ବଡ଼ ଘୋଷଣା: ମାର୍ଚ୍ଚ ଯାଏ ଦେଶବାସୀଙ୍କୁ ମିଳିବ ମାଗଣା ରାସନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 24, 2021

ବଡ଼ ଘୋଷଣା: ମାର୍ଚ୍ଚ ଯାଏ ଦେଶବାସୀଙ୍କୁ ମିଳିବ ମାଗଣା ରାସନ

ନୂଆଦିଲ୍ଲୀ: ମହାମାରୀ କରୋନା ଜନିତ ଯନ୍ତ୍ରଣାକୁ ଲାଘବ କରିବା ପାଇଁ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଆଜି ବଡ଼ ଘୋଷଣା କରିଛନ୍ତି। ଦେଶବାସୀଙ୍କୁ ମାଗଣା ରାସନ ଯୋଗାଇ ଦେବାକୁ କେନ୍ଦ୍ର ସରକାର ଆରମ୍ଭ କରିଥିବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧିକୁ ଆଉ ୪ ମାସ ଅର୍ଥାତ ଆସନ୍ତାବର୍ଷ ମାର୍ଚ୍ଚ ମାସ ଯାଏ ବୃଦ୍ଧି କରାଯାଇଛି। ଦୀର୍ଘ ଦେଢ଼ ବର୍ଷରୁ ଅଧିକ ସମୟ ହେଲାଣି କେନ୍ଦ୍ର ସରକାରର ପ୍ରତି ମାସରେ ଲୋକଙ୍କୁ ମାଗଣା ରାସନ ସାମଗ୍ରୀ ଯୋଗାଇ ଦେଉଛନ୍ତି।

ଏହାର ଅବଧି ଡିସେମ୍ବରରେ ଶେଷ ହେବାର ଥିଲା। କିନ୍ତୁ ଏବେ ଏହାକୁ ୨୦୨୨ ମସିହା ମାର୍ଚ୍ଚ ମାସ ଯାଏ ବୃଦ୍ଧି କରାଯାଇଛି। ଏହାର ଅର୍ଥ ମାର୍ଚ୍ଚ ମାସ ଯାଏ ଦେଶର ଗରିବ ଲୋକମାନେ ମାଗଣା ରାସନ ସାମଗ୍ରୀ ପାଇବେ। ଏ ସଂକ୍ରାନ୍ତ ପ୍ରସ୍ତାବ ଉପରେ ଆଜି କେନ୍ଦ୍ର କ୍ୟାବିନେଟ ମୋହର ମାରିଛି। କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ପିଏମ ଗରିବ କଲ୍ୟାଣ ଯୋଜନା ଫେଜ ୫କୁ ମାର୍ଚ୍ଚ ମାସ ଯାଏ କାର୍ଯ୍ୟକାରୀ କରାଯିବ। ଏହି ପର୍ଯ୍ୟାୟରେ ପ୍ରାୟ ୧୬୩ ମେଟ୍ରିକ ଟନ୍‌ ଖାଦ୍ୟ ସାମଗ୍ରୀ ଲୋକଙ୍କୁ ଦିଆଯିବ। ଏଥିପାଇଁ ଅତିରିକ୍ତ ୫୩୩୪୪. ୫୨ କୋଟିର ସବସିଡି ବ୍ୟବସ୍ଥା ହୋଇଛି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଥିବା ସମସ୍ତ ଲୋକଙ୍କୁ ମାସିକ ଅତିରିକ୍ତ ଭାବେ ୫ କେଜିର ଖାଦ୍ୟ ସାମଗ୍ରୀ ମାଗଣାରେ ଯୋଗାଇ ଦିଆଯିବ। ଏହାଦ୍ୱାରା ପ୍ରାୟ ୮୦ କୋଟି ଲୋକ ଲାଭବାନ ହେବେ।

ଲୋକଙ୍କୁ ୬୦୦ ଲକ୍ଷ ମେଟ୍ରିନ ଟନ୍‌ ଖାଦ୍ୟ ସାମଗ୍ରୀ ଦିଆଯିବାକୁ ମଞ୍ଜୁରୀ ମିଳିଛି। ଏହା ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୫୪୧ ମେଟ୍ରିନ ଟନ୍‌ ଖାଦ୍ୟ ସାମଗ୍ରୀ ଦିଆଯାଇ ସରିଛି। ପୂର୍ବରୁ ୧୫ ମାସ ହେଲା ମାଗଣା ରାସନ ପ୍ରଦାନ କରାଯାଉଥିଲା। ଏବେ ଏଥରେ ଆଉ ୪ ମାସ ଯୋଡ଼ା ଯାଇଛି। ଏହାର ଅର୍ଥ ଏହି ମାଗଣା ରାସନ ଯୋଜନା ପାଇଁ ମୋଟ ଉପରେ ୨ ଲକ୍ଷ ୬୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସେ କହିଛନ୍ତି।


ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅନ୍ତର୍ଗତ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନରେ ମୁଣ୍ଡପିଛା ମାସକୁ ୫ କିଲୋ ଚାଉଳ ଓ କାର୍ଡ ପିଛା ୧ କିଲୋ ଡାଲି ମାଗଣାରେ ଯୋଗାଇ ଦିଆଯାଉଛି। ଏବେ ଓଡ଼ିଶାରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୮୦.୨୬ ଲକ୍ଷ ପରିବାରର ୨.୮୬ କୋଟି ଲୋକ, ଅନ୍ତ୍ୟୋଦୟ ଅନ୍ନ ଯୋଜନାରେ ୧୨.୫୯ ପରିବାରର ୩୮.୬୪ ଲକ୍ଷ ଲୋକ ଓ ରାଜ୍ୟ ଖାଦ୍ୟ ଯୋଜନାରେ ୧.୧୬ ଲକ୍ଷ ପରିବାରର ୩.୭୮ ଲକ୍ଷ ଲୋକଙ୍କୁ ମାଗଣା ଚାଉଳ ଓ ଡାଲି ଯୋଗାଇ ଦିଆଯାଉଛି।

୨୦୨୦ ମସିହା ମାର୍ଚ୍ଚ ୨୬ରେ ମୋଦି ସରକାର ଗରିବ କଲ୍ୟାଣ ଅନ୍ନ ଯୋଜନା ଅନୁସାରେ ଆସନ୍ତା ୩ ମାସ ଯାଏ ମୁଣ୍ଡ ପିଛା ମାଗଣା ୫ କେଜି ଲେଖାଏ ଚାଉଳ କିମ୍ବା ଗହମ ମିଳିବ ବୋଲି କହିଥିଲେ। ସେହିପରି ଘର ପିଛା ୧ କେଜି ଡାଲି ଯୋଗାଇ ଦିଆଯିବ ବୋଲି ଘୋଷଣା କରିଥିଲେ।

The post ବଡ଼ ଘୋଷଣା: ମାର୍ଚ୍ଚ ଯାଏ ଦେଶବାସୀଙ୍କୁ ମିଳିବ ମାଗଣା ରାସନ appeared first on Odisha Reporter.



from Odisha Reporter https://ift.tt/3p0Cip3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages