ମୋଦିଙ୍କୁ ଚିଠି ଲେଖିଲେ ପ୍ରିୟଙ୍କା; କହିଲେ-ଏହି ନେତାଙ୍କୁ ନିଜ ମଞ୍ଚକୁ ଉଠାନ୍ତୁ ନାହିଁ, ନଚେତ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 19, 2021

ମୋଦିଙ୍କୁ ଚିଠି ଲେଖିଲେ ପ୍ରିୟଙ୍କା; କହିଲେ-ଏହି ନେତାଙ୍କୁ ନିଜ ମଞ୍ଚକୁ ଉଠାନ୍ତୁ ନାହିଁ, ନଚେତ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ। କୃଷି ଆଇନ୍‌ ପ୍ରତ୍ୟାହାରକୁ ସ୍ୱାଗତ କରୁଥିଲେ ବି ଲକ୍ଷ୍ମୀପୁର ଖେରୀ ହିଂସା ଘଟଣାରେ ସମ୍ପୃକ୍ତ ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ତୁରନ୍ତ ବରଖାସ୍ତ କରିବାକୁ ଦାବି ଜଣାଇଛନ୍ତି। ଖେରୀ ହିଂସା ଘଟଣାରେ ଗୃହ ରାଜ୍ୟ ମନ୍ତ୍ରୀଙ୍କ ପୁଅ  ଆଶିଷ ମିଶ୍ରାଙ୍କ ଗାଡ଼ି ତଳେ ଚାପି ହୋଇ ବହୁ କୃଷକ ଜୀବନ ହାରିଥିଲେ। ପୁଲିସ୍‌ ଆଶିଷ ମିଶ୍ରାଙ୍କୁ ଗିରଫ କରିଥିବା ବେଳେ ତାଙ୍କ ବାପା କିନ୍ତୁ ନିଜ ମନ୍ତ୍ରୀ ପଦ ବଜାୟ ରଖିଛନ୍ତି।

ଏନେଇ ପ୍ରିୟଙ୍କା କହିଛନ୍ତି, ମୃତ କୃଷକଙ୍କ ପରିବାର ବହୁତ କଷ୍ଟରେ ଅଛନ୍ତି। ସେମାନଙ୍କ ମାନସିକ ସ୍ଥିତି ଭଲ ରହୁ ନାହିଁ। ସେମାନେ ନ୍ୟାୟ ଚାହୁଁଛନ୍ତି। ତେଣୁ ଅଜୟ ମିଶ୍ରା ମନ୍ତ୍ରୀ ପଦରେ ରହିଲେ ପୀଡ଼ିତଙ୍କ ପରିବାରକୁ ନ୍ୟାୟ ମିଳିପାରିବନି। ଏକଥା ଆପଣଙ୍କୁ ବି ଭଲ ଭାବେ ଜଣା ଯେ, ଏପରି ଭୟାନକ ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ପିତା ହେଉଛନ୍ତି ଆପଣଙ୍କ ସରକାରରେ ଗୃହ ରାଜ୍ୟ ମନ୍ତ୍ରୀ।

ଏହାବାଦ ସେ ଲେଖିଛନ୍ତି, ୟୁପି ସରକାର ପ୍ରଥମରୁ ଏହି ମାମଲାକୁ ଦବାଇବା ପାଇଁ ନିଜ ବଳ ପ୍ରୟୋଗ କରିଦେଇଥିଲେ। ଏହି ଘଟଣାରେ ସରକାର ଖାସ୍‌ ଆରୋପୀକୁ ବଞ୍ଚାଇବାକୁ ତତ୍ପର ଥିବା ପରି ଲାଗୁଛି ବୋଲି ସୁପ୍ରିମକୋର୍ଟ ବି କହିଲେ।

ଆପଣ ଆଜି ଲକ୍ଷ୍ନୌରେ ହେଉଥିବା ଡିଜିପି କନଫରେନ୍ସରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। କିନ୍ତୁ ଏହି କାର୍ଯ୍ୟକ୍ରମରେ ଯଦି ଆପଣ ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରାଙ୍କ ସହ ମଞ୍ଚ ଉପରେ ନଜର ଆସିବେ ତେବେ ତାହା ମୃତ କୃଷକଙ୍କ ପରିବାର ପ୍ରତି ଘୋର ଅପମାନ । ଏହାଦ୍ୱାରା ଏହି ସନ୍ଦେଶ ଯିବ ଯେ, ଆପଣ ଏବେ ବି ଅଭିଯୁକ୍ତଙ୍କ ସୁରକ୍ଷା କରିବା ପାଇଁ ଛିଡ଼ା ହୋଇଛନ୍ତି। ଏହା କେବଳ ମୃତ କୃଷକଙ୍କ ପରିବାର ନୁହେଁ, ସତ୍ୟାଗ୍ରହରେ ସହୀଦ ହୋଇଥିବା ୭ ଶହରୁ ଅଧିକ କୃଷକଙ୍କ ପାଇଁ ଏହା ଅପମାନ ସଦୃଶ ହେବ।

ପ୍ରଧାନମନ୍ତ୍ରୀ ଗତକାଲିଠୁ ଉତ୍ତରପ୍ରଦେଶ ଗସ୍ତରେ ଥିବା ବେଳେ ଆଜି ହେଉଛି ତାଙ୍କ ଗସ୍ତର ଦ୍ୱିତୀୟ ଦିନ । ଆଜି ପ୍ରଧାମନ୍ତ୍ରୀ ପୁଲିସ୍‌ ମହାନିର୍ଦ୍ଦେଶକଙ୍କ ସମ୍ମିଳନୀରେ ସାମିଲ ହେବେ। ଏହି ବୈଠକରେ ବହୁ ବିବାଦୀୟ ମାମଲା ଉପରେ ଚର୍ଚ୍ଚା ହେବାର କାର୍ଯ୍ୟକ୍ରମ ରହିଛି। ।

ସୂଚନାଯୋଗ୍ୟ, ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ର ଟେନି ଲକ୍ଷ୍ମୀପୁର ଖେରି ଜିଲ୍ଲା ଗସ୍ତରେ ଗତ ଅକ୍ଟୋବରରେ ଯାଇଥିଲେ। ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସେମାନେ ଯାଇଥିଲେ। ଏହି ସମୟରେ କୃଷକମାନେ ତାଙ୍କୁ କଳା ପତାକା ଧରି ପ୍ରବଳ ବିରୋଧ କରିଥିଲେ। କେନ୍ଦ୍ରର ତିନି କୃଷି ଆଇନ୍‌କୁ ବିରୋଧକରି ଶତାଧିକ ଚାଷୀ ରାସ୍ତାକୁ ଓହ୍ଲାଇଥିଲେ। ଏହି ସମୟରେ ମନ୍ତ୍ରୀଙ୍କ କାର୍‌କେଡ୍‌ ଆନ୍ଦୋଳନକାରୀ କୃଷକଙ୍କ ଉପରେ ମାଡି ଯାଇଥିଲା। ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା ମଧ୍ୟ ଏକ କାର୍‌ ଚଳାଉଥିଲେ।ଏହି ଘଟଣାରେ ବହୁ ଜଣ ମୃତାହତ ହୋଇଥିଲେ।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲେ । ଘଟଣାସ୍ଥଳରେ ମନ୍ତ୍ରୀଙ୍କ ତିନୋଟି କାର୍‌ରେ ନିଆଁ ଲଗାଇ ଦେଇଥିଲେ ଉତ୍ତ୍ୟକ୍ତ ଲୋକେ। ପ୍ରବଳ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ କୃଷକମାନେ ବ୍ୟାପକ ଭଙ୍ଗାରୁଜା ମଧ୍ୟ କରିଥିଲେ।

The post ମୋଦିଙ୍କୁ ଚିଠି ଲେଖିଲେ ପ୍ରିୟଙ୍କା; କହିଲେ-ଏହି ନେତାଙ୍କୁ ନିଜ ମଞ୍ଚକୁ ଉଠାନ୍ତୁ ନାହିଁ, ନଚେତ… appeared first on Odisha Reporter.



from Odisha Reporter https://ift.tt/3x2rrOU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages