ସାଲୁଜାଙ୍କ ଅଭିଯୋଗ: ଜବତ ପେନଡ୍ରାଇଭ୍, ଲାପଟପ୍‌ରେ ଅଛି ବହୁ ନେତାମନ୍ତ୍ରୀଙ୍କ ସେକ୍ସ ସ୍କାଣ୍ଡାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 1, 2021

ସାଲୁଜାଙ୍କ ଅଭିଯୋଗ: ଜବତ ପେନଡ୍ରାଇଭ୍, ଲାପଟପ୍‌ରେ ଅଛି ବହୁ ନେତାମନ୍ତ୍ରୀଙ୍କ ସେକ୍ସ ସ୍କାଣ୍ଡାଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନକୁ ଦିନ ଅଧିକ ରହସ୍ୟ ଘେରକୁ ଟାଣି ହୋଇଯାଉଛି ମମିତା ମେହର ହତ୍ୟା ମାମଲା। ଏନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା ସନ୍ତୋଷ ସିଂହ ସାଲୁଜା। ଏଥିସହ ସେ କହିଛନ୍ତି, ମମିତା ହତ୍ୟା ମାମଲାରେ ଜବତ ପେନଡ୍ରାଇଭ୍, ଲାପଟପ୍‌ର ଖୁଲାସା କରୁନି ପୋଲିସ । ପେନଡ୍ରାଇଭ୍, ଲାପଟପ୍‌ରେ ବହୁ ନେତାମନ୍ତ୍ରୀଙ୍କ ସେକ୍ସ ସ୍କାଣ୍ଡାଲ ରହିଛି । ନେତାମନ୍ତ୍ରୀଙ୍କ ସେକ୍ସ ସ୍କାଣ୍ଡାଲ ଥିବାରୁ ପୋଲିସ ଏହାକୁ ଲୁଚାଉଛି  ବୋଲି ସାଂଘାତିକ ଅଭିଯୋଗ  ଉଠାଇଛନ୍ତି ସାଲୁଜା ।

କେବଳ ସେତିକି ନୁହେଁ, ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ରାୟପୁର ଘର ନେଇ ପୂର୍ବରୁ ବିଜୟ ମହାପାତ୍ର, ନରସିଂହ ମିଶ୍ର କହିଥିବା କଥାକୁ ଦୋହରାଇଛନ୍ତି ସାଲୁଜା। କହିଛନ୍ତି,    ସେପ୍ଟେମ୍ବର ୨୦ରୁ ୨୩ ରାୟପୁରରେ ମନ୍ତ୍ରୀ, ଗୋବିନ୍ଦ, ମମିତା ଥିଲେ।  ସେଠାରେ ବୁଝାମଣା କରିବାକୁ ଚେଷ୍ଟା କରିଥିଲେ ମନ୍ତ୍ରୀ । ସେପ୍ଟେମ୍ବର ୨୦ରେ ମମିତା ବସ୍ ଯୋଗେ ଘରୁ ବାହାରିଥିଲେ । ମହାଲିଙ୍ଗରୁ ଗୋବିନ୍ଦ ମମିତାଙ୍କୁ ରାୟପୁର ନେଇ ଯାଇଥିଲେ । କୁଲ ହୋମ ଆପାର୍ଟମେଣ୍ଟରେ ବୁଝାମଣା ଚେଷ୍ଟା କରିଥିଲେ ମନ୍ତ୍ରୀ ।

ସେପ୍ଟେମ୍ବର ୨୩ରେ ମମିତା ଘରକୁ ଫେରି ଆସିଥିଲେ। ବୁଝାମଣା ହୋଇ ନ ପାରିବାରୁ  ୭ ତାରିଖରେ ମମିତା ଆକାଉଣ୍ଟରେ ୮ ହଜାର ଡିପୋଜିଟ୍ କରିଥିଲା ଗୋବିନ୍ଦ ।  ଏହାପରେ ୮ ତାରିଖରେ ଗୋବିନ୍ଦ ମମିତାକୁ ଡକାଇ ହତ୍ୟା କରିଥିଲା। କଲ ରେକର୍ଡ ଯାଞ୍ଚ କଲେ ୩ ଜଣ ଗୋଟିଏ ସ୍ଥାନରେ ଥିଲେ ନା ନାହିଁ ଜଣାପଡ଼ିବ। ରାୟପୁରରେ ଥିବା ସମୟରେ କଲ୍‌ ରେଜିଷ୍ଟରକୁ ସାମ୍ନାକୁ ଆଣିବାକୁ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଦାବି କରିଛନ୍ତି । ମାତ୍ର ପୋଲିସ ଏଯାବତ ଏ ଦିଗରେ ପାଟି ଫିଟାଉନି ବୋଲି କହିଛନ୍ତି ସାଲୁଜା।

The post ସାଲୁଜାଙ୍କ ଅଭିଯୋଗ: ଜବତ ପେନଡ୍ରାଇଭ୍, ଲାପଟପ୍‌ରେ ଅଛି ବହୁ ନେତାମନ୍ତ୍ରୀଙ୍କ ସେକ୍ସ ସ୍କାଣ୍ଡାଲ appeared first on Odisha Reporter.



from Odisha Reporter https://ift.tt/3pRskbz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages