କୃଷି ଆଇନ: ସିଜେଆଇଙ୍କୁ ଚିଠି ଲେଖିଲେ ସୁପ୍ରିମକୋର୍ଟ ପ୍ୟାନେଲ ସଦସ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 23, 2021

କୃଷି ଆଇନ: ସିଜେଆଇଙ୍କୁ ଚିଠି ଲେଖିଲେ ସୁପ୍ରିମକୋର୍ଟ ପ୍ୟାନେଲ ସଦସ୍ୟ

ନୂଆଦିଲ୍ଲୀ: କୃଷି ଆଇନକୁ ନେଇ ବିବାଦ ଥମିବାର ନାଁ ଧରୁନି। କୃଷି ଆଇନ ଉପରେ ତର୍ଜମା କରିବାକୁ ସୁପ୍ରିମକୋର୍ଟ ଗଠନ କରିଥିବା ପ୍ୟାନେଲର ସଦସ୍ୟ ଅନୀଲ ଘନୱାତ ଆଜି ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନାଙ୍କୁ ଚିଠି ଲେଖିଛନ୍ତି। କୃଷି ଆଇନକୁ ତର୍ଜମା କରି ପ୍ୟାନେଲ ଦେଇଥିବା ରିପୋର୍ଟକୁ ସାର୍ବଜନୀନ କରିବାକୁ ସେ ଏହି ଚିଠି ଜରିଆରେ ସିଜେଆଇଙ୍କୁ ନିବେଦନ କରିଛନ୍ତି।

ଅନୀଲ ଘନୱାତ ଲେଖିଥିବା ଚିଠିରେ କହିଛନ୍ତି ଯେ “ଭାରତ ସରକାର କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ସଂସଦର ଆସନ୍ତା ଶୀତ ଅଧିବେଶନରେ ଏହାକୁ ପ୍ରତ୍ୟାହାର କରାଯିବ। ତେଣୁ ଆଇନ ଉପରେ କମିଟି ଦେଇଥିବା ରିପୋର୍ଟର ଆଉ କୌଣସି ମୂଲ୍ୟ ରହିବ ନାହିଁ। ତେବେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ୟାନେଲ ଚାଷୀଙ୍କ ପ୍ରସଙ୍ଗକୁ ନେଇ ଅନେକ ପ୍ରକାରର ପ୍ରସ୍ତାବ ଦେଇଛି। ସେଗୁଡ଼ିକର ଗୁରୁତ୍ୱ ବେଶ ଅଧିକ।

ଦାଖଲ ହୋଇଥିବା ରିପୋର୍ଟ ସମସ୍ତଙ୍କୁ ଶିକ୍ଷା ଦେବାରେ ସହାୟକ ହେବ। ସେହିପରି କିଛି ନେତାଙ୍କ ଦ୍ୱାରା ଭୁଲ ରାସ୍ତାରେ ପରିଚାଳିତ ହେଉଥିବାର ଚାଷୀମାନଙ୍କୁ ମଧ୍ୟ ପ୍ରକୃତ ତଥ୍ୟ ଯୋଗାଇବାରେ ସହାୟକ ହେବ। ”

ସ୍ୱତନ୍ତ୍ର ଭାରତ ପାର୍ଟିର ସଭାପତି ଶ୍ରୀ ଘନୱାତ କୃଷି କ୍ଷେତ୍ରରେ ସଂସ୍କାର ଜରୁରୀ ବୋଲି କହିଛନ୍ତି। ସେ କହିଛନ୍ତି, କୃଷି ଆଇନ ଅସିଦ୍ଧ ହୋଇପାରେ। କିନ୍ତୁ ଏଥିରେ କୃଷି କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ହୋଇଥିବା ବ୍ୟବସ୍ଥା କେବେ ହେଲେ ବାତିଲ ହେବା କଥା ନୁହେଁ। ମୁଁ କୋର୍ଟଙ୍କୁ ଜଣାଇବାକୁ ଚାହୁଁଛି ଯେ ଦୀର୍ଘ ଦଶନ୍ଧି ହେଲାଣି ଚାଷୀମାନେ ବିଭିନ୍ନ ପ୍ରକାରର ନିୟମ ଯୋଗୁ ଉତ୍ପାଦନ ଓ ମାର୍କେଟିଂରେ ଅନେକ ସମସ୍ୟା ଭୋଗୁଛନ୍ତି।

ଚାଷୀଙ୍କ ପାଇଁ ହୋଇଥିବା ରେଗୁଲେନ ସମ୍ବିଧାନର ୯ ସେଡ୍ୟୁଲରେ ରହିଛି। ଏଗୁଡ଼ିକ ନ୍ୟାୟପାଳିକା ଦ୍ୱାରା ଯାଞ୍ଚ ହୋଇପାରୁନି। ଉଦ୍ୟୋଗୀପତିଙ୍କ କୌଣସି କାର୍ଯ୍ୟ ଯେମିତି ଚାଷୀଙ୍କୁ କ୍ଷତି ନ ପହଞ୍ଚାଇ ପାରିବ, ସେଥିପାଇଁ ନିୟମ ପ୍ରସ୍ତୁତ ହୋଇଛି। ହେଲେ ଦୀର୍ଘ ଦଶନ୍ଧି ଧରି ରହିଥିବା ରେଗୁଲେସନ ଉଭୟ ଚାଷୀ ଓ ପରିବେଶକୁ କ୍ଷତି ପହଞ୍ଚାଉଛି। ଭାରତର ଅଧିକାଂଶ ଚାଷୀ ସଂସ୍କାର ଚାହୁଁଛନ୍ତି। ବିଶେଷ କରି ମାର୍କେଟ ଓ ଟେକ୍ନୋଲଜି ସ୍ୱାଧୀନତା ସେମାନଙ୍କ ପାଇଁ ଜରୁରୀ। ତେଣୁ ଚାଷୀଙ୍କ ସର୍ବାଙ୍ଗିନ ଉନ୍ନତି ଓ କୃଷି କ୍ଷେତ୍ରର ସଂସ୍କାର ଆଣିବା ପାଇଁ କମିଟି ଦେଇଥିବା ପ୍ରସ୍ତାବ ଗୁଡ଼ିକ ସାର୍ବଜନୀନ ହେବା ଜରୁରୀ ବୋଲି ସେ କହିଛନ୍ତି।

The post କୃଷି ଆଇନ: ସିଜେଆଇଙ୍କୁ ଚିଠି ଲେଖିଲେ ସୁପ୍ରିମକୋର୍ଟ ପ୍ୟାନେଲ ସଦସ୍ୟ appeared first on Odisha Reporter.



from Odisha Reporter https://ift.tt/3HMsjMl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages