ଗାଈକୁ ରକ୍ଷା କରିବାକୁ ଯାଇ ବସ୍‌-ଟ୍ରକ୍‌ ଧକ୍କା, ୧୪ ଜଣଙ୍କ ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 6, 2021

ଗାଈକୁ ରକ୍ଷା କରିବାକୁ ଯାଇ ବସ୍‌-ଟ୍ରକ୍‌ ଧକ୍କା, ୧୪ ଜଣଙ୍କ ମୃତ୍ୟୁ

ବାରବାଙ୍କି: ଉତ୍ତର ପ୍ରଦେଶର ବାରବାଙ୍କିରେ ଆଜି ସକାଳୁ ଭୟଙ୍କର ଦୁର୍ଘଟଣା ଘଟିଛି। ଗୋଟିଏ ଯାତ୍ରାବାହୀ ବସ୍‌ ଓ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଆଉ ୩୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଅନେଙ୍କ ଅବସ୍ଥା ଗୁରୁତୁର ଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ରାସ୍ତାରେ ବୁଲୁଥିବା ଗାଈମାନଙ୍କୁ ରକ୍ଷା କରିବା ପାଇଁ ଏପରି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଡବଲ ଡେକର ବସ୍‌ଟି ସଂପୂର୍ଣ୍ଣ ଚୂରମାର ହୋଇଯାଇଛି। ଟ୍ରକ୍‌ର ସାମ୍ନା ପଟଟି ମଧ୍ୟ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି।

ମିଳିଥିବା ସୂଚନା ଅନୁସାରେ, ଦୁର୍ଘଟଣାଟି ଦେବା ଥାନା ଅନ୍ତର୍ଗତ ମାତି ରୋଡ ଠାରେ ଘଟିଛି। ଗୋଟିଏ ଯାତ୍ରୀବାହୀ ଭଲବୋ ବସ୍‌ ଓ ବାଲି ବୋଝେଇ ଟ୍ରକ୍‌ ପରସ୍ପରକୁ ମୁହାଁମୁହିଁ ଧକ୍କା ଦେଇଛନ୍ତି। ବାଲି ବୋଝେଇ ଟ୍ରକ୍‌ଟି ଭୁଲ ରାସ୍ତାରେ ଆସୁଥିଲା। ‌ଏଥିସହ ରାସ୍ତାରେ କିଛି ବୁଲା ଗାଈ ମଧ୍ୟ ରହିଥିଲେ। ଯାତ୍ରୀବାହୀ ବସ୍‌ଟି ବୁଲା ଗାଈଙ୍କୁ ରକ୍ଷା କରିବା ପାଇଁ ଚେଷ୍ଟା କରୁଥିବା ବେଳେ ହଠାତ୍‌ ସାମ୍ନାକୁ ପଟୁ ଦ୍ରୁତଗତିରେ ଆସୁଥିବା ଟ୍ରକ ସହ ଧକ୍କା ହୋଇଥିଲା।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଡବଲ ଡେକର ବସ୍‌ଟି ସଂପୂର୍ଣ୍ଣ ଚୂରମାର ହୋଇ ଯାଇଛି। ଟ୍ରକ୍‌ର ଅବସ୍ଥା ମଧ୍ୟ ସାଂଘାତିକ ହୋଇଛି। ଘଟଣା ସ୍ଥଳରେ ହିଁ ୯ ଜଣଙ୍କ ମୃତ୍ୟୁ ଘଟିଥିଲା। ଆହତଙ୍କୁ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ଆଉ ୫ ଜଣଙ୍କ ଜୀବନ ଯାଇଛି। ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଫେରାର ହୋଇ ଯାଇଛନ୍ତି। ଟ୍ରକ୍‌ଟି ଦିଲ୍ଲୀରୁ ବହରାଇଚ୍‌ ଯାଉଥିବା ଜଣାପଡ଼ିଛି।


ପୁଲିସ୍‌ କହିଛି ଯେ ସମସ୍ତ ଆହତଙ୍କୁ ପ୍ରଥମେ ବାରବାଙ୍କି ଟ୍ରମା ସେଣ୍ଟର୍‌ରେ ଭର୍ତ୍ତି କରାଯାଇଥିଲା। କିଛି ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ଲକ୍ଷ୍ନୌ ପଠାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାରେ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ବର୍ଗଙ୍କ ପାଇଁ ୨ ଲକ୍ଷ ଟଙ୍କାର କ୍ଷତି ପୂରଣ ଘୋଷଣା କରିଛନ୍ତି। ଆହତମାନଙ୍କୁ ମାଗଣା ଚିକିତ୍ସା ସହ ୫୦ ହଜାର ଟଙ୍କା ମିଳିବ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ବହୁ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଘଟଣାରେ ଶୋକ ପ୍ରକାଶ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

The post ଗାଈକୁ ରକ୍ଷା କରିବାକୁ ଯାଇ ବସ୍‌-ଟ୍ରକ୍‌ ଧକ୍କା, ୧୪ ଜଣଙ୍କ ମୃତ୍ୟୁ appeared first on Odisha Reporter.



from Odisha Reporter https://ift.tt/3Byz7dj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages