ଜୟପୁର: ପାକିସ୍ତାନର ବିଜୟରେ ଖୁସି ପ୍ରକଟ କରିବା ଜଣେ ଶିକ୍ଷୟିତ୍ରୀଙ୍କୁ ଖୁବ୍ ମହଙ୍ଗା ପଡ଼ିଛି। ତାଙ୍କୁ ଚାକିରି ହରାଇବାକୁ ପଡ଼ିଛି। ରାଜସ୍ଥାନର ଉଦୟପୁରରେ ଘଟିଛି ଏହି ଘଟଣା।
ରବିବାର ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍ର ଏକ ମ୍ୟାଚ୍ରେ ଭାରତକୁ ହରାଇଥିଲା ପାକିସ୍ତାନ। ଏଥିରେ ଖୁବ୍ ଖୁସି ହୋଇଯାଇଥିଲେ ଉଦୟପୁରର ନୀରଜା ମୋଦି ସ୍କୁଲ୍ର ଶିକ୍ଷୟିତ୍ରୀ ନଫୀସା ଅଟାରୀ। ସେ ତାଙ୍କ ଖୁସିକୁ ଜାହିର କରିବା ପାଇଁ ନିଜ ହ୍ୱାଟ୍ସଆପ୍ ଷ୍ଟାଟସ ବଦଳାଇ ଦେଇଥିଲେ। ସେ ତାଙ୍କ ହ୍ୱାଟ୍ସଆପ୍ ଷ୍ଟାଟସ୍ରେ ପାକିସ୍ତାନୀ ଖେଳାଳିଙ୍କ ଫଟୋ ଦେବା ସହିତ ‘ଆମେ ଜିତିଗଲୁ’ ବୋଲି ଲେଖିଥିଲେ।
ନଫୀସାଙ୍କ ଏହି ହ୍ୱାଟ୍ସଆପ୍ ଷ୍ଟାଟସ୍ ଦେଖି ତାଙ୍କୁ ସ୍କୁଲ୍ର ଜଣେ ଛାତ୍ରଙ୍କ ଅଭିଭାବକ ପଚାରିଥିଲେ ଯେ ସେ କ’ଣ ପାକିସ୍ତାନକୁ ସମର୍ଥନ କରନ୍ତି। ଏହାର ଜବାବରେ ନଫୀସା ହଁ କହିଥିଲେ।
ଏହା ପରେ ନଫୀସାଙ୍କ ଷ୍ଟାଟସ ଓ ତାଙ୍କ ପ୍ରତିକ୍ରିୟାର ସ୍କ୍ରିନ୍ଶଟ୍ ହ୍ୱାଟ୍ସଆପ୍ରେ ଭାଇରାଲ ହୋଇଥିଲା। ସ୍କୁଲ୍ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଏ କଥା ଆସିବା ପରେ ସେମାନେ ନଫୀସାଙ୍କୁ ତତ୍କ୍ଷଣାତ୍ ଚାକିରିରୁ ବହିଷ୍କାର କରି ଦେଇଥିଲେ।
ସୂଚନାଯୋଗ୍ୟ, ନୀରଜା ମୋଦି ସ୍କୁଲ୍ ଏକ ଘରୋଇ ଅନୁଷ୍ଠାନ। ଏହା ସୋଜିତିଆ ଚ୍ୟାରିଟେବଲ୍ ଟ୍ରଷ୍ଟ ଦ୍ୱାରା ପରିଚାଳିତ।
The post ପାକିସ୍ତାନର ବିଜୟରେ ଖୁସି ପ୍ରକଟ କରି ଚାକିରିରୁ ବିଦା ହେଲେ ଶିକ୍ଷୟିତ୍ରୀ appeared first on Odisha Reporter.
from Odisha Reporter https://ift.tt/3EkY64L
No comments:
Post a Comment