ଯମ ଫାଶରେ ପଡ଼ିଗଲେ ତିନି ସାଙ୍ଗ! ମାଡ଼ିଗଲା ଲୌହଦାନବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 23, 2021

ଯମ ଫାଶରେ ପଡ଼ିଗଲେ ତିନି ସାଙ୍ଗ! ମାଡ଼ିଗଲା ଲୌହଦାନବ

ବିନିକା (ଦିଲ୍ଲୀପ ସାହୁ): ଜୀବନ ମୃତ୍ୟୁର ଚକ୍ରରେ ଏକ ସଙ୍ଗେ ଯାଇଛି ତିନି ସାଙ୍ଗଙ୍କ ପ୍ରାଣ। ଏ ମୃତ୍ୟୁ ନଥିଲା ସ୍ୱାଭାବିକ। ଆକସ୍ମିକ ଥିଲା ଏ ମୃତ୍ୟୁ। ତିନି ସାଙ୍ଗ ଟ୍ରାକ୍‌ରେ ବସି ମୋବାଇଲ୍‌ ଗେମ୍‌ ଖେଳୁଥିବା ବେଳେ ମୃତ୍ୟୁ ଫାଶ ଧରି ଧାଇଁ ଆସିଗଲା ଲୌହଦାନବ। କିଛି ଭାବିବା ଆଗରୁ ମାଡ଼ି ଗଲା ତିନି ସାଙ୍ଗଙ୍କ ଉପରେ। ଆଉ ତା’ପରେ ତିନି ସାଙ୍ଗଙ୍କ ମୁଣ୍ଡ ଗଣ୍ଡି ଅଲଗା ହୋଇଯାଇଛି।

ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁର ଗଗନ ସେଠ, ଆଦିତ୍ୟ ବିଶ୍ୱାଳ ଓ ସାନ ସେଠ ତିନି ସାଙ୍ଗ। ଏମାନେ ଯୁକ୍ତ ତିନିରେ ପଢ଼ନ୍ତି। ସୋମବାର ସନ୍ଧ୍ୟା ବେଳେ ଗାଁ ପାଖ ଦେଇଯାଇଥିବା ଟ୍ରେନ୍‌ ଲାଇନ୍‌ରେ ବସି ତିନି ସାଙ୍ଗ କାନରେ ହେଡ୍‌ଫୋନ୍‌ ଦେଇ ୩ ଷ୍ଟାର ଗେମ୍‌ ଖେଳୁଥିଲେ। ଏହି ସମୟରେ ଆସିଥିଲା ମାଲଗାଡ଼ି।

ମାଲ୍‌ଗାଡ଼ି ହର୍ଣ୍ଣ ମାରିଥିଲେ ସୁଦ୍ଧା ତିନି ସାଙ୍ଗ ଶୁଣିନଥିଲେ। କାରଣ ସେମାନେ କାନରେ ହେଡ୍‌ଫୋନ୍‌ ଦେଇ ଖେଳରେ ମାତିଥିଲେ। ଏମାନେ ଖେଳରେ ଏମିତି ମାତିଥିଲେ ଯେ, ଟ୍ରେନ୍‌ ଲାଇଟ୍‌କୁ ମଧ୍ୟ ନଜର କରିପାରିନଥିଲେ। ଶେଷରେ ଲୌହଦାନବ ତିନି ସାଙ୍ଗଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ତିନି ସାଙ୍ଗଙ୍କ ମୃତ୍ୟୁ ଘଟିଥିଲା।

ପରିବାର ଲୋକେ ଖବର ପାଇ ଟ୍ରେନ୍‌ ଟ୍ରାକ୍‌ରେ ପହଞ୍ଚିଥିଲେ। ତିନି ସାଙ୍ଗଙ୍କ ମୃତଦେହକୁ ଟ୍ରେନ୍‌ ଲାଇନ୍‌ରୁ ଉଦ୍ଧାର କରି ପରିବାର ଲୋକେ ବିଳମ୍ୱିତ ରାତିରେ ପୋଡ଼ି ଦେଇଛନ୍ତି। ଏ ସମ୍ପର୍କରେ ବଲାଙ୍ଗିର ଜିଆର୍‌ପି କିମ୍ୱା ଡୁଙ୍ଗୁରିପାଲି ପୁଲିସ୍‌ ପାଖରେ କୌଣସି ଖବର ନାହିଁ।

The post ଯମ ଫାଶରେ ପଡ଼ିଗଲେ ତିନି ସାଙ୍ଗ! ମାଡ଼ିଗଲା ଲୌହଦାନବ appeared first on Odisha Reporter.



from Odisha Reporter https://ift.tt/30OqopG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages