ୱାଶିଂଟନ: ଆମାଜନ ଡେଲିଭରି ଭ୍ୟାନ୍ରୁ ବାହାରିଲେ ରହସ୍ୟମୟୀ ଯୁବତୀ। ବିନା ଅନୁମତିରେ କମ୍ପାନୀର କୌଣସି କର୍ମଚାରୀ ହୋଇ ନ ଥିବା ବେଳେ ଯୁବତୀଜଣକ କିପରି ଭ୍ୟାନ୍କୁ ଗଲେ ତାକୁ ନେଇ ଉଠିଛି ପ୍ରଶ୍ନ। ଏହି ଭିଡିଓ ଭାଇରାଲ ହେବା ପରେ କମ୍ପାନୀ ପକ୍ଷରୁ ଭ୍ୟାନ୍ ଡ୍ରାଇଭରଙ୍କୁ ଚାକିରିରୁ ବାହାର କରି ଦିଆଯାଇଛି। ଏପରି ଘଟଣା ଆମେରିକାର ଫ୍ଲୋରିଡାରେ ଘଟିଛି।
ଆମାଜନ ଡେଲିଭରି ଗାଡ଼ିଟି ଫ୍ଲୋରିଡାର ଏକ ଆପାର୍ଟମେଣ୍ଟ ବାହାରେ ଛିଡ଼ା ହୋଇଥିବା ବେଳେ ସେଥିରୁ କଳା ରଙ୍ଗ ଡ୍ରେସ୍ ପିନ୍ଧିଥିବା ଜଣେ ଯୁବତୀ ବାହାରୁଥିବାର ଭିଡିଓରେ ଦେଖିବାକୁ ମିଳୁଛି। ୨୪ ଅକ୍ଟୋବରରେ ଏହି ଭିଡିଓ ସୋଶାଲ ମିଡିଆରେ ଅପଲୋଡ ହେବା ପରେ ଏହାକୁ ଏ ଯାବତ ୧୨ ଲକ୍ଷ ଲୋକ ଦେଖି ସାରିଲେଣି। ଏପରିକି ଯୁବତୀଜଣକ ବାହାରିବା ପୂର୍ବରୁ କୋରିଅର ବୟଜଣକ ଭ୍ୟାନ୍ର ଡୋର ଖୋଲୁଥିବା ଦେଖିବାକୁ ମିଳିଛି।
ଏହି ଭିଡିଓ ଭାଇରାଲ ହେବାର ଏକ ସପ୍ତାହ ପରେ ଡ୍ରାଇଭରଙ୍କୁ ଚାକିରିରୁ ବାହାର କରାଯାଇଛି। ଆମାଜନର ଜଣେ ପ୍ରବକ୍ତା କହିଛନ୍ତି, ଏହା ଆମାଜନ ନୀତି ବିରୁଦ୍ଧ କାମ। ଏହାକୁ ବରଦାସ୍ତ କରାଯିବନି। ବାହାରର ଯାତ୍ରୀଙ୍କୁ ଡେଲିଭରି ଭ୍ୟାନ୍ରେ ପ୍ରବେଶ ଅନୁମତି ଦେବା କମ୍ପାନୀର ନିୟମର ଘୋର ଉଲ୍ଲଘଂନ। ଉକ୍ତ ଡ୍ରାଇଭରଜଣକ ଏବେ ଆଉ ଆମାଜନ ପାଇଁ କାମ କରୁ ନାହାନ୍ତି। ହେଲେ ଭ୍ୟାନ୍ରେ ଯୁବତୀଜଣକ କ’ଣ ପାଇଁ ପ୍ରବେଶ କରିଥିଲେ, ଡ୍ରାଇଭରଙ୍କ ସହ ତାଙ୍କ ସମ୍ପୃକ୍ତି କ’ଣ, ସେ ନେଇ କିଛି ଖୁଲାସା ହୋଇନାହିଁ।
The post ଆମାଜନ ଡେଲିଭରି ଭ୍ୟାନ୍ରୁ ବାହାରିଲେ ରହସ୍ୟମୟୀ ଯୁବତୀ, ବିଦା ହେଲେ ଡ୍ରାଇଭର appeared first on Odisha Reporter.
from Odisha Reporter https://ift.tt/2Y2FSW2
No comments:
Post a Comment