ନୂଆଦିଲ୍ଲୀ: ଦୁଇଥରର ଅଲିମ୍ପିକ୍ସ ପଦକ ବିଜେତା ପିଭି ସିନ୍ଧୁ ନିର୍ବାଚନ ଲଢ଼ିବେ। ଡିସେମ୍ବର ୧୭ ତାରିଖରେ ସ୍ପେନରେ ହେବାକୁଥିବା ବିଶ୍ୱ ଚାମ୍ପିୟନଶିପରେ ବିଡବ୍ଲ୍ୟୁଏଫ୍ ଆଥଲେଟ୍ କମିଶନର ନିର୍ବାଚନ ଲଢ଼ିବେ। ଡିଫେଣ୍ଡିଂ ବିଶ୍ୱ ଚାମ୍ପିୟନ୍ ସିନ୍ଧୁ ବର୍ତ୍ତମାନ ଇଣ୍ଡୋନେସିଆ ଓପନ୍ ସୁପର-୧୦୦୦ ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଛନ୍ତି। ସେ ୬ ପଦବୀ ପାଇଁ ମନୋନୀତ ୯ ଜଣଙ୍କ ମଧ୍ୟରେ ରହିଛନ୍ତି। ଆଥଲେଟିକ୍ସ କମିଶନ୍ (୨୦୨୧ରୁ ୨୦୨୫)ର ନିର୍ବାଚନ ଡିସେମ୍ବର ୧୭ରେ ଟୋଟଲ୍ ଏନର୍ଜିସ୍ ବିଏଫଡବ୍ଲ୍ୟୁ ବିଶ୍ୱ ଚାମ୍ପିୟନଶିପ ସହ ସ୍ପେନରେ ହେବ।
ବର୍ତ୍ତମାନ ଖେଳାଳିଙ୍କ ମଧ୍ୟରେ ସିନ୍ଧୁ ଦ୍ୱିତୀୟଥର ଏହି ନିର୍ବାଚନ ଲଢ଼ିବେ। ତାଙ୍କୁ ୨୦୧୭ରେ ପ୍ରଥମଥର ଲାଗି ଚୟନ କରାଯାଇଥିଲା। ସିନ୍ଧୁ ଏଥର ଅନ୍ୟ ୬ ମହିଳା ପ୍ରତିନିଧିଙ୍କ ମଧ୍ୟରେ ରହିଛନ୍ତି। ସିନ୍ଧୁଙ୍କ ସହ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ଇଣ୍ଡୋନେସିଆର ମହିଳା ଡବଲ୍ସ ଖେଳାଳି ଗ୍ରେସିଆ ପୋଲି ମଧ୍ୟ ଏଥିରେ ରହିଛନ୍ତି।
ଚଳିତ ବର୍ଷ ମେ’ ମାସରେ ଆଥଲେଟିକ୍ସ କମିଶନ ସିନ୍ଧୁଙ୍କୁ ଆଇଓସିର ‘ବିଲିଭ୍ ଇନ୍ ସ୍ପୋର୍ଟ୍ସ’ ଅଭିଯାନ ପାଇଁ ମଧ୍ୟ ମନୋନୀତ କରିଥିଲା। ସିନ୍ଧୁ ଲଗାତର ଦୁଇଟି ଅଲିମ୍ପିକ୍ସ ପଦକ ଜିତି ଇତିହାସ ରଚିଛନ୍ତି। ସିନ୍ଧୁ ୨୦୧୬ରେ ରିଓରେ ଆୟୋଜିତ ଅଲିମ୍ପିକ୍ସରେ ରୌପ୍ୟ ଏବଂ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ। ସିନ୍ଧୁ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିବାରେ ଏକମାତ୍ର ଭାରତୀୟ ମହିଳା ଖେଳାଳି ହୋଇଛନ୍ତି।
ନିକଟରେ ତାଙ୍କୁ ଭାରତର ତୃତୀୟ ସର୍ବୋଚ୍ଚ ସମ୍ମାନ ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଥିଲା। ଜୁଲାଇ ୫, ୧୯୯୫ରେ ଜନ୍ମିତ ସିନ୍ଧୁ ୨୦୧୯ରେ ବିଶ୍ୱ ଚାମ୍ପିୟନଶିପ୍ ଟାଇଟଲ୍ ଜିତିଥିଲେ। ସେ ଭାରତର ପ୍ରଥମ ଶଟଲର୍ ଭାବେ ଏହି କାରନାମା କରିଥିଲେ। ପୂର୍ବରୁ ସିନ୍ଧୁଙ୍କୁ ‘ଖେଳ ରତ୍ନ’ରେ ମଧ୍ୟ ସମ୍ମାନିତ କରାଯାଇଥିଲା।
The post ନିର୍ବାଚନ ଲଢ଼ିବେ ପିଭି ସିନ୍ଧୁ! appeared first on Odisha Reporter.
from Odisha Reporter https://ift.tt/30OH2WK
No comments:
Post a Comment