ଗୋଟିଏ ଓଭର୍‌ରେ ୪ ଛକା ମାରି ପାକିସ୍ତାନକୁ ଜିତାଇଲେ ଆସିଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 29, 2021

ଗୋଟିଏ ଓଭର୍‌ରେ ୪ ଛକା ମାରି ପାକିସ୍ତାନକୁ ଜିତାଇଲେ ଆସିଫ

ଦୁବାଇ: ଶେଷ ୧୨ ବଲରେ ଜିତିବା ପାଇଁ ଦରକାର ଥିଲା ୨୪ ରନ୍‌। ସାମ୍ନାରେ ଥିଲେ ଆସିଫ ଅଲୀ। ଆଫଗାନ ପକ୍ଷରୁ ବୋଲିଂ କରିବାକୁ ଆସିଥିଲେ କରିମ ଜନତ। ଲାଗୁଥିଲା ସେ ପାକିସ୍ତାନକୁ ସହଜରେ ରନ୍ କରିବାକୁ ଦେବେନାହିଁ। ହେଲେ ଆସିଫ ଅଲୀ ସବୁ କିଛି ଓଲଟପାଲଟ କରି ଦେଇଥିଲେ।

ସେ କରିମଙ୍କ ଗୋଟିଏ ଓଭରରେ ୪ଟି ଛକା ମାରି ପାକିସ୍ତାନକୁ ୬ ବଲ୍ ପୂର୍ବରୁ ଚମତ୍କାର ବିଜୟ ଭେଟି ଦେଇଥିଲେ। ଏଥିସହ ଚଳିତ ଟି-୨୦ ବିଶ୍ୱକପରେ ପାକିସ୍ତାନକୁ ସେମି ଫାଇନାଲର ଆହୁରି ନିକଟବର୍ତ୍ତୀ କରିଥିଲେ। ଆଫଗାନିସ୍ତାନ ଦମଦାର ଖେଳ ପ୍ରଦର୍ଶନ କରିଥିଲେ ହେଁ ଗୋଟିଏ ଓଭର୍ ସବୁ କିଛି କି ଫିକା କରିଦେଇଛି।

ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୪୭ ରନ୍‌ କରିଥିଲା। ଏହାର ଜବାବରେ ପାକିସ୍ତାନ ୫ ୱିକେଟ ହରାଇ ୬ ବଲ୍ ପୂର୍ବରୁ ବିଜୟ ଟାର୍ଗେଟକୁ ହାସଲ କରିନେଇଛି।

ଆଫଗାନିସ୍ତାନ ଦେଇଥିବା ୧୪୮ ରନର ପିଛା କରୁଥିବା ପାକିସ୍ତାନ ଆରମ୍ଭରୁ ଇନଫର୍ମ ମହମ୍ମଦ ରିଜୱାନଙ୍କୁ ହରାଇଥିଲା। ଦଳୀୟ ସ୍କୋର ୧୨ ଥିବା ବେଳେ ସେ ବ୍ୟକ୍ତିଗତ ୮ ରନ୍‌ କରି ମୁଜିବ ଉର ରେହମନଙ୍କ ଶିକାର ବନିଥିଲେ। ଏହାପରେ ଅଧିନାୟକ ବାବର ଆଜମ ଓ ଫଖର ଜମାନ ସ୍ଥିତି ସମ୍ଭାଳିବା ସହ ଦଳୀୟ ସ୍କୋରକୁ ୭୫ରେ ପହଞ୍ଚାଥିଲେ। ମ୍ୟାଚର ମୋଡ଼ ପାକିସ୍ତାନ ଆଡ଼କୁ ଯାଉଥିବା ବେଳେ ଆଫାଗନର ଅଧିନାୟକ ମହମ୍ମଦ ନବି ୩୦ ରନ୍‌ କରିଥିବା ଫଖରଙ୍କୁ ଆଉଟ କରି ଦେଇଥିଲେ।

ଏହାପରେ ମହମ୍ମଦ ହଫିଜ(୧୦)ଙ୍କୁ ରଶିଦ ଖାନ ପ୍ୟାଭିଲିୟନ ପଠାଇଥିଲେ। ତେବେ ବାବାର ଗୋଟିଏ ପଟେ ଛିଡ଼ା ହୋଇ ଚଳିତ ବିଶ୍ୱକପରେ ଆଉ ଗୋଟିଏ ଅର୍ଦ୍ଧଶତକ ହାସଲ କରିଥିଲେ। ପାକିସ୍ତାନକୁ ସେ ବିଜୟ ଆଡ଼କୁ ନେଉଥିବା ବେଳେ ୧୭ତମ ଓଭର୍‌ରେ ରଶିଦ ଖାନ ସବୁଠାରୁ ବଡ଼ ଝଟକା ଦେଇଥିଲେ।

ସେ ନିଜ ସ୍ପେଲର ଅନ୍ତିମ ବଲ୍‌ରେ ବାବର(୫୧)ଙ୍କୁ କ୍ଲିନବୋଲ୍ଡ କରି ମ୍ୟାଚ୍‌ରେ ଟ୍ୱିଷ୍ଟ ଆଣିଥିଲେ। ଆଉଟ ହେବା ପୂର୍ବରୁ ବାବର ୪୭ ବଲ୍‌ରେ ୪ ଚୌକା ସହ ୫୧ ରନ୍‌ର ଇନିଂସ ଖେଳିଥିଲେ। ୧୮ତମ ଓଭର୍‌ରେ ନବୀନ ଉଲ ହକ୍‌ ମାତ୍ର ୨ ରନ୍‌ ଦେବା ସହ ଅଭିଜ୍ଞ ସୋଏବ ମଲିକ(୧୯)ଙ୍କ ୱିକେଟ ଦଖଲ କରିଥିଲେ। ଫଳରେ ଶେଷ ୨ ଓଭ୍‌ରରେ ପାକିସ୍ତାନକୁ ୨୪ ରନ୍‌ ଦରକାର ପଡ଼ିଥିଲା।

ସମସ୍ତଙ୍କ ନଜର ଜନତଙ୍କ ଉପରେ ଥିବା ବେଳେ ସେ ନିରାଶ କରିଥିଲେ। ବସ୍ଫୋରକ ଆସିଫ ଅଲୀ ତାଙ୍କ ଓଭର୍‌ର ପ୍ରଥମ ବଲ୍‌ରେ ହିଁ ଛକା ମାରିଥିଲେ। ଏହାର ପରବର୍ତ୍ତୀ ବଲ ସେ ବିଟ୍‌ ହୋଇଥିଲେ। କିନ୍ତୁ ଏହାପରେ ପୁଣି ଗୋଟିଏ ଛକା ମାରିଥିଲେ। ୪ର୍ଥ ବଲ୍‌ରେ ନବୀନ କୌଣସି ରନ୍‌ ଦେଇ ନଥିଲେ। ହେଲେ ଶେଷ ଦୁଇ ବଲ୍‌ରେ ଆସିଫ ଦୁଇଟି ଛକା ମାରି ପାକିସ୍ତାନକୁ ବିଜୟ ଭେଟି ଦେଇଥିଲେ।

ଆସିଫ ୭ ବଲ୍‌ରେ ୨୫ ରନ୍‌ର ଅପରାଜିତ ଇନିଂସ୍‌ ଖେଳିଛନ୍ତି। ଏଥିପାଇଁ ତାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ମିଳିଛି।
ଆଫଗାନ ବିପକ୍ଷ ବିଜୟ ପରେ ପାକିସ୍ତାନ ୩ ମ୍ୟାଚ୍‌ରୁ ୩ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। ସେହିପରି ଆଫଗାନ ନିଜର ଦ୍ୱିତୀୟ ମ୍ୟାଚ୍‌ରେ ପ୍ରଥମ ପରାଜୟ ସହ ଦ୍ୱିତୀୟ ସ୍ଥାନରେ ରହିଛି।

The post ଗୋଟିଏ ଓଭର୍‌ରେ ୪ ଛକା ମାରି ପାକିସ୍ତାନକୁ ଜିତାଇଲେ ଆସିଫ appeared first on Odisha Reporter.



from Odisha Reporter https://ift.tt/3pQhyCd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages