ଓମିକ୍ରନରୁ ବର୍ତ୍ତିବା ପାଇଁ ଉପାୟ କହିଲେ ରାଷ୍ଟ୍ରପତି ବାଇଡେନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 16, 2021

ଓମିକ୍ରନରୁ ବର୍ତ୍ତିବା ପାଇଁ ଉପାୟ କହିଲେ ରାଷ୍ଟ୍ରପତି ବାଇଡେନ

ୱାଶିଂଟନ: ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଠାବ ହୋଇଥିବା କରୋନାର ମାରାତ୍ମକ ଓମିକ୍ରନ ଭାରିଏଣ୍ଟ ଏବେ ସାରା ବିଶ୍ୱର ଚିନ୍ତା ବଢ଼ାଇ ଦେଇଛି। ଏବେ ଶୀତ ଋତୁ ଆରମ୍ଭ ହୋଇଯାଇଥିବାରୁ ଓମିକ୍ରନ ଆହୁରି ଶକ୍ତିଶାଳୀ ରୂପ ଧାରଣ କରି ଦ୍ରୁତଗତିରେ ମାଡ଼ିବା ସହ ମୃତ୍ୟୁର କାରଣ ସାଜିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଦେଶବାସୀଙ୍କୁ ଓମିକ୍ରନକୁ ନେଇ ସତର୍କ କରାଇଛନ୍ତି। ଏଥିସହ ଓମିକ୍ରନରୁ ବର୍ତ୍ତିବା ପାଇଁ ସେ ସମସ୍ତଙ୍କୁ ଟିକା ନେବାକୁ ପରାମର୍ଶ ଦେଇଛନ୍ତି।

ରାଷ୍ଟ୍ରପତି ବାଇଡେନ କହିଛନ୍ତି ଯେ କରୋନା ଭାଇରସର ଓମିକ୍ରନ ଭାରିଆଣ୍ଟ ଆମେରିକାରେ ଦ୍ରୁତଗତିରେ ବ୍ୟାପି ଯାଇପାରେ। ତେଣୁ ସମସ୍ତଙ୍କୁ ଟିକା ନେବାକୁ ପଡ଼ିବ। ଭାଇରସରୁ ସୁରକ୍ଷା ପାଇଁ ଟିକାକରଣ ଏକମାତ୍ର ଅସ୍ତ୍ର। ଯେଉଁମାନେ ଟିକା ନେଇ ନାହାନ୍ତି ସେମାନଙ୍କୁ ଶୀତ ଦିନେ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ। ଟିକାର ଡୋଜ୍‌ ହିଁ ଏବେ ଏକମାତ୍ର ଅସ୍ତ୍ର। ଟିକା ନେଇ ନଥିବା ଲୋକମାନେ ଶୀତ ଋତୁରେ ଅଧିକ ସଂଖ୍ୟାରେ ସଂକ୍ରମିତ ହେବା ସହ ପ୍ରାଣ ହରାଇ ପାରନ୍ତି ବୋଲି ସେ କହିଛନ୍ତି।

ଡିସେମ୍ବର ୧ ସୁଦ୍ଧା ଦୈନିକ ସଂକ୍ରମଣର ହାରା ହାରି ୮୬ ହଜାର ଥିଲା। କିନ୍ତୁ ଡିସେମ୍ବର ୧୪ରେ ୧,୧୭,୦୦୦କୁ ବୃଦ୍ଧି ପାଇଛି। ଏହାର ଅର୍ଥ ସଂକ୍ରମଣ ହାର ୩୫% ବଢ଼ିଛି। ଆମେରିକାରେ ଏବେ ଦୈନିକ ମୃତ୍ୟୁସହଖ୍ୟା ୧୧୫୦ ରହିଛି। ଆଗକୁ ଏହା ବଢ଼ିବାର ମଧ୍ୟ ଆଶଙ୍କା ରହିଛି।

ଗତବର୍ଷ ଶୀତ ଋତୁରେ ଡେଲ୍ଟା ଭାରିଏଣ୍ଟ ଆମେରିକାରେ ସାଂଘାତିକ ସ୍ଥିତି ସୃଷ୍ଟି କରିଥିଲା। ଲକ୍ଷାଧିକ ଲୋକ ଏହି ଭାରିଏଣ୍ଟରେ ସଂକ୍ରିମତ ହୋଇ ପ୍ରାଣ ମଧ୍ୟ ହରାଇଥିଲେ। ଏହି କାରଣରୁ ରାଷ୍ଟ୍ରପତି ବାଇଡେନ ଟିକା ଉପରେ ଗୁରୁତ୍ୱ ଦେଇଛନ୍ତି। ଦେଶରେ ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅଲଲାଇନ କ୍ଲାସ ଓ ପରୀକ୍ଷାର ବ୍ୟବସ୍ଥା ମଧ୍ୟ କରାଯାଉଛି।

ଜାତୀୟ ଫୁଟବଲ ଲିଗ୍‌ ଆରମ୍ଭ ହେବାର ସପ୍ତାହକ ମଧ୍ୟରେ ୧୦୦ରୁ ଅଧିକ ସଦସ୍ୟ ଓ ଖେଳାଳି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନବିଏ ମଧ୍ୟ ସଂକ୍ରମଣ ଯୋଗୁ ପ୍ରଭାବିତ ହୋଇଛି। କିଛି ଦିନ ତଳେ ବାଇଡେନ ନୂଆ ଭାରିଏଣ୍ଟକୁ ନେଇ ଡରିବା ଦରକାର ନାହିଁ ବୋଲି କହିଥିଲେ। ହେଲେ ଏବେ ସେ ନିଜର ସ୍ୱର ବଦଳାଇ ଲୋକଙ୍କ ସତର୍କ ରହିବାକୁ କହିଛନ୍ତି।

ଅନ୍ୟପକ୍ଷରେ ଜି୭ ବୈଠକରେ ଯୋଗଦେଇଥିବା ସ୍ୱାସ୍ଥ୍ୟମନ୍ତ୍ରୀମାନେ ଗୁରୁବାର ଓମିକ୍ରନର ମୁକାବିଲା ପାଇଁ ଅନ୍ତର୍ଜାତୀୟ ସହଯୋଗ ପାଇଁ ଆହ୍ୱାନ କରିଛନ୍ତି। ବିଶ୍ୱର ଜନସ୍ୱାସ୍ଥ୍ୟ ପାଇଁ ଓମିକ୍ରନ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିବା ସେମାନେ କହିଥିଲେ।

The post ଓମିକ୍ରନରୁ ବର୍ତ୍ତିବା ପାଇଁ ଉପାୟ କହିଲେ ରାଷ୍ଟ୍ରପତି ବାଇଡେନ appeared first on Odisha Reporter.



from Odisha Reporter https://ift.tt/3q2y80c

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages