ପୁଣି ଧରା ପଡ଼ିଲା ଚାଇନାର କରୋନା ମିଛ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 5, 2021

ପୁଣି ଧରା ପଡ଼ିଲା ଚାଇନାର କରୋନା ମିଛ!

ମେଲବର୍ଣ୍ଣ: ମହାମାରୀ କରୋନାକୁ ନେଇ ପୂରା ବିଶ୍ୱ ସହ ସାଂଘାତିକ ଖେଳ ଖେଳିଥିବା ଚାଇନାର ମିଛ ପୁଣି ଧରାପଡ଼ିଛି। କରୋନା ସମ୍ପର୍କରେ ବିଶ୍ୱକୁ ଚାଇନା ଜଣାଇବା ପୂର୍ବରୁ ହିଁ ସେଠାରେ ଏହା ବ୍ୟାପିଥିଲା ବୋଲି ଏବେ ଆସିଥିବା ତଥ୍ୟରୁ ସ୍ପଷ୍ଟ ହେଉଛି। ମହାମାରୀ ବିଷୟରେ ରିପୋର୍ଟ ଦେବାର ୬ ମାସ ପୂର୍ବରୁ ଚାଇନା ବିପୁଳ ପରିମାଣର ପିସିଆର(Polymerase chain reaction) ଟେଷ୍ଟ କିଟ କିଣିଥିଲା। ଲୋକଙ୍କ ଟେଷ୍ଟିଂ ପାଇଁ ଏଗୁଡ଼ିକ କିଣା ଯାଇଥାଇ ପାରେ ବୋଲି କୁହାଯାଉଛି।

ଅଷ୍ଟ୍ରେଲିଆର ସାଇବର ସୁରକ୍ଷା କମ୍ପାନୀ ଇଣ୍ଟରନେଟ୍ ୨.୦ର ଏକ ରିପୋର୍ଟରେ ଏପରି ଦାବି କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ କରୋନାର ପ୍ରଥମ ମାମଲା ବିଷୟରେ ରିପୋର୍ଟ ଆସିବା ପୂର୍ବରୁ ଚାଇନାର ହୁବେଇ ପ୍ରଦେଶରେ ପିସିଆର ଟେଷ୍ଟିଂ କିଣା ଯାଇଥିଲା।

ନିକ୍କି ଏସିଆରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଚାଇନା ସରକାର ବିଭିନ୍ନ ଜିନିଷ କିଣିବାକୁ ବିଡ୍ କରନ୍ତି। ଗୋଟିଏ ୱେବସାଇଟ୍‌ରେ ଏହି ବିଡ୍‌ ତଥ୍ୟକୁ ବିଶ୍ଲେଷଣ କରିଥିଲା। ଏହି ବିଶ୍ଳେଷଣ କାମରେ ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ ଓ ଅନ୍ୟ କିଛି ଦେଶର ଗୁଇନ୍ଦା ଏଜେନ୍ସିର ପୂର୍ବତନ ଅଧିକାରୀ ସାମିଲ ଥିଲେ।

ଏଥିରୁ ଜଣାପଡ଼ିଛି ଯେ ୨୦୧୯ରେ ଚାଇନାର ହୁବେଇ ପ୍ରାନ୍ତରେ ପିସିଆର ପରୀକ୍ଷଣ ପାଇଁ ୧୦.୫ ମିଲିୟନ ଡଲାର ଖର୍ଚ୍ଚ କରାଯାଇଛି। ଏଥିପାଇଁ ବିପୁଳ ପରିମାଣର ଟେଷ୍ଟିଂ କିଟ୍‌ କିଣାଯାଇଥିଲା। ୨୦୧୮ ତୁଳନାରେ ପିସିସିଆର ଟେଷ୍ଟିଂ ୨୦୧୯ରେ ଦୁଇ ଗୁଣ ବଢ଼ିଥିଲା।

ବିଶ୍ୱବିଦ୍ୟାଳୟଗୁଡ଼ିକରେ ପିସିଆର ପରୀକ୍ଷା ଦ୍ୱିଗୁଣିତ ହୋଇଥିବାବେଳେ ଚାଇନାର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ରରେ ଏହା ପାଞ୍ଚ ଗୁଣ ବୃଦ୍ଧି ପାଇଥିଲା। ସେହିପରି ପଶୁପକ୍ଷୀଙ୍କ ନମୁନା ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଏହା ଦଶ ଗୁଣ ବୃଦ୍ଧି ପାଇଥିଲା। କିନ୍ତୁ ଉକ୍ତ ସମୟରେ ଡାକ୍ତରଖାନାଗୁଡ଼ିକରୁ ପିସିଆର କିଣା ହାର ୧୦% କମ ରହିଥିଲା।

ରିପୋର୍ଟରେ କୁହାଯାଇଛି ଯେ ଏପରି ତଥ୍ୟରୁ ଜଣାପଡ଼ୁଛି ଯେ ଚାଇନା ରିପୋର୍ଟ ଦେବା ପୂର୍ବରୁ ହିଁ କରୋନା ସଂକ୍ରମଣ ବ୍ୟାପିଥିଲା। ଜୁଲାଇରୁ ଅକ୍ଟୋବର ମଧ୍ୟରେ ଉହାନ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟରେ ପିସିଆର ଟେଷ୍ଟିଂ କିଟ୍‌ କିଣାର ପରିମାଣ ବୃଦ୍ଧି ଘଟିଥିଲା।

ପୂର୍ବରୁ ଏହି ଉହାନରୁ ହିଁ କରୋନା ବ୍ୟାପିଥିବା କୁହାଯାଉଥିଲା। ୨୦୧୯ରେ ପିସିଆର ପରୀକ୍ଷଣରେ ଏହି ସଂସ୍ଥା ୮.୯୨ ନିୟୁତ ୟୁଆନ୍ ଖର୍ଚ୍ଚ କରିଛି, ଯାହା ପୂର୍ବ ବର୍ଷ ତୁଳନାରେ ପ୍ରାୟ ଆଠ ଗୁଣ ଅଧିକ। ତେଣୁ ଚାଇନା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ କରୋନା କେସ୍‌ ସମ୍ପର୍କରେ ରିପୋର୍ଟ ଦେବା ପୂର୍ବରୁ ହିଁ ଭାଇରସ ସେଠାରେ ବ୍ୟାପି ସାରିଥିଲା। ଏହାପରେ ଏବେ ସାରା ବିଶ୍ୱରେ କରୋନା ଆତଙ୍କ ସୃଷ୍ଟି କରିଛି।

The post ପୁଣି ଧରା ପଡ଼ିଲା ଚାଇନାର କରୋନା ମିଛ! appeared first on Odisha Reporter.



from Odisha Reporter https://ift.tt/3Agj3eG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages