ଦିଲ୍ଲୀ ପ୍ରଦୂଷଣକୁ ନେଇ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 12, 2021

ଦିଲ୍ଲୀ ପ୍ରଦୂଷଣକୁ ନେଇ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ:  ଦିଲ୍ଲୀରେ ବଢ଼ୁଥିବା ମାତ୍ରାଧିକ ପ୍ରଦୂଷଣକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ରହିଛି। ଦିଲ୍ଲୀରେ ପ୍ରଦୂଷଣ ରୋକିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ପୂର୍ବରୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ। ଏନେଇ ସରକାରଙ୍କ ସତ୍ୟପାଠ ଦାଖଲ ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଥିଲେ। ଗତ ଅକ୍ଟୋବର ୨୮ରେ ଦିଲ୍ଲୀର ୧୭ ବର୍ଷୀୟ ଛାତ୍ର ଆଦିତ୍ୟ ଦୁବେ ଏନେଇ କୋର୍ଟ ଯାଇଥିଲେ। ସେପଟେ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରଦୂଷଣକୁ ରୋକିବା ପାଇଁ ପ୍ରୟାସ କରାଯାଉଛି।

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସରକାରୀ ଏବଂ ବେସରକାରୀ ପ୍ରତିଷ୍ଠାନଗୁଡ଼ିକୁ ଯାନବାହାନର ବ୍ୟବହାରକୁ ୩୦ ପ୍ରତିଶତ ହ୍ରାସ କରିବାକୁ ପରାମର୍ଶ ଦେଇଛନ୍ତି। ଏହା ସହିତ ଜିଆରଜେପି ତଥା ଗ୍ରେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ ଅନୁଯାୟୀ, ଜରୁରୀକାଳୀନ ପଦକ୍ଷେପ କାର୍ଯ୍ୟକାରୀ କରିବାକୁ କୁହାଯାଇଛି।  ସେହିପରି କମିଶନର ଅଫ ଏୟାର କ୍ୱଲିଟି ମ୍ୟାନେଜମେଣ୍ଟ (CAQM) ପକ୍ଷରୁ ପ୍ରଦୂଷଣ ହାର ରୋକିବା ପାଇଁ  ରାଜ୍ୟ ସରକାରଙ୍କୁ କହିଥିଲେ । ଦୀପାଳି ପରଠାରୁ ଦିଲ୍ଲୀର ବାୟୁ ଏବଂ ଜଳ ପ୍ରଦୂଷଣ ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଇଛି।

ଦିନକୁ ଦିନ ପରିସ୍ଥିତି ସଂଘାତିକ ହେବାରେ ଲାଗିଛି। ଆଜି ମଧ୍ୟ ଦିଲ୍ଲୀ-ଏନସିଆର  ଅଞ୍ଚଳରେ ଏୟାର କ୍ୱାଲିଟି ସୂଚକାଙ୍କ ୫୦୦ରୁ ଅଧିକ ତଥା  ଅତି ବିପଜନ୍ନକ କେଟାଗୋରୀରେ ରହିଛି। କ୍ରମାଗତ ଭାବେ ପ୍ରଦୂଷଣକୁ ନେଇ  ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଦିଲ୍ଲୀ ସରକାର ଚିନ୍ତିତ ଅଛନ୍ତି।  ଏନେଇ ଯେତେ ପଦକ୍ଷେପ ନେଲେ ମଧ୍ୟ ପର୍ଯ୍ୟାପ୍ତ ହେଉ ନାହିଁ। ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆକାଶରେ ଧୂଆଁର ଆସ୍ତରଣ ଜମି ରହୁଛି।  ପ୍ରଦୂଷଣ ବୃଦ୍ଧି ଉପରେ ସୁପ୍ରିମକୋର୍ଟ ମଧ୍ୟ ପୂର୍ବରୁ ଚିନ୍ତାପ୍ରକଟ କରିଛନ୍ତି। ଆଜି ଦିଲ୍ଲୀ-ଏନସିଆର ପ୍ରଦୂଷଣ ଉପରେ ଶୁଣାଣି ରହିଛି।

The post ଦିଲ୍ଲୀ ପ୍ରଦୂଷଣକୁ ନେଇ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ appeared first on Odisha Reporter.



from Odisha Reporter https://ift.tt/3nbGdzF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages