ଦେବଗଡ଼ (ସିର୍ଦ୍ଧାଥ ଗୁରୁ): ଦେବଗଡ଼ ଥାନା ଅନ୍ତର୍ଗତ କାଳକାଠ ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଚେରୁ କିସାନ। ତାଙ୍କୁ ୬୦ ବର୍ଷ ହୋଇଥିଲା। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି।
ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୩ଟା ସମୟରେ ଏକ ଦନ୍ତା ହାତୀ ବାଡ଼ ଭାଙ୍ଗି ଚେରୁଙ୍କ ଘର ଭିତରେ ପଶିବାକୁ ଉଦ୍ୟମ କରୁଥିଲା। ଏହା ଦେଖି ଚେରୁ ଡରି ଯାଇଥିଲେ। ସେ ଘରୁ ବାହରି ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ। ତେବେ ସେ ଦନ୍ତା ହାବୁଡ଼ରେ ପଡ଼ି ଯାଇଥିଲା। ଦନ୍ତା ତାଙ୍କୁ ତଳେ କଚାଡ଼ି ଦଳି ମାରି ଦେଇଥିଲା।
ଘଟଣାସ୍ଥଳରେ ଦେବଗଡ଼ ରେଞ୍ଜର ଦେବଦତ୍ତ ନନ୍ଦ ଓ ଅନ୍ୟ ବନବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ଦେବଗଡ଼ ରେଞ୍ଜର ଦେବଦତ୍ତ ନନ୍ଦ କହିଛନ୍ତି, ପ୍ରଶାସନ ପକ୍ଷରୁ ଚେରୁ କିସାନଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ମିଳିବ।
The post ବୃଦ୍ଧଙ୍କୁ କଚାଡ଼ି ମାରିଦେଲା ହାତୀ appeared first on Odisha Reporter.
from Odisha Reporter https://ift.tt/3oZyaWl
No comments:
Post a Comment