ରାଜଧାନୀରେ ଟିକାକରଣ: ପ୍ରତି ୨ ଜଣରେ ଜଣେ ନେଇ ସାରିଲେଣିରେ ଡବଲ ଡୋଜ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 5, 2021

ରାଜଧାନୀରେ ଟିକାକରଣ: ପ୍ରତି ୨ ଜଣରେ ଜଣେ ନେଇ ସାରିଲେଣିରେ ଡବଲ ଡୋଜ୍

ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧରେ ଦେଶର ରାଜଧାନୀ ଦିଲ୍ଲୀକୁ ବଡ଼ ସଫଳତା ମଳିଛି। ବର୍ତ୍ତମାନ ରାଜଧାନୀର ପ୍ରତି ୨ ଜଣରେ ଜଣେ ପ୍ରାପ୍ତ ବୟସ୍କ ଟିକାର ଡବଲ ଡୋଜ୍‌ ନେଇ ସାରିଛନ୍ତି। ସେହିପରି ପ୍ରତି ୧୦ ଜଣରୁ ୯ ଜଣ ଯୋଗ୍ୟ ହିତାଧିକାରୀ ଅତିକମରେ ଟିକାର ଗୋଟିଏ ଡୋଜ୍‌ ନେଇଛନ୍ତି।

ଏହି ତଥ୍ୟ ରାଜଧାନୀବାସୀଙ୍କୁ କରୋନା ବିରୋଧରେ ଲଢ଼େଇ କରିବାକୁ ଆହୁରି ବଳ ଜୁଟାଇବ ବୋଲି କୁହାଯାଉଛି। ରାଜଧାନୀରେ ଶୁକ୍ରବାର ରାତି ୮ଟା ସୁଦ୍ଧା ୪୨,୩୪୫ ଡୋଜ୍‌ର ଟିକାକରଣ ହୋଇଥିଲା। କିନ୍ତୁ ଏହା ମଧ୍ୟରୁ ୨୯,୫୯୩ ଜଣ ଦ୍ୱିତୀୟ ଡୋଜ୍‌ ନେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀରେ ୭୫.୨୫ ଲକ୍ଷ ଲୋକଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି। ସେହିପରି ୧.୩୧ କୋଟି ଲୋକ ପ୍ରଥମ ଡୋଜ୍‌ ନେଇଛନ୍ତି। ଏଯାଏ ରାଜଧାନୀରେ ମୋଟ ୨,୦୬,୩୫,୮୩୬ ଡୋଜର ଟିକାକରଣ ହୋଇଛି। ଏଠାରେ ଟିକା ନେବାକୁ ଥିବା ଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ୧.୫ କୋଟି।

ଏହା ମଧ୍ୟରୁ ୫୦.୨% ଲୋକ ଟିକାର ଦୁଇଟି ଯାକ ଡୋଜ୍ ନେଇ ସାରିଛନ୍ତି। ଏହାର ଅର୍ଥ ପ୍ରତି ୨ ଜଣରେ ଜଣେ ଏବେ ଟିକାର ଦୁଇଟି ଯାକ ଡୋଜ୍‌ ନେଇ ସାରିଛନ୍ତି। ସେହିପରି ମୋଟ ମୋଟ ଯୋଗ୍ୟ ହତାଧିକାରୀଙ୍କ ମଧ୍ୟରୁ ୮୭.୪% ଲୋକ ଅତି କମରେ ଟିକାର ଗୋଟିଏ ଡୋଜ୍‌ ନେଇସାରିଲେଣି। ପ୍ରଥମ ଡୋଜ୍‌ ନେଇଥିବା ଲୋକଙ୍କ ସଂଖ୍ୟା ହେଲା ୧,୩୧,୧୧,୦୯୯। ଚଳିତ ବର୍ଷ ଶେଷ ସୁଦ୍ଧାର ଦିଲ୍ଲୀର ସମସ୍ତ ଲୋକଙ୍କ ଟିକାକରଣ ଶେଷ କରିବାକୁ ସରକାର ଲକ୍ଷ୍ୟ ରଖିଛି। ରାଜଧାନୀରେ ଦୈନିକ ଟିକାକରଣର କ୍ଷମତା ହେଲା ୩ ଲକ୍ଷ।

ଅନ୍ୟପକ୍ଷରେ ମୁମ୍ବାଇରେ ୯୨.୩ ଲକ୍ଷ ଯୋଗ୍ୟ ଦ୍ୱିତୀୟ ଡୋଜ୍‌ ହିତାଧିକାରୀଙ୍କ ମଧ୍ୟରୁ ଏଯାଏ ୬୧% ଅର୍ଥାତ ୫୬.୫ ଲକ୍ଷ ଲୋକ ଟିକା ନେଇଛନ୍ତି। ସେହିପରି ୯୧.୫ ଲକ୍ଷ ଲୋକ ପ୍ରଥମ ଡୋଜ୍‌ ଟିକା ନେଇଛନ୍ତି।

The post ରାଜଧାନୀରେ ଟିକାକରଣ: ପ୍ରତି ୨ ଜଣରେ ଜଣେ ନେଇ ସାରିଲେଣିରେ ଡବଲ ଡୋଜ୍ appeared first on Odisha Reporter.



from Odisha Reporter https://ift.tt/3mNu0AH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages