ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଗିରଫ ଦାବିରେ ଆଜି ବଲାଙ୍ଗିର ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 20, 2021

ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଗିରଫ ଦାବିରେ ଆଜି ବଲାଙ୍ଗିର ବନ୍ଦ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): କଳାହାଣ୍ଡି ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ପ୍ରତିବାଦରେ ଆଜି ବଲାଙ୍ଗିର ବନ୍ଦ ଡାକରା ଦିଆଯାଇଛି। ବିଜେପି ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ୧୨ ଘଣ୍ଟିଆ ବଲାଙ୍ଗିର ବନ୍ଦ ଡାକରା ଦିଆଯାଇଛି । ଆଜି ସକାଳୁ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି।  ଏହା ପ୍ରଭାବରେ ସହରରେ ଗାଡି ଚଳାଚଳ ଏବଂ ଦୋକାନ ବଜାର ସବୁ ବନ୍ଦ ରହିଛି ।

ମମିତା ମେହେର ହତ୍ୟାକାଣ୍ଡରେ ଗିରଫ ମୋଷ୍ଟ ଓ୍ୱାଣ୍ଟେଡ ଅପରାଧୀ ଗୋବିନ୍ଦ ସାହୁ ସହିତ ଘନିଷ୍ଠ ଥିଲେ ମନ୍ତ୍ରୀ ଦିବ୍ୟଶଂକର ମିଶ୍ର । ତେଣୁ ମନ୍ତ୍ରୀଙ୍କୁ ଗିରଫ କରିବା ସହିତ ସିବିଆଇ ତଦନ୍ତ ଦାବି କରି ବନ୍ଦ ପାଳନ କରୁଛି ବିଜେପି ।

ସୂଚନାଯୋଗ୍ୟ,  ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଅଧିକ ଖୋଳତାଡ଼ ଚଳାଇଛି ପୁଲିସ୍‌ । ବିଭିନ୍ନ ସ୍ଥାନରୁ ସିସିଟିଭି ଫୁଟେଜ୍ ସଂଗ୍ରହ କରି ଛାନଭିନ୍‌ ଚଳାଇଛି ପୁଲିସ । ଜବତ ହୋଇଥିବା ଅଭିଯୁକ୍ତ ଗୋବିନ୍ଦଙ୍କ କାର୍ ଓ ପାରିପାର୍ଶ୍ୱିକ ସ୍ଥିତିର ବି ଅନୁଧ୍ୟାନ ଚାଲିଛି । ଅଧିକ ପ୍ରମାଣ ହାସଲ ପାଇଁ ବିଭିନ୍ନ ସ୍ଥାନରୁ ଜବତ ହୋଇଥିବା ସାମଗ୍ରୀକୁ ଫୋରେନ୍ସିକ୍ ଲ୍ୟାବ୍‌କୁ ଟେଷ୍ଟ ପାଇଁ ପଠାଇବାକୁ ଯୋଜନା ରହିଛି ।

ଗୋବିନ୍ଦକୁ ୫ ଦିନିଆ ରିମାଣ୍ଡ ପାଇଁ ବଙ୍ଗୋମୁଣ୍ଡା JMFC କୋର୍ଟ ଅନୁମତି ଦେଇଛନ୍ତି । ରିମାଣ୍ଡ ଅବଧି ଭିତରେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ  ବିଭିନ୍ନ ଦିଗରୁ ପଚରାଉଚରା କରିବ ପୁଲିସ୍‌ । ଶୀଘ୍ର ଚାର୍ଜସିଟ୍ କରାଯାଇ ଫାଷ୍ଟଟ୍ରାକ୍ କୋର୍ଟରେ ବିଚାର ହେବ ବୋଲି DIG କହିଛନ୍ତି ।

ଗୋବିନ୍ଦର ପରକୀୟା ପ୍ରୀତି ବିଷୟରେ ଜାଣିବା ଏବଂ ଏହାକୁ ପ୍ରଘଟ କରିଦେବାର ଧମକ ଦେଇଥିବାରୁ ମମିତାଙ୍କୁ ଯୋଜନା ବଦ୍ଧ ଭାବେ ଗୋବିନ୍ଦ ହତ୍ୟା କରିଥିବା ଗତକାଲି ଉତ୍ତରାଞ୍ଚଳ ଡିଆଇଜି ସୂଚନା ଦେଇଥିଲେ । ତେବେ ଗୋବିନ୍ଦର କାହା ସହ ଥିଲା ପରକୀୟା ପ୍ରୀତି ସେ ନେଇ ଏବେ ପ୍ରଶ୍ନ ଉଠିଛି ।

ସୂଚନାଯୋଗ୍ୟ,  ମହାଲିଙ୍ଗ କଲେଜ ଅଧ୍ୟକ୍ଷଙ୍କ  ସହ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କର ନିବିଡ଼ ସଂପର୍କ  ଥିବା ଅଭିଯୋଗ ଅଣି ମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛି ବିଜେପି । ଏବେ ଭାଇରାଲ ହେଉଥିବା ଏକ ଭିଡିଓରେ ଏହାର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଛି। ମନ୍ତ୍ରୀଙ୍କ ଗୁଣଗାନ କରିବାକୁ କୁଣ୍ଠାବୋଧ କରୁ ନାହାନ୍ତି ଗୋବିନ୍ଦ ସାହୁ।  ଗୋବିନ୍ଦ ସାହୁଙ୍କ କହିବାନୁଯାୟୀ,  ମନ୍ତ୍ରୀ ରିତିମତ କଲେଜକୁ ଆସୁଥିଲେ, ଭଲମନ୍ଦ ବୁଝୁଥିଲେ, ପିଲାଙ୍କୁ ଉତ୍ସାହିତ କରୁଥିଲେ । ଏହି ଭିଡିଓରେ ଗୋବିନ୍ଦ ମନ୍ତ୍ରୀଙ୍କ ଜୟଗାନ କରୁଥିବା ବେଳେ ତାଙ୍କ ଫଟୋ ମଧ୍ୟ ଭିଡିଓରେ ସଲଗ୍ନ କରିଥିବା ଦେଖିବାକୁ ମିଳିଛି ।

The post ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଗିରଫ ଦାବିରେ ଆଜି ବଲାଙ୍ଗିର ବନ୍ଦ appeared first on Odisha Reporter.



from Odisha Reporter https://ift.tt/2Z7gcZ5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages