ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରିଲା କାର୍ତ୍ତିକ ମାସ । ଆଜି ଛାଡ଼ଖାଇ । କାର୍ତ୍ତିକ ମାସ ପାଳନ କରି ଆମିଷ ଛୁଇଁ ନ ଥିବା ଲୋକ ଆଜିକୁ ଚାତକ ପରି ଅନାଇ ରହିଛନ୍ତି। ହେଲେ ଆଜି ଶନିବାର ଛାଡ଼ଖାଇ ପଡ଼ୁଥିବାରୁ ଆମିଷ ବଜାର ଟିକେ ମାନ୍ଦା ରହିଛି।
ଛାଡ଼ଖାଇରେ ଯେତେ ଗହଳି ହେବା କଥା ଆଜି ସେପରି ଆଖିଦୃଶିଆ ଗହଳି ନାହିଁ। ଆଜି ଶନିବାର ହୋଇଥିବାରୁ ମାଡ଼ ଖାଇଛି ଛାଡ଼ଖାଇ। କାରଣ ଆଜି ଶନିବାର ବହୁ ଲୋକ ଆମିଷ ଖାଇ ନ ଥାନ୍ତି। ତେଣୁ ଯେତେ ଗହଳି ହେବା କଥା ସେତେ ନାହିଁ । ଆସନ୍ତାକାଲି ରବିବାର ଥିବାରୁ କାଲି ହିଁ ଅସଲ ଛାଡ଼ଖାଇ ହେବ ।
ତଥାପି କିଛି ଲୋକ ଆମିଷ ଖାଇବାକୁ ଆଜି ସକାଳୁ ସକାଳୁ ଯାଇ ବିଭିନ୍ନ ଦୋକାନରେ ରେଟ୍ ପଚାରା ବୁଝୁଛନ୍ତି।ଏଥିପାଇଁ ମାଛ ମାଂସ ଦୋକାନଗୁଡ଼ିକରେ ସକାଳୁ ସକାଳୁ କିଛଇ ମାତ୍ରାରେ ଗହଳି ଲାଗିଛି । ଆଜି ଖାସି ମାଂସ କିଲୋ ପ୍ରତି ୭୫୦ ଟଙ୍କା ଥିବାବେଲେ ରୋହିମାଛ କିଲୋ ପ୍ରତି ୧୬୦ରୁ ୨ ଶହ ଟଙ୍କା, ମାଗୁର ୪ ଶହ ଟଙ୍କା, ପମ୍ଫ୍ରେଟ୍ ୭ ଶହ ଟଙ୍କା, ଭେକଟି ୫ ଶହ ଟଙ୍କା, ଚିଙ୍ଗୁଡ଼ି ୪ ଶହରୁ ୬ ଶହ ଟଙ୍କା ରହିଛି ।
ଆଜି ଶନିବାର ପଡ଼ୁଥିବାରୁ ଦୋକାନୀ ବି କାଲିକୁ ଅପେକ୍ଷା କରିଛନ୍ତି। କାରଣ କାଲି ରବିବାର ଥିବା ବେଳେ ଅସଲ ଛାଡ଼ଖାଇର ଗହଳି କାଲି ହିଁ ଆମିଷ ମାର୍କେଟରେ ଜମିବ । ତେଣୁ ଭଲ କିଛି ରୋଜଗାର ଆଶା ରଖିଛନ୍ତି ଆମିଷ ବ୍ୟବସାୟୀ । ତେବେ କାର୍ତ୍ତିକ ମାସ ଦର ଅନୁଯାୟୀ ଛାଡ଼ଖାଇରେ ବି ଦର ସମାନ ଅଛି। ଏଥିରେ କିଛି ବୃଦ୍ଧି ହୋଇନାହିଁ ବୋଲି କିଛି ବ୍ୟବସାୟୀ କହିଛନ୍ତି।
The post ଆଜି ଛାଡ଼ଖାଇ; ଶନିବାର ପାଇଁ ବେପାର ମାନ୍ଦା, କାଲିକୁ ଅପେକ୍ଷା appeared first on Odisha Reporter.
from Odisha Reporter https://ift.tt/3CEsp50
No comments:
Post a Comment