ନୂଆଦିଲ୍ଲୀ: ଭାରତ ବିପକ୍ଷ ସେଞ୍ଚୁରିଅନ୍ ଟେଷ୍ଟ ହାରିବା ପରେ ଦକ୍ଷିଣ ଆଫ୍ରିକାର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି’କକ୍ ବଡ଼ ଘୋଷଣା କରିଛନ୍ତି। ଡି କକ୍ ଅଚାନକ୍ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଡି କକ୍ ନିଜ ପରିବାର ସହ ଅଧିକ ସମୟ ବିତାଇବାକୁ ଚାହାନ୍ତି। ଏଥିପାଇଁ ସେ ଏହି ବଡ଼ ନିଷ୍ପତ୍ତି ନେଇଥିବା କ୍ରିକେଟ୍ ଦକ୍ଷିଣ ଆଫ୍ରିକା ସୂଚନା ଦେଇଛି। ଭାରତ ବିପକ୍ଷ ସେଞ୍ଚୁରିଅନ୍ ଟେଷ୍ଟରେ ଡି କକ୍ ଯଥାକ୍ରମେ ୩୪ ଓ ୨୧ ରନ୍ କରିଥିଲେ।
ଅବସର ଘୋଷଣା କରିବା ପରେ ଡି କକ୍ କହିଛନ୍ତି, ଏହି ନିଷ୍ପତ୍ତି ନେବା ମୋ ପକ୍ଷେ ସହଜ ନଥିଲା। ମୋର ଭବିଷ୍ୟତ କ’ଣ ହେବ ଏବଂ ଏବେ ମୋ ଜୀବରେ କ’ଣ ପ୍ରାଥମିକତା ହେବା ଦରକାର, ସେଥିପାଇଁ ମୁଁ ଚିନ୍ତା କଲି। ମୁଁ ଓ ମୋ ପତ୍ନୀ ସାଶା ଆମର ପ୍ରଥମ ସନ୍ତାନକୁ ସ୍ୱାଗତ କରିବାକୁ ଯାଉଛୁ ଏବଂ ନିଜ ପରିବାରକୁ ଆଗକୁ ବଢ଼ାଇବାକୁ ଚାହୁଁଛୁ। ପରିବାର ଠାରୁ ବଡ଼ ମୋ ପାଇଁ ଆଉ କିଛି ନାହିଁ। ନିଜର ଜୀବନର ଏହି ନୂଆ ଅଧ୍ୟାୟ ପାଇଁ ମୁଁ ନିଜ ପରିବାର ସହ ଅଧିକ ସମୟ ବିତାଇବାକୁ ଚାହେଁ।
ଡି କକ୍ କହିଛନ୍ତି, ମୋତେ ଟେଷ୍ଟ କ୍ରିକେଟ୍ ବହୁତ ପସନ୍ଦ ଏବଂ ଦେଶ ପାଇଁ ପ୍ରତିନିଧିତ୍ୱ କରିବା ମୋ ପାଇଁ ସମ୍ମାନର କଥା। ତେବେ ଦିନିକିଆ କ୍ରିକେଟରେ ଦେଶ ପାଇଁ ପ୍ରତିନିଧିତ୍ୱ କରିବା ଜାରି ରଖିବି। ଭାରତ ବିପକ୍ଷ ଟେଷ୍ଟ ସିରିଜର ବାକି ମ୍ୟାଚ୍ ପାଇଁ ସାଥୀ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଉଛି।
ଡି କକ୍ ୨୦୧୪ରେ ପୋର୍ଟ ଏଲିଜାବେଥରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ପଦାର୍ପଣ କରିଥିଲେ। ସେ ୫୪ ଟେଷ୍ଟ ଖେଳି ୩୮.୨୨ ହାରରେ ୬ ଶତକ ଓ ୨୨ ଅର୍ଦ୍ଧଶତକ ସହ ୩୩୦୦ ରନ୍ କରିଛନ୍ତି। ୱିକେଟ୍ କିପର ଭାବେ ସେ ୨୩୨ ଶିକାର କରିଛନ୍ତି, ଯେଉଁଥିରେ ୨୨୧ କ୍ୟାଚ୍ ଓ ୧୧ ଷ୍ଟମ୍ପିଂ ସାମିଲ୍ ଅଛି। ଡି କକ୍ ମଧ୍ୟ ଆଇସିସି ଟେଷ୍ଟ ଚାମ୍ପିୟନଶିପର ପ୍ରଥମ ସଂସ୍କରଣରେ ତୃତୀୟ ସର୍ବାଧିକ କ୍ୟାଚ୍ ନେଇଛନ୍ତି। ସେ ୧୧ ମ୍ୟାଚରେ ୪୭ କ୍ୟାଚ୍ ଓ ଗୋଟିଏ ଷ୍ଟମ୍ପିଂ କରିଛନ୍ତି।
The post ଭାରତଠାରୁ ମ୍ୟାଚ୍ ହାରିବା ପରେ ଟେଷ୍ଟ କ୍ରିକେଟ୍ ଛାଡ଼ିଲେ ଡି କକ୍ appeared first on Odisha Reporter.
from Odisha Reporter https://ift.tt/3FJyhMM
No comments:
Post a Comment