ବୌଦ୍ଧ(ଓଡ଼ିଶା ରିପୋର୍ଟର): ଗାଁକୁ ଫେରୁଥିବା ବେଳେ ଘଟିଲା ଦୁର୍ଘଟଣା। ଘରେ ପହଞ୍ଚିବା ପୂର୍ବରୁ ଚାଲିଗଲା ଜୀବନ । ଟ୍ରକ୍ ଧକ୍କାରେ ଆଖି ବୁଜିଲେ ବାଇକ୍ ଆରୋହୀ। ଏପରି ଶୋଚନୀୟ ଦୁର୍ଘଟଣା ଗତକାଲି ବୌଦ୍ଧ ଜିଲା ପୁରୁଣାକଟକ ଥାନା ଅନ୍ତର୍ଗତ ହରେକୃଷ୍ନପୁର ଗ୍ରାମ ନିକଟରେ ଘଟିଛି। ଏହି ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହାତ ହୋଇଛନ୍ତି ।
ମୃତକ ହେଲେ ଲକ୍ଷ୍ମୀପ୍ରସାଦ ପଂଚାୟତ ଜଗତୀ ଗ୍ରାମର ନାଥ ମିର୍ଦ୍ଧା । ଏହି ଦୁର୍ଘଟଣାରେ ବାମଣ୍ଡା ପଂଚାୟତ ଦେବଗଡ ଗ୍ରାମର ପରସାନନ୍ଦ ନାୟକ ଗୁରୁତର ଆହାତ ହୋଇଛନ୍ତି ।
ସୂଚନା ଅନୁଯାୟୀ, ଉଭୟ ନାଥ ମିର୍ଦ୍ଧା ଓ ପରସାନନ୍ଦ ନାୟକ ଗତକାଲି ପୁରୁଣାକଟକ ଆଡୁ ନିଜ ଗ୍ରାମ ଦେବଗଡକୁ ଫେରୁଥିଲେ। ମାତ୍ର ୫୭ ନମ୍ବର ଜାତୀୟ ରାଜପଥର ହରେକୃଷ୍ନପୁର ଗ୍ରାମ ନିକଟରେ ତାଙ୍କ ବାଇକ୍କୁ ପଛପଟୁ ଏକ ଟ୍ରକ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ନାଥ ଆଖି ବୁଜିଥିବା ବେଳେ ପରସାନନ୍ଦଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ବୌଦ୍ଧ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୁରୁଣାକଟକ ପୋଲିସ ଘଟଣାର ତଦନ୍ତ କରୁଛି ।
The post ଗାଁକୁ ଫେରୁଥିବା ବେଳେ ନେଇଗଲା ଯମ appeared first on Odisha Reporter.
from Odisha Reporter https://ift.tt/3EKchRh
No comments:
Post a Comment