ନୂଆଦିଲ୍ଲୀ: ଆକ୍ସନ ମୁଡରେ ରାହୁଲ ଗାନ୍ଧି। ବିଜେପି ବିରୋଧରେ ଘନ ଘନ ବାଣ ମାରୁଥିବା କଂଗ୍ରେସ ନେତା ରାହୁଲ ଗାନ୍ଧି ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ୨୦୧୪ ପୂର୍ବରୁ ଲିଂଚି ଶବ୍ଦ କେବେ ଶୁଣାଯାଇ ନଥିଲା। ବିଜେପି ୨୦୧୪ରୁ କ୍ଷମତାକୁ ଆସିବା ପୂର୍ବରୁ କେବଳ ଲିଂଚି ଘଟଣା ଘଟିନଥିଲା ବୋଲି ସେ କହିଛନ୍ତି। ରାହୁଲ ଗାନ୍ଧି ଏନେଇ ଟ୍ୱିଟ୍ କରି ସମାଲୋଚନା କରିବା ସହ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ରାହୁଲ ଗାନ୍ଧିଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ଜାତୀୟ ମୁଖପାତ୍ର ଅମିତ ମାଲଭିଆ। ପଞ୍ଜାବରେ ଘଟିଥିବା ସଦ୍ୟ ହିଂସାକୁ ଯୋଡ଼ି ରାହୁଲ ଗାନ୍ଧିଙ୍କୁ ପାଲଟା ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ, ପଞ୍ଜାବରେ ଯେଉଁ ଦୁଇ ଜଣଙ୍କୁ ହତ୍ୟା କରାଗଲା ତାହା କଣ ଲିଂଚି ନୁହେଁ। କଂଗ୍ରେସର ବଂଶଗତ ଚରିତ୍ର ପ୍ରତିଫଳିତ ହେବା ପରେ ରାହୁଲ ଗାନ୍ଧି ଏକଥାକୁ ଉଠାଇଛନ୍ତି ବୋଲି ସେ ଟ୍ୱିଟ୍ କରି ଲେଖିଛନ୍ତି।
କଂଗ୍ରେସ ଶାସିତ ରାଜ୍ୟ ପଞ୍ଜବାରେ ହିଁ ଏହି ଘଟଣା ଘଟିଥିବା ସେ ଲେଖିଚନ୍ତି। ଧାର୍ମିକ ଭାବନାକୁ କୁଠାରଘାତ କାରିବା ଅଭିଯୋଗରେ ନିକଟରେ ଦୁଇ ଜଣଙ୍କୁ ପିଟି ପିଟି ମାରି ଦିଆଯାଇଛି। ଶନିବାର ସନ୍ଧ୍ୟାରେ ଅମୃତସରର ସ୍ୱର୍ଣ୍ଣ ମନ୍ଦିରରେ ଶିଖ୍ମାନଙ୍କ ଧର୍ମୀୟ ଭାବନାକୁ ଆଘାତ ଦିଆଯିବା ଭଳି ଘଟଣା ଘଟିବା ପରେ ଏହା ରକ୍ତପାତ ରୂପ ନେଇଥିଲା।
ସମ୍ପୃକ୍ତ ଯୁବକଙ୍କୁ ପିଟିପିଟି ମାରି ଦିଆଯାଇଥଲା। ପରଦିନ କାପୁରଥାଲା ଗୁରୁଦ୍ୱାରରେ ମଧ୍ୟ ସମାନ ଘଟଣାର ପୁନରାବୃତ୍ତି ହୋଇଥିଲା। ଏଠାରେ ମଧ୍ୟ ଜଣେ ବ୍ୟକ୍ତି ଲିଂଚିର ଶିକାର ହୋଇଥିଲେ। ଗତ ସପ୍ତାହରେ ଗୃହ ରାଷ୍ଟମନ୍ତ୍ରୀ ନିତ୍ୟାନନ୍ଦ ରାୟ ରାଜ୍ୟସଭାକୁ ସୂଚନା ଦେଇ କହିଥିଲେ ଯେ ମବ ଲିଂଚି ବା ଗୋଷ୍ଠୀଗତ ଆକ୍ରମଣରେ କାହାର ମୃତ୍ୟୁ ଘଟି ନଥିବା ଏନସିଆରିବି ରିପୋର୍ଟରେ ଭିନ୍ନ ଭାବେ କୌଣସି ତଥ୍ୟ ନାହିଁ। ମବ ଲିଂଚି ଘଟଣା ନଘଟିବା ପାଇଁ ସରକାର ସଚେତନ ଅଛନ୍ତି। ଏନେଇ ରାଜ୍ୟ ସରକାରକୁ କେନ୍ଦ୍ର ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି ବୋଲି ସେ କହିଥିଲେ।
The post ୨୦୧୪ ପୂର୍ବରୁ ଲିଂଚି ଶବ୍ଦ ଶୁଣାଯାଇ ନଥିଲା: ରାହୁଲ ଗାନ୍ଧି appeared first on Odisha Reporter.
from Odisha Reporter https://ift.tt/3J0nZd4
No comments:
Post a Comment