ଆଗରୁ ଜନସାଧାରଣଙ୍କ ଟଙ୍କା କବରିସ୍ତାନରେ ଖର୍ଚ୍ଚ ହେଉଥିଲା, ଏବେ ମନ୍ଦିର ପାଇଁ ଲାଗୁଛି : ଆଦିତ୍ୟନାଥ   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 3, 2021

ଆଗରୁ ଜନସାଧାରଣଙ୍କ ଟଙ୍କା କବରିସ୍ତାନରେ ଖର୍ଚ୍ଚ ହେଉଥିଲା, ଏବେ ମନ୍ଦିର ପାଇଁ ଲାଗୁଛି : ଆଦିତ୍ୟନାଥ  

ଲକ୍ଷ୍ନୌ: ଉତ୍ତରପ୍ରଦେଶର ପୂର୍ବତନ ସରକାରଙ୍କୁ ଟାର୍ଗେଟ କରିଛନ୍ତି  ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। କହିଛନ୍ତି  ପୂର୍ବରୁ ଜନସାଧାରଣଙ୍କ ଅର୍ଥ କବରିସ୍ତାନରେ ଖର୍ଚ୍ଚ ହେଉଥିଲା।  କିନ୍ତୁ ବିଜେପି ଶାସନ ଅଧିନରେ ସେହି ଟଙ୍କା ମନ୍ଦିରର ପୁନଃ ବିକାଶରେ ଖର୍ଚ୍ଚ କରାଯାଉଛି। ଦୀପୋଉତ୍ସବ ଅବସରରେ ରାମ କଥା ପାର୍କରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଯୋଗୀ ଆଦିତ୍ୟନାଥ ପୂର୍ବତନ ସରକାରଙ୍କ ଉପରେ ବର୍ଷିଥିଲେ।

ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାକୁ  ଆସନ୍ତା ହୋଲି ପର୍ଯ୍ୟନ୍ତ ଚାଲିବ ବୋଲି ଘୋଷଣା କରିଥିଲେ ।  ସେ ଆହୁରି କହିଛନ୍ତି ଯେ, କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ଗରିବ ଲୋକମାନଙ୍କୁ  ମାଗଣା ରାସନ ଯୋଗାଇ ଦେବାକୁ ଏହି ଯୋଜନା ଆରମ୍ଭ ହୋଇଥିଲା। ଏହି ଯୋଜନାର ଅବଧି ନଭେମ୍ବର ମାସ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଥିଲା ବେଳେ ଏହା ଆସନ୍ତା ହୋଲି ଅର୍ଥାତ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ ବୋଲି ସେ କହିଛନ୍ତି।  ଏହି ଯୋଜନା ଅଧୀନରେ ହିତାଧିକାରୀମାନେ ଗହମ , ଚାଉଳ ସହିତ ଲୁଣ, ଚିନି, ଡାଲି ଏବଂ ତେଲ ପାଇବେ ବୋଲି ସେ କହିଛନ୍ତି।

ଏହି ଯୋଜନାର ସମ୍ପ୍ରସାରଣ ପାଇଁ ତାଙ୍କ ସରକାର  ନିଷ୍ପତ୍ତି ନେଇଛି।  ଉତ୍ତରପ୍ରଦେଶର ୧୫ କୋଟି ଲୋକ ଏଥିରେ ଉପକୃତ ହେବେ ବୋଲି ସେ କହିଛନ୍ତି।  ସୂଚନା ଅନୁଯାୟୀ,  ଆସନ୍ତା ବର୍ଷ ଉତ୍ତରପ୍ରଦେଶ ବିଧାନସଭାକୁ ନିର୍ବାଚନ ଅନୁଷ୍ଠିତ ହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ  ୬୬୧ କୋଟି ଟଙ୍କାର ୫୦ଟି ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ।

ଆଦିତ୍ୟନାଥ କହିଛନ୍ତି, ପୂର୍ବରୁ ପ୍ରଦେଶର ଅର୍ଥ କବରିସ୍ତାନ ପାଚେରି ନିର୍ମାଣରେ ରେ ଖର୍ଚ୍ଚ ହେଉଥିଲା।  ଏବେ ସେ ପଇସା ମନ୍ଦିରର ପୁନଃ ନିର୍ମାଣରେ ଖର୍ଚ୍ଚ ହେଉଛି।  ଚିନ୍ତାଧାରରାରେ ଏହା ହେଉଛି ପ୍ରଭେଦ। ଯେଉଁମାନଙ୍କର କବରୀସ୍ତାନ ପ୍ରେମ ଥିଲା ସେମାନେ ଜନସାଧାରଣଙ୍କ ଟଙ୍କା କବରୀସ୍ତାନରେ ଖର୍ଚ୍ଚ କରୁଥିଲେ।  ଯେଉଁମାନେ ଧର୍ମ ଏବଂ ସଂସ୍କୃତିକୁ ଭଲ ପାଆନ୍ତି, ସେମାନେ ସେମାନଙ୍କର ଉନ୍ନତି ଏବଂ ବିକାଶ ପାଇଁ ଏହି ଅର୍ଥ ଖର୍ଚ୍ଚ କରୁଛନ୍ତି ବୋଲି ସେ କହିଛନ୍ତି। ଅଯୋଧ୍ୟାରେ ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲିଛି। ଉତ୍ତରପ୍ରଦେଶର ୫୦୦ଟି ମନ୍ଦିର ଏବଂ ଅନ୍ୟାନ୍ୟ ଧାର୍ମିକ ସ୍ଥାନଗୁଡିକର ବିକାଶ ପାଇଁ କେନ୍ଦ୍ର ସରକାର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରୁଛନ୍ତି ବୋଲି ସେ କହିଛନ୍ତି।

ସେଥିରୁ ୩୦୦ରୁ ଅଧିକ ସାଇଟରେ କାର୍ଯ୍ୟ ଶେଷ ହୋଇଛି ଏବଂ ଅବଶିଷ୍ଟ ସଂସ୍ଥା ଗୁଡିକରେ କାର୍ଯ୍ୟ ଆସନ୍ତା ଦୁଇ ମାସ ମଧ୍ୟରେ ଶେଷ ହେବ ବୋଲି ସେ କହିଛନ୍ତି। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗକୁ ନେଇ ଆଦିତ୍ୟନପାଥ କହିଛନ୍ତି ଯେ, ପୂର୍ବ ସରକାର ବନ୍ଧୁକ ମୁନରେ ଶାସନ କରୁଥିଲେ । ୩୦ ବର୍ଷ ପୂର୍ବେ ରାମନାମ ଜପିବା ଏକ ଅପରାଧ ଭାବେ ବିବେଚନା କରାଯାଉଥିଲା  ବୋଲି ଯୋଗୀ କହିଛନ୍ତି ।

ସେ କହିଛନ୍ତି ଯେ ଗତ ବର୍ଷ ପ୍ରଧାନମନ୍ତ୍ରୀ ରାମ ନ୍ଦିରର  ଭିତ୍ତିପ୍ରସ୍ତର ସ୍ଥାପନ କରିବା ପରେ ସେ ଗଣତନ୍ତ୍ର ଏବଂ ଲୋକଙ୍କ ଶକ୍ତିକୁ ଶ୍ରେୟ ଦେଇଥିଲେ।  ଏହା ପରେ  ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି।

The post ଆଗରୁ ଜନସାଧାରଣଙ୍କ ଟଙ୍କା କବରିସ୍ତାନରେ ଖର୍ଚ୍ଚ ହେଉଥିଲା, ଏବେ ମନ୍ଦିର ପାଇଁ ଲାଗୁଛି : ଆଦିତ୍ୟନାଥ   appeared first on Odisha Reporter.



from Odisha Reporter https://ift.tt/3wgj2XJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages