ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପଶିବନି ଟ୍ରକ୍। ଆଗାମୀ ୨୬ ତାରିଖ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ବଳବତ୍ତର ରହିବ। କେନ୍ଦ୍ର ସରକାରଙ୍କ ବାୟୁ ଗୁଣବତ୍ତା ପ୍ରବଧ୍ୟନ ଆୟୋଗ(CAQM) ୨୧ ତାରିଖ ପର୍ଯ୍ୟନ୍ତ ଏହି ନିୟମ ଲାଗୁ କରିଥିବା ବେଳେ ଏହାକୁ ଆଗାମୀ ୨୬ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି ଦିଲ୍ଲୀ ସରକାର। କେବଳ ଅତ୍ୟାବଶ୍ୟକ ସେବାରେ ନିୟୋଜିତ ଟ୍ରକ୍କୁ ଏଥିରୁ ବାଦ ଦିଆଯାଇଛି।
ଏହି ସମୟରେ ବିଭିନ୍ନ ଅଫିସ୍, କର୍ପୋରେଟ ସେକ୍ଟର ବି ବନ୍ଦ ରହିବ। ଏହାବାଦ ଘରୋଇ କମ୍ପାନୀ କର୍ମଚାରୀଙ୍କୁ ୱର୍କ ଫ୍ରମ ହୋମ୍ କରିବାକୁ ପରାମର୍ଶ ଦିଆଯାଇଛି। ଏହାଦ୍ୱାରା ରାସ୍ତାରେ ଗଡ଼ୁଥିବା ଗାଡ଼ି ସଂଖ୍ୟା କମିଯିବ ଓ ପ୍ରଦୂଷଣ ମାତ୍ରା କିଛି ମାତ୍ରାରେ ହ୍ରାସ ପାଇବ । ତେଣୁ ଦିଲ୍ଲୀ ସରକାର ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି।
ସୂଚନାଯୋଗ୍ୟ, ପ୍ରଦୂଷଣ ଜ୍ୱଳାରେ ଛଟପଟ ହେଉଛନ୍ତି ଦିଲ୍ଲୀବାସୀ। ବିଷ ବଳୟରେ ରାଜଧାନୀବାସୀ ଥିବା ବେଳେ ତାଙ୍କ ସମସ୍ୟା କମିବା ନାଁ ଧରୁନି। ସ୍ଥିତିରେ ସୁଧାର ଆଣିବାକୁ ଦିଲ୍ଲୀ ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି।
କେନ୍ଦ୍ର ସରକାରଙ୍କ ବାୟୁ ଗୁଣବତ୍ତା ପ୍ରବଧ୍ୟନ ଆୟୋଗ(CAQM) ୨୧ ନଭେମ୍ବର ପର୍ଯ୍ୟନ୍ତ ଦିଲ୍ଲୀରେ ଟ୍ରକ୍ ଏଣ୍ଟ୍ରି ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏଥିସହ ସରକାରୀ ଦପ୍ତର ବନ୍ଦ କରି ୱର୍କ ଫ୍ରମ ହୋମ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଦିଲ୍ଲୀ ସରକାର (CAQM) ନିର୍ଦ୍ଦେଶନାମା ପାଳନ କରିବା ସହ ଏବେ ନିଜ ଆଡ଼ୁ ୨୬ ତାରିଖର ପର୍ଯ୍ୟନ୍ତ ଏହି କଟକଣା ବଢ଼ାଇଛନ୍ତି।
ହେଲେ ଦିଲ୍ଲୀ ସରକାର ବିଭିନ୍ନ ନିର୍ମାଣ ଉପରୁ ପ୍ରତିବନ୍ଧକ ହଟାଇ ଦେଇଛନ୍ତି। କିନ୍ତୁ (CAQM) ନିର୍ଦ୍ଦେଶ ଅନୁଯାୟୀ, ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସ୍କୁଲ, କଲେଜ ବନ୍ଦ ରହିବ । ଦିନକୁ ଦିନ ପ୍ରଦୂଷଣ ସ୍ଥିତି ବିଗିଡ଼ିବାରୁ ଗତ ୧୪ ତାରିଖରୁ ସମସ୍ତ ସ୍କୁଲ, କଲେଜକୁ ବନ୍ଦ କରି ଦିଆଯାଇଛି। କିନ୍ତୁ ଏହି ସମୟରେ ଅନଲାଇନ୍ କ୍ଲାସ୍ ଚାଲୁ ରହିଛି। ଏହା ସହ ଦିଲ୍ଲୀ ସରକାର ସମସ୍ତ ସରକାରୀ କର୍ମଚାରୀଙ୍କୁ ୱର୍କ ଫ୍ରମ ହୋମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଗତକାଲି ବି ଦିଲ୍ଲୀରେ ବାୟୁ ଗୁଣବତ୍ତା ଖୁବ୍ ଖରାପ ଶ୍ରେଣୀର ବୋଲି ରେକର୍ଡ କରାଯାଇଥିଲା। ହେଲେ ଅଧିକ ବେଗରେ ପବନ ବହୁଥିବାରୁ ଆଜି ଏଥିରେ ସାମାନ୍ୟ ସୁଧାର ଆସିବ ବୋଲି ଅନୁମାନ କରାଯାଉଛି।
The post ରାଜଧାନୀରେ ଟ୍ରକ୍କୁ ନୋ ଏଣ୍ଟ୍ରି, କଟକଣା ବଢ଼ାଇଲେ ଦିଲ୍ଲୀ ସରକାର appeared first on Odisha Reporter.
from Odisha Reporter https://ift.tt/3xe1snQ
No comments:
Post a Comment