ମୁମ୍ବାଇ: ସେକେଣ୍ଡ ହ୍ୟାଣ୍ଡ ବା ପୁରୁଣା ଟିଭି ଯୋଗୁ ପତ୍ନୀଙ୍କୁ ଛୁରୀ ଭୁସି ହତ୍ୟା କରିଥିବା ଜଣେ ୪୨ ବର୍ଷୀୟ ବ୍ୟକ୍ତିଙ୍କୁ ଗୋଟିଏ କୋର୍ଟ ଆଜୀବନ ସଶ୍ରମ ଜେଲଦଣ୍ଡରରେ ଦଣ୍ଡିତ କରିଛନ୍ତି। ୨୦୧୬ରେ ଏହି ବ୍ୟକ୍ତି ଜଣଙ୍କ ମୁମ୍ବାଇ ଉପକଣ୍ଠ ସାନ୍ତାକ୍ରୁଜରେ ତାଙ୍କ ପତ୍ନୀଙ୍କୁ ଛୁରୀ ଭୁସି ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରିଥିଲେ। ଗୁରୁବାର ମୁମ୍ବାଇର ଗୋଟିଏ କୋର୍ଟ ମାମଲାର ଶୁଣାଣି କରି ବ୍ୟକ୍ତିଙ୍କୁ ଦଣ୍ଡ ପ୍ରଦାନ କରିଛନ୍ତି।
ଅଭିଯୁକ୍ତ ସନ୍ତୋଷ ଆମ୍ବାଭାଲେ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ତାଙ୍କୁ ସେସନ୍ସ ଜଜ୍ ଉର୍ମିଲା ଯୋଶୀ ଏପରି ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ସରକାରୀ ଓକିଲଙ୍କ ସୂଚନା ଅନୁଯାୟୀ, ସନ୍ତୋଷ ନିୟମିତ ଜୁଆ ଖେଳୁଥିଲା। ଜୁଆ ନିଶା ଯୋଗୁ ସେ ତାଙ୍କ ପତ୍ନୀଙ୍କୁ ମାରଧର କରିବା ସହ ବାରମ୍ବାର ଟଙ୍କା ମାଗୁଥିଲେ।
ସମୟକ୍ରମେ ଏହି ଦମ୍ପତି ଗୋଟିଏ ସେକେଣ୍ଡ ହ୍ୟାଣ୍ଡ ବା ପୁରୁଣା ଟିଭି କିଣିଥିଲେ। ଘଟଣା ଦିନ ଟିଭି ବିକ୍ରି କରିଥିବା ଲୋକ ଟଙ୍କାର ପାଇଁ ସନ୍ତୋଷଙ୍କ ଘରେ ପହଞ୍ଚିଥିଲେ। ତେବେ ଟିଭି ପାଇଁ ରଖାଯାଇଥିବା ଟଙ୍କାକୁ ସନ୍ତୋଷ ଖର୍ଚ୍ଚ କରି ଦେଇଥିବା ତାଙ୍କ ପତ୍ନୀ ଉକ୍ତ ବ୍ୟକ୍ତିଙ୍କୁ କହିଥିଲେ।
ବାସ୍ ଏହି ସାମାନ୍ୟ କଥାରେ ସନ୍ତୋଷ ଭୀଷଣ ରାଗି ଯାଇଥିଲେ। ଟିଭି ବିକ୍ରେତାଙ୍କ ଆଗରେ ପତ୍ନୀ ଅସଲ ଗୁମର ଖୋଲି ଦେବାରୁ ସେ ତାଙ୍କୁ ମାଡ଼ ମାରିଥିଲେ। ଏହାପରେ ରୋଷେଇ ଘରେ ଥିବା ଛୁରୀ ଆଣି ପତ୍ନୀଙ୍କୁ ଭୁସି ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆ ଯାଇଥିଲା।
ତେବେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣା ପରେ ସନ୍ତୋଷ ଫେରାର ହୋଇଯାଇଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ପୁଲିସ୍ ତାଙ୍କୁ ଗିରଫ କରିଥିଲା।
କୋର୍ଟ ଶୁଣାଣି ବେଳେ ୧୧ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରିଥିଲେ। ଏମାନଙ୍କ ମଧ୍ୟରେ ଟିଭି ବିକ୍ରେତା ଓ ପଡ଼ୋଶୀମାନେ ରହିଥିଲେ। ସମସ୍ତ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି କୋର୍ଟ ସନ୍ତୋଷଙ୍କୁ ଆଜୀବ ସଶ୍ରମ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି।
The post ସେକେଣ୍ଡ ହ୍ୟାଣ୍ତ ଟିଭି ପାଇଁ ପତ୍ନୀଙ୍କୁ ହତ୍ୟା କରିଥିଲେ, ଏବେ ଆଜୀବନ ସଜା ପାଇଲେ appeared first on Odisha Reporter.
from Odisha Reporter https://ift.tt/3yWkAHJ
No comments:
Post a Comment