ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲଗାତର ବଢ଼ିଚାଲିଛି ତୈଳ ଦର। ଥମିବାର ନାଁ ଧରୁ ନାହିଁ। ଏପରି ତୈଳ ଦର ବୃଦ୍ଧି ସାଧାରଣ ଲୋକଙ୍କୁ ଅସ୍ତବ୍ୟସ୍ତ କରିଥିବା ବେଳେ ଏନେଇ ରାଜ୍ୟ ଘରୋଇ ବସ୍ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ ଦିଆଯାଇଛି।
ତେଲ ଦର କମ୍ କରିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି। ଏଥିପାଇଁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ସରକାରଙ୍କୁ ମହଲତ ଦିଆଯାଇଛି। ଏହା ମଧ୍ୟରେ ତେଲ ଦର ନ କମିଲେ ନଭେମ୍ବର ୧୬ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଘରୋଇ ବସ୍ ଚଳାଚଳ ବନ୍ଦ ରହିବ ବୋଲି ରାଜ୍ୟ ଘରୋଇ ବସ୍ ସଂଘର ସମ୍ପାଦକ କହିଛନ୍ତି।
ସଂଘର ସମ୍ପାଦକ ଆହୁରି କହିଛନ୍ତି, ତେଲ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଜିନିଷର ଦାମ୍ ବୃଦ୍ଧି ଯୋଗୁ ବସ୍ ଗୁଡ଼ିକ କ୍ଷତିରେ ଚାଲିଛି। ଏଥିପାଇଁ ସରକାରଙ୍କ ସହଯୋଗ ଦରକାର ରହିଛି। ସରକାର ତେଲ ଦାମ୍ କମ୍ କରିବା ସହ ଟ୍ୟାକ୍ସ କମ୍ କରନ୍ତୁ।
ସେ ଆହୁରି କହିଛନ୍ତି, ତେଲ ଦର ହ୍ରାସ କରିବା ପାଇଁ ଆମେ ସରକାରଙ୍କୁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ମହଲତ ଦେଉଛୁ। ସରକାର ଆମ ଦାବି ନ ଶୁଣିଲେ ନଭେମ୍ବର ୧୬ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଘରୋଇ ବସ୍ ଚଳାଚଳ ବନ୍ଦ ରହିବ।
ଆଜି ରାଜ୍ୟ ଘରୋଇ ବସ୍ ସଂଘ ପକ୍ଷରୁ ସାଧାରଣ ପରିଷଦ ବୈଠକ ବସିଥିଲା। ବୈଠକ ପରେ ଏପରି ଚେତାବନୀ ଦିଆଯାଇଛି।
The post ମାଲିକଙ୍କ ଚେତାବନୀ: ନଭେମ୍ବର ୧୬ରୁ ବନ୍ଦ ରହିବ ଘରୋଇ ବସ୍ ଚଳାଚଳ appeared first on Odisha Reporter.
from Odisha Reporter https://ift.tt/30WPhiZ
No comments:
Post a Comment