ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ସ୍କୁଟିକୁ ଧକ୍କା ଦେଲା ଟ୍ରକ୍। ଘଟଣାସ୍ଥଳରେ ଚାଲିଗଲା ସ୍କୁଟି ଚାଳକଙ୍କ ଜୀବନ। ନୟାଗଡ଼ ସହର ଏନ୍ଏସି ହାଇସ୍କୁଲ ନିକଟରେ ଘଟିଛି ଏହି ଦୁର୍ଘଟଣା। ମୃତକ ଜଣଙ୍କ ନୟାଗଡ଼ ଜଗନ୍ନାଥ ମଦିର ସାହିର ସଂସାରୀ ମହାରଣା।
ଆଜି ସକାଳେ ସଂସାରୀ ପରିବା କିଣିବା ପାଇଁ ସ୍କୁଟି ଯୋଗେ ମାର୍କେଟ ଯାଉଥିଲେ। ଏହି ସମୟରେ ୫୭ ନମ୍ବର ଜାତୀୟ ରାଜପଥରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ଖବର ପାଇ ଟାଉନ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ପୁଲିସ୍ ଟ୍ରକ୍ଟିକୁ ଜବତ କରିଥିବା ବେଳେ ଡ୍ରାଇଭରଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଛି।
The post ପରିବା କିଣିବା ପାଇଁ ଯାଉଥିବା ବେଳେ ପିଟି ଦେଲା ଟ୍ରକ୍ appeared first on Odisha Reporter.
from Odisha Reporter https://ift.tt/3rcem4F
No comments:
Post a Comment