ଚେନ୍ନାଇ: ନିଟ୍ ପରୀକ୍ଷାରେ ଫେଲ୍ ହେବା ଆଶଙ୍କାରେ ଆତ୍ମହତ୍ୟା କଲେ ଛାତ୍ର। ଫାଶି ଲଗାଇ ନିଜ ଘରେ ହିଁ ଝୁଲିପଡିଲେ। ଏଭଳି ଏକ ଘଟଣା ଘଟିଛି ତାମିଲନାଡୁରେ। ଯେଉଁଦିନ ‘ନିଟ୍’ ପରୀକ୍ଷା ରଦ୍ଦ କରିବା ପାଇଁ ତାମିଲନାଡୁ ବିଧାନସଭାରେ ଏକ ବିଲ୍ ଆଗତ ହୋଇଥିଲା ସେହିଦିନ ଏହି ଘଟଣା ଘଟିଛି।
ତାମିଲନାଡୁର ଆରିୟାଲୁର ଜିଲ୍ଲାର ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟର୍ସ ଟେଷ୍ଟ (NEET) ୨୦୨୧ର ପ୍ରାର୍ଥୀ କାନିମୋଜି ଆତ୍ମହତ୍ୟା କରିଛନ୍ତି। ସେ ଏହି ମେଡିକାଲ ଏଣ୍ଟ୍ରାନ୍ସ ପରୀକ୍ଷାରେ କ୍ଲିଅର ନ କରିପାରିବା ଭୟରେ ଏଭଳି ପଦକ୍ଷେପ ନେଇଛନ୍ତି।
ପୁଲିସ ସୂଚନା ମୁତାବକ, କାନିମୋଜି ରବିବାର ଦିନ NEET UG-୨୦୨୧ ପରୀକ୍ଷା ଦେଇଥିଲେ। କିନ୍ତୁ ଭଲ ପ୍ରଦର୍ଶନ କରିନଥିଲେ ବୋଲି ଚିନ୍ତିତ ଥିଲେ। ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ, ସେ ପରୀକ୍ଷାରୁ ଆସିବା ପରେ ନିଜ ରୁମ୍କୁ ଯାଇ ଶୋଇପଡିଥିଲେ। ପରେ ସୋମବାର ସକାଳେ ତାଙ୍କ ଛୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା।
କାନିମୋଜି ପରୀକ୍ଷାକୁ ନେଇ ଚିନ୍ତିତ ଥିଲେ। କାରଣ ସେ ଭୟ କରୁଥିଲେ ଯେ, ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଟପ୍ପର ହେବା ପରେ ମଧ୍ୟ ଡାକ୍ତର ହୋଇପାରିବେ ନାହିଁ। ଏହି ଘଟଣାରେ ବିକ୍ରମଙ୍ଗଲ ପୁଲିସ ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।
ଉଲ୍ଲେଖ ଯୋଗ୍ୟ ଯେ, ସୋମବାର ତାମିଲନାଡୁ ବିଧାନସଭାରେ ନିଟ୍ ପରୀକ୍ଷା ହଟାଇବା ସହ ଦ୍ୱାଦଶ ପରୀକ୍ଷାର ନମ୍ବର ଆଧାରରେ ଡାକ୍ତରୀ ପାଠ୍ୟକ୍ରମରେ ଅଡମିସନ ପାଇଁ ଆଗତ ବିଧେୟକ ଗୃହୀତ ହୋଇଛି। ଏହି ବିଧେୟକରେ ମେଡିକାଲ ପାଠ୍ୟକ୍ରମରେ ନାମ ଲେଖା ପାଇଁ ଉଦ୍ଦିଷ୍ଟ ନିଟ୍ ପରୀକ୍ଷାରୁ ତାମିଲନାଡୁର ଛାତ୍ର-ଛାତ୍ରୀଙ୍କୁ ରିହାତି ଦେବା ପାଇଁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ଲୋଡା ଯାଇଛି।
‘ନ୍ୟାସ୍ନାଲ୍ ଏଣ୍ଟ୍ରାନ୍ସ୍-କମ୍-ଇଲିଜିବିଲିଟି ଟେଷ୍ଟ୍’ ଫଳାଫଳକୁ ଭୟ କରି ଡାକ୍ତରୀ ପଢ଼ିବାକୁ ଆଶାୟୀ ଜଣେ ଛାତ୍ର ଆତ୍ମହତ୍ୟା କରିଥିବାରୁ ସେ ଏ ପ୍ରସଙ୍ଗ ତାମିଲନାଡୁ ବିଧାନସଭାରେ ଆଗତ କରିଥିଲେ। ମୁଖ୍ୟ ବିରୋଧୀ ଦଳ ‘ଏଆଇଏଡିଏମ୍କେ’ର ଦୃଢ଼ ବିରୋଧ ସତ୍ତ୍ୱେ ଷ୍ଟାଲିନ୍ ଏହି ବିଲ୍ ଉପସ୍ଥାପନ କରିଥିଲେ।
The post NEETରେ ବିଫଳ ହେବା ଆଶଙ୍କା, ଆତ୍ମହତ୍ୟା କଲେ ଦ୍ୱାଦଶ ଟପ୍ପର appeared first on Odisha Reporter.
from Odisha Reporter https://ift.tt/3Egdv76
No comments:
Post a Comment