ରେଢ଼ାଖୋଲ(ରମାକାନ୍ତ ମହାନନ୍ଦ): ସ୍ୱାମୀ କେଉଁ କାଳରୁ ଆର ପାରିକୁ ଚାଲି ଯାଇଥିଲେ। ଆଶା ଭରସା କହିଲେ ଏକମାତ୍ର ୩୦ ବର୍ଷୀୟ ପୁଅ । ଆଜି ପ୍ରଥମାଷ୍ଟମୀରେ ନୂଆ ଡ୍ରେସ ପିନ୍ଧି ପିଠାପଣା ଖାଇଥାନ୍ତା ପୁଅ। ହସଖୁସିରେ ପୂରି ଉଠିଥାନ୍ତା ଘର। ହେଲେ କାଳ ରାତିରେ ସବୁ ଉଜୁଡ଼ିଗଲା। ରାତି ନ ପାହୁଣୁ ଖାଲି ହୋଇଗଲା ମା’ର କୋଳ। ଅଜଣା ଗାଡ଼ି ଧକ୍କାରେ ଆଖି ବୁଜିଲା ଏକମାତ୍ର ପୁଅ। ଏପରି ହୃଦୟ ବିଦାରକ ଘଟଣା ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ମଧୁପୁର ଗାଁ ନିକଟରେ ଘଟିଛି । ମୃତକ ହେଲେ ରେଢ଼ାଖୋଲ ସହରର ଠିକାଦାର ଦେବାଶିଷ ନାୟକ । ଏଡି ଦୁର୍ଘଟଣାରେ ଆଉ ଜଣେ ଗୁରୁତର ଅବସ୍ଥାରେ ବୁର୍ଲା ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି।
ସୂଚନା ଅନୁଯାୟୀ, ଦେବାଶିଷ ନାୟକ ଠିକାଦାର ଭାବେ କାମ କରନ୍ତି। ଗତ ରାତିରେ ସେ ନିଜ ସାଙ୍ଗ ବିକାଶ ସାମଲଙ୍କ ସହ ବଉଦ ସହରକୁ ଟେଣ୍ଡର ପକାଇବାକୁ ଯାଇଥିଲେ। ସେଠାରୁ ବିଳମ୍ବିତ ରାତିରେ ଫେରୁଥିବା ବେଳେ ଏକ ଅଜଣା ଗାଡ଼ି ସହ ତାଙ୍କ ବାଇକ୍ ଧକ୍କା ହୋଇଥିଲା ।
ଖବର ପାଇ ସ୍ଥାନୀୟ ଲୋକେ ଓ ପୁଲିସ୍ ପ୍ରଥମେ ଉଭୟଙ୍କୁ ରେଢ଼ାଖୋଲ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ଦେବାଶିଷକୁ ମୃତ ଘୋଷଣା କରିଥିଲେ । ବିକାଶଙ୍କୁ ଗୁରୁତର ଅବସ୍ଥାରେ ରେଢ଼ାଖୋଲରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଏହି ଖବର ପହଞ୍ଚିବା ପରେ ସମଗ୍ର ରେଢ଼ାଖୋଲ ସହରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
The post ପୁଅକୁ ବାହୁନି ହେଉଛି ମା’; ପ୍ରଥମାଷ୍ଟମୀ ପୂର୍ବରୁ ଖାଲି ହୋଇଗଲା କୋଳ appeared first on Odisha Reporter.
from Odisha Reporter https://ift.tt/3cTKlOG
No comments:
Post a Comment