ମାଗଣାରେ କୁକୁଡ଼ା ନ ଦେବାରୁ ଯୁବକଙ୍କୁ ପିଟିଲେ ନିହାଙ୍ଗ ଶିଖ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 22, 2021

ମାଗଣାରେ କୁକୁଡ଼ା ନ ଦେବାରୁ ଯୁବକଙ୍କୁ ପିଟିଲେ ନିହାଙ୍ଗ ଶିଖ୍‌

ନୂଆଦିଲ୍ଲୀ: କେନ୍ଦ୍ରର କୃଷି ଆଇନ ବିରୋଧରେ ଚାଷୀମାନେ ଦିଲ୍ଲୀର ସିଙ୍ଘୁ ସୀମାରେ କରୁଥିବା ଆନ୍ଦୋଳନ ସ୍ଥଳରୁ ପୁଣ ଗୋଟିଏ ଅପ୍ରୀତିକର ଖବର ଆସିଛି। କିଛି ଦିନ ତଳେ ଜଣେ ଦିନ ମଜୁରିଆଙ୍କୁ ନିହାଙ୍ଗ ଶିଖମାନେ ସିଙ୍ଘୁ ସୀମାରେ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିଲେ।

ଏବେ ପୁଣିଥରେ କୁକୁଡ଼ା ପାଇଁ ନିହାଙ୍ଗ ଶିଖମାନେ ଜଣେ ଯୁବକଙ୍କୁ ଆକ୍ରମଣ କରିଛନ୍ତି। ଏହି ଘଟଣାରେ ଯୁବକ ଜଣଙ୍କ ଗୁରୁତର ଆହତ ହୋଇଥିବା ବେଳେ ପୁଲିସ୍‌ ଆକ୍ରମଣକାରୀ ନିହାଙ୍ଗ ସଂପ୍ରଦାୟର ବ୍ୟକ୍ତିଙ୍କୁ ଗିରଫ କରିଛି।

ଆକ୍ରମଣର ଶିକାର ହୋଇଥିବା ମନୋଜ ପାଶ୍ୱାନଙ୍କ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଗୋଟିଏ ଭିଡିଓରେ ମନୋଜ ହସ୍ପିଟାଲର ବେଡ୍‌ରେ ଶୋଇଥିବା ବେଳେ ଆଉ ଗୋଟିଏ ଭିଡିଓରେ ସେ ପୂରା ଘଟଣା ବିଷୟରେ ସୂଚନା ଦେଉଛନ୍ତି। ସେ କହିଛନ୍ତି, ନିକଟସ୍ଥ ଫାର୍ମରୁ କୁକୁଡ଼ା ନେଇ ଯାଉଥିବା ବେଳେ ତାଙ୍କୁ ସିଙ୍ଘୁ ସୀମାରେ ଜଣେ ବ୍ୟକ୍ତି ଅଟକାଇଥିଲେ। ବ୍ୟକ୍ତି ଜଣଙ୍କ ମନୋଜଙ୍କୁ ମାଗଣାରେ ଗୋଟିଏ କୁକୁଡ଼ା ଦେବାକୁ କହିଥିଲେ।

ହେଲେ ସେ ଏଥିରେ ରାଜି ହୋଇ ନଥିଲେ। ମନୋଜ ଜଣେ ଦିନ ମଜୁରିଆ ଓ ଗୋଟିଏ ବି କୁକୁଡ଼ା ମିସ୍‌ ହେଲେ ତାଙ୍କୁ ମାଲିକ ଚାକିରିରୁ କାଢ଼ି ଦେବେ ବୋଲି ସେ ନିହାଙ୍ଗ ସଂପ୍ରଦାୟର ବ୍ୟକ୍ତିଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ଏଥିସହ ମନୋଜ ତାଙ୍କ ନିକଟସ୍ଥ ଫାର୍ମର ଠିକଣା ଦେବା ସହ ସେଠାରୁ କୁକୁଡ଼ା କିଣିବାକୁ ପରାମର୍ଶ ଦେଇଥିଲେ।

ବାସ୍‌ ଏହାଶୁଣି ବ୍ୟକ୍ତି ଜଣଙ୍କ ରାଗି ଯାଇ ମନୋଜଙ୍କୁ କୁରାଢ଼ୀରେ ଆକ୍ରମଣ କରିଥିଲେ। ମନୋଜଙ୍କୁ ରକ୍ଷା କରିବା ପାଇଁ ଆଉ ଜଣେ ବ୍ୟକ୍ତି ସାହାଯ୍ୟ କରିଥିଲେ। ହେଲେ ସେ ବି ନିହାଙ୍ଗ ସଂପ୍ରଦାୟ ବ୍ୟକ୍ତିଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ପୁଲିସ୍‌ ମନୋଜଙ୍କ ବୟାନକୁ ଆଧାର କରି ସଂପ୍ୟକ୍ତ ନିହାଙ୍ଗ ଶିଖଙ୍କୁ ଗିରଫ କରିଛି।

ସୂଚନାଯୋଗ୍ୟ, କିଛି ଦିନ ତଳେ ନିହାଙ୍ଗ ଶିଖମାନେ ସେମାନଙ୍କ ପବିତ୍ର ବହିକୁ ଅପବିତ୍ର କରିବାକୁ ଚେଷ୍ଟା କରୁଥିବା ଜଣେ ଦଳିତ ଯୁବକଙ୍କୁ ହତ୍ୟା କରିଥିଲେ। ତାଙ୍କୁ ମାଡ଼ ମାରାଯିବା ସହ ତାଙ୍କ ଗୋଟିଏ ହାତକୁ ନିହାଙ୍ଗମାନେ କାଟି ଦେଇଥିଲେ। ଏହାପରେ ଆନ୍ଦୋଳନ ସ୍ଥଳରେ ଥିବା ଗୋଟିଏ ବ୍ୟାରିକେଡ୍‌ରେ ତାଙ୍କ ମୃତଦେହକୁ ଝୁଲାଇ ଦେଇଥିଲେ।

The post ମାଗଣାରେ କୁକୁଡ଼ା ନ ଦେବାରୁ ଯୁବକଙ୍କୁ ପିଟିଲେ ନିହାଙ୍ଗ ଶିଖ୍‌ appeared first on Odisha Reporter.



from Odisha Reporter https://ift.tt/3prPDIB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages