ମୁମ୍ବାଇ: କ୍ରୁଜରେ ଚାଲିଥିବା ରେଭ ପାର୍ଟିରେ ଚଢ଼ଉ କରି ଏନସିବି ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ସମେତ ଅନେକ ଲୋକଙ୍କୁ ଗିରଫ କରିଛି। ଏମାନେ ସମସ୍ତେ ଡ୍ରଗ୍ସ ସେବନ ଓ ଡିଲରେ ସାମିଲ ଥିବା କୁହାଯାଉଛି। ଏହି ରେଡ୍ ପରେ ମୁମ୍ବାଇର ବିଭିନ୍ନ ସ୍ଥାନରୁ ମଧ୍ୟ ଡ୍ରଗ୍ସ ପେଡଲରଙ୍କୁ ମାନଙ୍କୁ ଏନସିବି ଅଧିକାରୀମାନେ ଗିରଫ କରୁଛନ୍ତି। ଏମାନଙ୍କ ମଧ୍ୟରେ ଦୁଇ ଓଡ଼ିଆ ଯୁବକ ରହିଛନ୍ତି।
ତେବେ ରବିବାର ରାତିରେ ଏନସିବି କ୍ରୁଜରେ କରିଥିବା ରେଡକୁ ଏନସିପି ନେତା ନବାବ ମାଲିକ ଫେକ ବୋଲି କହିଛନ୍ତି। ଏହାର ଜବାବ ଏନସିବିର ମୁମ୍ବାଇ ମୁଖ୍ୟ ସମୀର ୱାଙ୍ଖେଡେ ଦେଇଛନ୍ତି। ଆଇନର ପରିସର ମଧ୍ୟରେ ସବୁ କିଛି କରାଯାଉଥିବା ସେ କହିଛନ୍ତି।
ସମୀର କହିଛନ୍ତି, ଆମେ ଏ ସମ୍ପର୍କରେ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରି ସାରିଛୁ। ଆମେ ପୁଣିଥରେ କହିବାକୁ ଚାହୁଁଛୁ ଯେ ପଞ୍ଚନାମା କରିଥିବା ୯ ଜଣଙ୍କ ନାଁ ମଧ୍ୟ ଆମେ ଦେଇ ସାରିଛୁ। ସମସ୍ତ ପ୍ରକାରର କାର୍ଯ୍ୟାନୁଷ୍ଠାନ ବା ପଦକ୍ଷେପ ଆଇନର ପରିସର ମଧ୍ୟରେ ନିଆଯାଉଛି ବୋଲି ସେ କହିଛନ୍ତି।
ବୁଧବାର ଏନସିପି ନେତା ନବାବ ମାଲିକ କହିଥିଲେ, ରବିବାର କ୍ରୁଜରେ ଏନସିବି କରିଥିବା ରେଡ୍ ଫେକ। ଏନସିବି ରେଡରେ ବିଜେପିର କିଛି କର୍ମକର୍ତ୍ତା ସାମିଲ ଥିଲେ। ଏନଡିପିଏସ୍ ଆଇନକୁ ଅନୁକରଣ କରାଯାଇନି। ଅଭିଯୁକ୍ତଙ୍କୁ ଫସାଇବା ପାଇଁ ଏନସିବି ସବୁ କିଛି କରୁଛି ବୋଲି ସେ ଅଭିଯୋଗ କରିଥିଲେ। ଆର୍ଯ୍ୟନ ଖାନଙ୍କ ସହ ଫଟୋ ଉଠାଇଥିବା ବ୍ୟକ୍ତି ଜଣଙ୍କ ଏନସିବି ଅଧିକାରୀ ନୁହନ୍ତି ବୋଲି ଜଣାପଡ଼ିବା ପରେ ମାଲିକ ଏପରି ବୟାନ ଦେଇଥିଲେ।
ଏନସିବି କେବଳ ସେଲେବ୍ରିଟି ଓ ସେମାନଙ୍କ ସହ ସମ୍ପର୍କ ରଖିଥିବା ଲୋକଙ୍କୁ ଗିରଫ କରୁଛି ବୋଲି ଅଭିଯୋଗ ପରେ ପ୍ରତିକ୍ରିୟା ଦେଇ ସମୀର କହିଛନ୍ତି, କାହାକୁ ଫସାଇବା ଆମର ଉଦ୍ଦେଶ୍ୟ ନୁହେଁ। ଏନସିବି ହେଉଛି ଗୋଟିଏ ପ୍ରଫେସନାଲ ଅର୍ଗାନାଇଜେସନ। ଏନଡିପିଏସ୍ ନିୟମକୁ ଯିଏ ଭାଙ୍ଗୁଛି, ଆମେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛୁ।
ଆଗକୁ ମଧ୍ୟ ଏପରି କାର୍ଯ୍ୟାନୁଷ୍ଠାନ ଜାରି ରହିବ। ଆମେ ସମସ୍ତେ ସରକାରୀ ଅଧିକାରୀ ଓ ସମସ୍ତେ ସେମାନଙ୍କ ଡ୍ୟୁଟି କରୁଛନ୍ତି। ଗତ ଦେଢ଼ ବର୍ଷ ହେଲାଣି ଆମେ ମୁମ୍ବାଇ ଓ ମହାରାଷ୍ଟ୍ରକୁ ଡ୍ରଗ୍ସ ମୁକ୍ତ କରିବାକୁ ପ୍ରୟାସ କରୁଛୁ। ଆମ ପରିସଂଖ୍ୟନ ମଧ୍ୟ ଏହାର ପ୍ରମାଣ ଦେଉଛି।
ଏନସିବି ୩୨୦ ଜଣଙ୍କୁ ଗିରଫ କରିଥିବା ବେଳେ ଦୁଇଟି ବଡ଼ ଡ୍ରଗ୍ସ ଫ୍ୟାକ୍ଟ୍ରୀର ଚଢ଼ଉ କରିଛି। ସେହିପରି ବଡ଼ବଡ଼ ଡ୍ରଗ ସିଣ୍ଡିକେଟ ଓ ଗ୍ୟାଙ୍ଗର ପର୍ଦ୍ଦାଫାସ ମଧ୍ୟ କରିଛି। ବର୍ଷକ ମଧ୍ୟରେ ୧୦୦ କୋଟିରୁ ଅଧିକ ଟଙ୍କାର ଡ୍ରଗ୍ସ ଧରା ପଡ଼ିଲାଣି। ଭବିଷ୍ୟତରେ ମଧ୍ୟ ଆମେ ଏହି ପ୍ରକ୍ରିୟା ଜାରି ରଖିବୁ ବୋଲି ସେ କହିଛନ୍ତି।
ଆର୍ଯ୍ୟନଙ୍କ ବିରୋଧରେ କ’ଣ ସବୁ ପ୍ରମାଣ ମିଳିଛି ବୋଲି ପ୍ରଶ୍ନରେ ସମୀର କହିଛନ୍ତି, ବର୍ତ୍ତମାନ ଏହି ଘଟଣା କୋର୍ଟରେ ରହିଛି। ଏନସିବି ପକ୍ଷରୁ ସମସ୍ତ ପ୍ରକାରର ପ୍ରମାଣ କୋର୍ଟରେ ଉପସ୍ଥାପନ କରାଯାଇଛି। ଆମେ ଏଯାଏ ୧୬ ଜଣଙ୍କୁ ଗିରଫ କରିଛୁ ଓ ବିଭିନ୍ନ ପ୍ରକାରର ଡ୍ରଗ୍ସ ଜବତ କରିଛୁ ବୋଲି ସେ ସୂଚନା ଦେଇଛନ୍ତି।
The post ଏନିସିପିର ‘ଫେକ୍ ରେଡ୍’ ବୟାନର ଜବାବ ଦେଲା ଏନସିବି appeared first on Odisha Reporter.
from Odisha Reporter https://ift.tt/3Aj4xTo
No comments:
Post a Comment