ଆବଶ୍ୟକ ସାମଗ୍ରୀ: ମଇଦା, ପନିର, ଆଳୁ, ଫୁଲ କୋବି, କ୍ୟାପ୍ସିକମ୍, ଗାଜର, ବାଦାମ, ଟମାଟୋ, ରିଫାଇନ୍ ତେଲ, କଟା ପିଆଜ, ରସୁଣ ଓ ଅଦା ଛେଚା, କଞ୍ଚାଲଙ୍କା, ହଳଦି, ଜିରା ଗୁଣ୍ଡ, ଧନିଆ ପାଉଡର, ଲଙ୍କା ଗୁଣ୍ଡ, ଚିନି ଓ ଲୁଣ।
ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ମଇଦାରେ ଦୁଇ ଚାମଚ ରିଫାଇନ ତେଲ ଓ ଅଳ୍ପ ଲୁଣ ପକାଇ ଗୋଳାଇ ଦିଅନ୍ତୁ। ତା’ପରେ ସେଥିରେ ଉଷୁମ ପାଣି ପକାଇ ଚକଟନ୍ତୁ। ଚକଟି ସାରିବା ପରେ ଏହାକୁ ଏକ ସଫା ଓ ଓଦା କପଡ଼ାରେ ଘୋଡ଼ାଇ କିଛି ସମୟ ରଖି ଦିଅନ୍ତୁ। ଏହାପରେ ପରଟା ପାଇଁ ମସଲା ପ୍ରସ୍ତୁତ କରନ୍ତୁ।
ଗ୍ୟାସରେ କରେଇ ବସାଇ ତେଲ ପକାଇ ଗରମ କରନ୍ତୁ। ତେଲ ଗରମ ହୋଇଗଲା ପରେ ସେଥିରେ ଗୋଟା ଜିରା ପକାନ୍ତୁ। ପରେ ସେଥିରେ କଟା ପିଆଜ ପକାଇ ଭାଜନ୍ତୁ। ପିଆଜ ଭାଜି ହୋଇଗଲା ପରେ ସେଥିରେ ଅଦା ଓ ରସୁଣ ଛେଚା ପକାଇ ଭଲ ଭାବେ କଷନ୍ତୁ।
ଏହାପରେ ସେଥିରେ କଟା ଗାଜର, କଟା ଫୁଲକୋବି, କଟା କ୍ୟାପସିକମ,କଟା ଟମାଟୋ ଓ କଟା କଞ୍ଚାଲଙ୍କା ପକାନ୍ତୁ । ପରେ ସେଥିରେ ସ୍ୱାଦ ଅନୁସାରେ ଲୁଣ ସହିତ ହଳଦି, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ ଓ ଅଧା ଚାମଚ ଲଙ୍କା ଗୁଣ୍ଡ ପକାଇ ଭାଜନ୍ତୁ। ଏସବୁ ଭଲ ଭାବେ ଭାଜି ହେବା ପରେ ୨ଟି ସିଝା ଆଳୁକୁ ଚକଟି ସେଥିରେ ପକାନ୍ତୁ ଓ ଆଉ ଥରେ କଷନ୍ତୁ। ଏହା କଷି ହୋଇଗଲା ପରେ ସେଥିରେ କଟା ପନିର ପକାନ୍ତୁ। ପନିର ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। କିଛି ସମୟପରେ ମସଲାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।
ଏବେ ପୂର୍ବରୁ ଚକଟା ହୋଇଥିବା ମଇଦାକୁ ଗୁଳା କରି ରୁଟି ଆକାରରେ ବେଲନ୍ତୁ । ଆଉ ଏହାର ମଝିରେ ମସଲା ଦିଅନ୍ତୁ । ତା’ଉପରେ କଟା ପିଆଜ ଓ କଟା କଞ୍ଚାଲଙ୍କା ପକାନ୍ତୁ । ଏବେ ଏହାକୁ ଚାରି ପାଖରୁ ଭଲ ଭାବେ ଫୋଲ୍ଡ କରି ଦିଅନ୍ତୁ, ଯେପରି ମସଲା ବାହାରି ନଯିବ।
ଏହାପରେ ଏକ ତାୱାରେ ତେଲ ଗରମ କରି ପରଟାର ୨ ପଟକୁ ଭଲ ଭାବେ ସେକନ୍ତୁ। ଏହା ଟିକେ ନାଲି ହୋଇଯିବା ପରେ ଏକ ପ୍ଲେଟକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମୁଗଲାଇ ପରଟା।
The post ମୁଗଲାଇ ପରଟା appeared first on Odisha Reporter.
from Odisha Reporter https://ift.tt/2XQJqKU
No comments:
Post a Comment