ଆବଶ୍ୟକ ସାମଗ୍ରୀ: ଆମ୍ବ ରସ, ରାଶି, ଭଜା ବାଦାମ, ଗୁଡ଼, ଗୋଲମରିଚ, ଗୁଜରାତି, ଲବଙ୍ଗ ଗୁଣ୍ଡ, ଚାଉଳ ଚୁନା ଓ ତେଲ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଆମ୍ବରୁ ରସ ବାହାର କରି ଏକ ପାତ୍ରରେ ରଖନ୍ତୁ। ଏହା ପରେ ପୁର ପ୍ରସ୍ତୁତ କରିବା ପାଇଁ କରେଇକୁ ଆଞ୍ଚରେ ବସାନ୍ତୁ। କରେଇ ଗରମ ହେବା ପରେ ସେଥିରେ ଗୁଡ଼ ପକାନ୍ତୁ। ଗୁଡ଼ ଫୁଟିଗଲା ପରେ ସେଥିରେ ରାଶି ଓ ଭଜା ବାଦାମକୁ ପକାଇ ଗୋଳାଇ ଦିଅନ୍ତୁ। ପରେ ସେଥିରେ ଗୋଲମରିଚ ଓ ଗୁଜରାତି ଗୁଣ୍ଡ ପକାଇ ଦିଅନ୍ତୁ। ଏହାପରେ କରେଇକୁ ତଳକୁ ଓହ୍ଲାଇ ଦିଅନ୍ତୁ।
ଏହାପରେ ଅନ୍ୟ ଏକ କରେଇରେ ପାଣି ଗରମ କରି ସେଥିରେ ଗୁଡ଼, ଗୋଲମରିଚ, ଗୁଜରାତି, ଲବଙ୍ଗ ଗୁଣ୍ଡ ପକାଇ ଫୁଟାନ୍ତୁ। ପାଣି ଫୁଟି ଆସିଲେ ସେଥିରେ ଆମ୍ବ ରସ ମିଶାନ୍ତୁ। ଆମ୍ବ ରସ ଫୁଟିବା ପରେ ସେଥିରେ ଚାଉଳ ଚୁନା ପକେଇ ଜନ୍ତୁଣି କରନ୍ତୁ। ଏହାପରେ ଏହି ଜନ୍ତୁଣିକୁ ଏକ ପ୍ଲେଟକୁ କାଢ଼ି ଦିଅନ୍ତୁ।
ଏବେ ଜନ୍ତୁଣିରେ ପୂର୍ବରୁ ପ୍ରସ୍ତୁତ ପୁରକୁ ଦେଇ ମଣ୍ଡା ପିଠା ଆକାରରେ ଗଢ଼ି ରଖନ୍ତୁ। ପରେ ଇଟଲି ଛାଞ୍ଚରେ ପାଣି ଗରମ କରି ତେଲ ମାରି ଗଢ଼ା ଯାଇଥିବା ପିଠାକୁ ରଖି ୨୦ରୁ ୨୫ ମିନିଟ୍ ବାମ୍ଫରେ ସିଝାନ୍ତୁ। ଏହାପରେ ଇଟଲି ଛାଞ୍ଚକୁ ଆଞ୍ଚରୁ ଓହ୍ଲାଇ ଦିଅନ୍ତୁ ଏବଂ ପିଠା ଗୁଡ଼ିକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆମ୍ବ ମଣ୍ଡା।
The post ଆମ୍ବ ମଣ୍ଡା appeared first on Odisha Reporter.
from Odisha Reporter https://ift.tt/3tLzCNU
No comments:
Post a Comment