ନୂଆ ଭ୍ୟାରିଆଣ୍ଟ ପ୍ରତି ସତର୍କ ରୁହ: କେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 28, 2021

ନୂଆ ଭ୍ୟାରିଆଣ୍ଟ ପ୍ରତି ସତର୍କ ରୁହ: କେନ୍ଦ୍ର

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ନୂତନ କରୋନା ଭାଇରସ୍ ଭ୍ୟାରିଆଣ୍ଟ ଓମିକ୍ରନକୁ ନେଇ ପୁଣି ଭୟ ସୃଷ୍ଟି ହୋଇଛି। ଏନେଇ କେନ୍ଦ୍ର ପୁଣି ଥରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖି ସତର୍କ କରାଇ ଦେଇଛି।  ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମୁଖ୍ୟ ସଚିବ ଓ ସ୍ୱାସ୍ଥ୍ୟ ସଚିବଙ୍କୁ  ଚିଠି ଲେଖିଛନ୍ତି  କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ରିସ୍କ ଥିବା ଦେଶରୁ ଆସୁଥିବା ଯାତ୍ରୀଙ୍କୁ ସ୍କ୍ରିନିଂ କରିବା ସହିତ ସେମାନେ ୧୪ ଦିନିଆ କ୍ୱାରେଣ୍ଟାଇନ୍‌ରେ ରହିବା ପାଇଁ ପରାମର୍ଶ ଦିଆଯାଇଛି। ସେହିପରି ହଟସ୍ପଟ୍ ଉପରେ ନଜର ରଖିବା ପାଇଁ କୁହାଯାଇଛି। ବିଶେଷ କରି ଯେଉଁ କ୍ଲଷ୍ଟରରେ ପଜିଟିଭ ହାର ଅଧିକ ରହୁଛି ସେହି ଅଞ୍ଚଳ ଗୁଡ଼ିକୁ ଅଧିକ ଦୃଷ୍ଟି ଦେବାକୁ କୁହାଯାଇଛି। ଉକ୍ତ ହଟସ୍କଟାରୁ ପଜିଟିଭ ସାମ୍ପୁଲ ସଂଗ୍ରହ କରି ବାୟୋ ଟେକ୍ନୋଲୋଜି ସହାୟତାରେ  INSACOG ଲ୍ୟାବକୁ ପଠାଇବା ପାଇଁ କୁହାଯାଇଛି।

ବିଶେଷ କରି ରାଜ୍ୟମାନଙ୍କରେ କେସ ଯେମିତି ନବଢ଼େ ସେଥିପଅତି ଅଧିକ ସାବଧାନ ରହିବାକୁ କୁହାଯାଯାଇଛି। ସେହିପରି  ଆନ୍ତର୍ଜାତୀୟ ଯାତ୍ରୀମାନଙ୍କ ଉପରେ କଡ଼ା ନଜର, ବର୍ଦ୍ଧିତ ପରୀକ୍ଷଣ, ହଟସ୍ପଟ୍ ଉପରେ ନଜର, ଜିନୋମ ସିକ୍ୟୁଏନସିଙ୍ଗ, ସ୍ୱାସ୍ଥ୍ୟ ଭିତ୍ତିଭୂମି ବୃଦ୍ଧି, ନୀରିକ୍ଷଣ ପଦକ୍ଷେପ ବୃଦ୍ଧି ଏବଂ କରୋନା ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର।। ଦକ୍ଷିଣ ଆଫ୍ରିକାରୁ ମିଳିଥିବା ଏହି ନୂଆ ଭାରିଏଣ୍ଟ ବୋସୱାନା, ହଂକଂ, ଇସ୍ରାଏଲ ଏବଂ ବେଲ୍‌ଜିୟମ ଆଦି ୫ଟି ଦେଶକୁ ଏହା ବ୍ୟାପି ସାରିଲାଣି। ସାର୍ସ କୋଭ୍-୨ ଭାଇରସ୍ ଉପରେ ଗବେଷଣା କରୁଥିବା ଟେକନିକାଲ୍ ଆଡଭାଇଜରି ଗ୍ରୁପ୍ର ଭର୍ଚୁଆଲ ମିଟିଂରେ ଏହି ଭ୍ୟାରିଏଣ୍ଟର ନାମକରଣ ‘ଓମିକ୍ରନ’ କରାଯାଇଛି।

ଅଳ୍ପଦିନ ପୂର୍ବରୁ ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା ଭ୍ୟାରିଏଣ୍ଟ B.1.1.529 ବା ଓମିକ୍ରନ କରୋନାର ଅନ୍ୟ ଭ୍ୟାରିଏଣ୍ଟଠାରୁ ଅଧିକ ମାରାତ୍ମକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ-`ହୁ’ ପକ୍ଷରୁ କୁହାଯାଇଛି। ପୂର୍ବର ଆସିଥିବା ଡେଲ୍ଟା, ଡେଲ୍ଟା ପ୍ଲସ, ଆଲ୍ଫା, ବିଟା ଓ ଗାମା ଭ୍ୟାରିଏଣ୍ଟ ଠାରୁ ଏହା ଅଧିକ ଚିନ୍ତାଜନକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି। ଏଣୁ ନୂଆ ଭ୍ୟାରିଏଣ୍ଟ ଓମିକ୍ରନ ସଂକ୍ରମଣ ରୋକିବା ଲାଗି ଶୁକ୍ରବାରଠାରୁ ବିଭିନ୍ନ ଦେଶ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ଆରମ୍ଭ କରିଛନ୍ତି। ଏକାଧିକ ଦେଶ ଦକ୍ଷିଣ ଆଫ୍ରିକା ଉପରେ ଯାତ୍ରା କଟକଣା ଲଗାଇଛନ୍ତି । ଜର୍ମାନୀ, ଇଟାଲୀ, ବ୍ରିଟେନ, ଫ୍ରାନ୍ସ, ସ୍କଟଲାଣ୍ଡ ଭଳି ୟୁରୋପୀୟ ଦେଶ ବିମାନ ଯାତ୍ରା ଉପରେ କଟକଣା ଜାରି କରିଛନ୍ତି ।

ସେହିଭଳି ଇସ୍ରାଏଲ ମଧ୍ୟ ଦକ୍ଷିଣ ଆଫ୍ରିକାକୁ ବିମାନ ଚଳାଚଳ ଉପରେ ରୋକ ଲାଗାଇଛି । ସେଠାରୁ ଆସୁଥିବା ଯାତ୍ରୀମାନଙ୍କର ବାଧ୍ୟତାମୂଳକ ଟେଷ୍ଟିଂ ସହିତ କ୍ୱାରେଣ୍ଟାଇନ କରିବାକୁ ଏସବୁ ଦେଶମାନଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ସେହିଭଳି ସିଙ୍ଗାପୁର ଏବଂ ମାଲେସିଆ ମଧ୍ୟ ୭ଟି ଆଫ୍ରୀକୀୟ ଦେଶରୁ ବିମାନ ଉଡ଼ାଣ ଉପରେ ରୋକ ଲଗାଇବେ ବୋଲି ଘୋଷଣା କରିସାରିଲେଣି।

The post ନୂଆ ଭ୍ୟାରିଆଣ୍ଟ ପ୍ରତି ସତର୍କ ରୁହ: କେନ୍ଦ୍ର appeared first on Odisha Reporter.



from Odisha Reporter https://ift.tt/3d0LOCE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages