ଲଖିମପୁର ହିଂସା ମାମଲା: ବନ୍ଧା ହେଲେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 9, 2021

ଲଖିମପୁର ହିଂସା ମାମଲା: ବନ୍ଧା ହେଲେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅ

ଲକ୍ଷ୍ନୌ: ଶେଷରେ ବନ୍ଧା ହେଲେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ। ଲଖିମପୁର ଖେରି ହିଂସା ମାମଲାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଗିରଫ କରାଯାଇଛି। ତଦନ୍ତରେ ସହଯୋଗ କରି ନଥିବା ଅଭିଯୋଗରେ ଶନିବାର ବିଳମ୍ବିତ ରାତିରେ ଆଶିଷଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଏଥିସହ ତାଙ୍କ ମୋବାଇଲ୍‌ ମଧ୍ୟ କ୍ରାଇମବ୍ରାଞ୍ଚ ଜବତ କରିନେଇଛି।

୧୨ ଘଣ୍ଟାରୁ ଅଧିକ ସମୟ ପାଇଁ ଜେରା କରାଯାଇଥିଲା। ଜେରା ବେଳେ ସେ ‌ତଦନ୍ତକାରୀ ଅଧିକାରୀଙ୍କୁ ସହଯୋଗ କରିନଥିଲେ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ ବୋଲି ଶରଣପୁର ଡିଆଇଜି କହିଛନ୍ତି।

ଆଶିଷ ମିଶ୍ରାଙ୍କ ଓକିଲ କହିଛନ୍ତି, ସେ ଆଜି ଜେଲରେ ରହିବେ। ସୋମବାର ମାମଲାର ଶୁଣାଣି ହେବ। ଆଶିଷଙ୍କୁ ଏବେ ଲଖିମପୁର ଜେଲ୍‌ରେ ରଖାଯାଇଛି। ପୁଲିସ ଗତ ରାତିରେ ହିଁ ତାଙ୍କୁ ଜେଲ ପଠାଇ ଦେଇଥିଲା।

ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷଙ୍କ ନାଁରେ କୃଷକଙ୍କ ଉପରେ ଗାଡି ଚଢ଼ାଇ ଦେଇଥିବା ଅଭିଯୋଗ ରହିଛି। ଏହି ମାମଲାରେ ସେ ଶନିବାର ଦିନ ପୁଲସ ନିକଟରେ ହାଜର ହୋଇଥିଲେ। ମାମଲାର ତଦନ୍ତ ପାଇଁ ଗଠିତ ଏସ୍‌ଆଇଟି ତାଙ୍କୁ ପ୍ରାୟ ୧୨ ଘଣ୍ଟା ଧରି ଜେରା କରିଥିଲା।

ଜେରେ ବେଳେ ଆଶିଷ ଅକ୍ଟୋବର ୩ ତାରିଖ ଅପରାହ୍ନ ୨.୩୬ରୁ ୩.୩୦ ମଧ୍ୟରେ କେଉଁଠି ଥିଲେ ତାହା ସେ ଠିକ୍‌ରେ କିଛି କହିପାରିନଥିଲେ ଏବଂ ଏନେଇ ପ୍ରମାଣ ମଧ୍ୟ ଦେଇପାରିନଥିଲେ। ତାଙ୍କୁ ୪୦ରୁ ଅଧିକ ପ୍ରଶ୍ନ ପଚରାଯାଇଥିଲା। ହେଲେ ସେ ଏସ୍‌ଆଇଟିର ଗୋଟିଏ ବି ପ୍ରଶ୍ନର ଉତ୍ତର ଦେଇନଥିଲେ। ତଦନ୍ତକାରୀ ଅଧିକାରୀ କହିଛନ୍ତି ଯେ ପୁଲିସର ଅନେକ ପ୍ରଶ୍ନକୁ ‌ସେ ଏଡାଇ ଯାଇଥିଲେ।

ପୁଲିସ ଦୁଇଥର ନୋଟିସ୍ ଦେବା ପରେ ସୁପ୍ରିମକୋର୍ଟ ଭର୍ତ୍ସନା କରିବା ପରେ ଶନିବାର କ୍ରାଇମ୍‌ବ୍ରାଞ୍ଚରେ ହାଜର ହୋଇଥିଲେ ଅଭିଯୁକ୍ତ ଆଶିଷ ମିଶ୍ରା। ଏପର୍ଯ୍ୟନ୍ତ ଆଶିଷଙ୍କୁ କାହିଁକି ଗିରଫ କରାଯାଇ ନାହିଁ ବୋଲି ଶୁକ୍ରବାର ୟୁପି ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ। ତାଙ୍କ ବିରୋଧରେ ସଂଗୀନ ଅଭିଯୋଗ ଲାଗିବା ସତ୍ତ୍ୱେ ତାଙ୍କୁ କାହିଁକି ନୋଟିସ୍ କରାଯାଇଛି ବୋଲି କୋର୍ଟ ପଚାରିଥିଲେ।

ସୂଚନାଯୋଗ୍ୟ ଯେ ଚାଷୀମା‌ନେ ଗତ ୩ ତାରିଖରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଆଶିଷଙ୍କ ଏସୟୁଭି କାର୍‌ ସେମାନଙ୍କ ପରେ ଚଢ଼ିଯାଇଥିଲା। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ପରେ ଏହି ଘଟଣାରେ ଆଉ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ଆନ୍ଦୋଳନକାରୀମାନେ ମନ୍ତ୍ରୀଙ୍କ ୩ଟି ଗାଡିରେ ନିଆଁ ଲଗାଇ ଦେଇଥିଲେ।

The post ଲଖିମପୁର ହିଂସା ମାମଲା: ବନ୍ଧା ହେଲେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅ appeared first on Odisha Reporter.



from Odisha Reporter https://ift.tt/3lpsnIO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages