ଚଳନ୍ତା ଟ୍ରେନରେ ମହିଳାଙ୍କୁ ଗଣଦୁଷ୍କର୍ମ କଲେ ଲୁଟେରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 9, 2021

ଚଳନ୍ତା ଟ୍ରେନରେ ମହିଳାଙ୍କୁ ଗଣଦୁଷ୍କର୍ମ କଲେ ଲୁଟେରା

ମୁମ୍ବାଇ: ପୁଣିଥରେ ସମସ୍ତଙ୍କୁ ବିଚଳିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଚଳନ୍ତା ଟ୍ରେନ୍‌ରେ ଯାତ୍ରୀଙ୍କୁ ଲୁଟପାତ କରିବାକୁ ଆସିଥିବା ୮ ଜଣ ଯୁବକ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରିଛନ୍ତି। ଟ୍ରେନଟି ଉତ୍ତର ପ୍ରଦେଶର ଲକ୍ଷ୍ନୌରୁ ମହାରାଷ୍ଟ୍ରର ମୁମ୍ବାଇ ଆସୁଥିବା ବେଳେ ଏପରି ଘଟଣା ଘଟିଛି। ପୁଲିସ ଗଣଦୁଷ୍କର୍ମ ଘଟଣାରେ ୪ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନେ ଫେରାର ରହିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ୮ ଜଣ ଯୁବକ ଶୁକ୍ରବାର ରାତିରେ ଲକ୍ଷ୍ନୌ-ମୁମ୍ବାଇ ପୁଷ୍କକ ଏକ୍ସପ୍ରେସର ସ୍ଲିପର କୋଚ୍‌ରେ ଚଢ଼ିଥିଲେ। ସେମାନଙ୍କ ହାତରେ ଧାରୁଆ ଅସ୍ତ୍ରଶସ୍ତ୍ର ରହିଥିଲା। ମୁମ୍ବାଇ ଠାରୁ ୧୨୦ କିମି ଦୂର ଲଗତପୁରୀ ସହରରେ ଟ୍ରେନ ରହିବା ବେଳେ ସେମାନେ ଲୁଟ ଉଦ୍ଦେଶ୍ୟରେ ସ୍ଲିପର କୋଚରେ ପ୍ରବେଶ କରିଥିଲେ।

ଟ୍ରେନ ଛାଡ଼ିବା ମାତ୍ରେ ସେମାନେ ଅସ୍ତ୍ରଶସ୍ତ୍ର ଦେଖାଇ ଯାତ୍ରୀଙ୍କୁ ଲୁଟ କରି ଚାଲିଥିଲେ। ତେବେ ହଠାତ୍‌ ଜଣେ ମହିଳାଙ୍କୁ ଦେଖି ସେମାନେ ତାଙ୍କୁ ଜଣଙ୍କ ପରେ ଜଣେ ଅସ୍ତ୍ର ଦେଖାଇ ଦୁଷ୍କର୍ମ କରିବା ଆରମ୍ଭ କରିଥିଲେ। ସେଠାରେ ଉପସ୍ଥିତ ଯାତ୍ରୀମାନେ ଏହାକୁ ବିରୋଧ କରିବାକୁ କରିବାରୁ ଲୁଟେରାମାନେ ସେମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ।

ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯିବାକୁ ଅନ୍ୟ ୬ ଜଣ ଯାତ୍ରୀ ଆହତ ବି ହୋଇଛନ୍ତି। ଏସବୁ ଭିତରେ ଟ୍ରେନଟି କାସରା ଷ୍ଟେସନରେ ପହଞ୍ଚି ଯାଇଥିଲା। ଟ୍ରେନ ଅଟକିବାରୁ ଲୋକମାନେ ପାଟିତୁଣ୍ଡ କରିଥିଲେ। ଏହା ଶୁଣି ରେଳବାଇ ପୁଲିସ୍‌ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲା।

କିନ୍ତୁ ସେତେବେଳକୁ ୬ ଜଣ ଲୁଟେରା ଫେରାର ହୋଇ ଯାଇଥିଲେ। ପୁଲିସ୍‌ ୨ ଜଣଙ୍କୁ ଘଟଣାସ୍ଥଳକୁ ଗିରଫ କରିଥିବା ବେଳେ ଆଉ ୨ ଜଣଙ୍କୁ କିଛି ସମୟ ପରେ କାବୁ କରିଥିଲା। ଏବେ ବି ଉକ୍ତ ଲୁଟେରା ଗ୍ୟାଙ୍ଗର ୪ ଜଣ ସଦସ୍ୟ ଫେରାର ଅଛନ୍ତି। ସେମାନଙ୍କୁ ଧରିବା ପାଇଁ ପୁଲିସ୍‌ ସ୍ୱତନ୍ତ୍ର ଟିମ ଗଠନ କରିଛି।

ଗିରଫ ଲୁଟେରାମାନଙ୍କ ଠାରୁ ୩୪ ହଜାର ଟଙ୍କାର ଚୋରି ସାମଗ୍ରୀ ଜବତ କରାଯାଇଛି। ରେଲବାଇ ପୁଲିସ୍‌ ଗଣଦୁଷ୍କର୍ମ ଓ ଲୁଟ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

The post ଚଳନ୍ତା ଟ୍ରେନରେ ମହିଳାଙ୍କୁ ଗଣଦୁଷ୍କର୍ମ କଲେ ଲୁଟେରା appeared first on Odisha Reporter.



from Odisha Reporter https://ift.tt/3lpMPJN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages