ୍ତ ଥିଲେ। ହେଲେ ମା’ଙ୍କ ଅସୁସ୍ଥତା ହେତୁ ସେ ଲଣ୍ଡନରୁ ମୁମ୍ବାଇ ଫେରି ଆସିଥିଲେ।

ଅକ୍ଷୟ ନିଜ ସୋଶାଲ୍ ମିଡିଆ ପୋଷ୍ଟରେ ଲେଖିଛନ୍ତି, ସେ ମୋ ଜୀବନର ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲେ। ଆଜି ଅସହନୀୟ ଯନ୍ତ୍ରଣା ହେଉଛି। ଆଜି ସକାଳେ ମୋ ମା’ ଦୁନିଆକୁ ଅଲବିଦା କହିଦେଲେ। ପୂର୍ବରୁ ବାପାଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଏବେ ମା’ ବି ତାଙ୍କ ପାଖକୁ ଚାଲି ଯାଇଛନ୍ତି। ମୁଁ ଓ ମୋ ପରିବାର ଏବେ ଏକ କଷ୍ଟକର ସମୟ ଦେଇ ଗତି କରୁଥିବା ବେଳେ ଆପଣମାନଙ୍କ ପ୍ରାର୍ଥନା ପାଇଁ ବହୁତ ବହୁତ ଧନ୍ୟବାଦ ।

 

The post ଆଖି ବୁଜିଲେ ଅକ୍ଷୟ କୁମାରଙ୍କ ମା’ appeared first on Odisha Reporter.



from Odisha Reporter https://ift.tt/3tlThnr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages