ସୁଶାସନ ସୂଚକାଙ୍କ ୨୦୨୧: ଶୀର୍ଷ ସ୍ଥାନରେ ଗୁଜରାଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 25, 2021

ସୁଶାସନ ସୂଚକାଙ୍କ ୨୦୨୧: ଶୀର୍ଷ ସ୍ଥାନରେ ଗୁଜରାଟ

ନୂଆଦିଲ୍ଲୀ: ସୁଶାସନ ଦିବସ ଅବସରରେ କେନ୍ଦ୍ର ସ୍ୱରାଷ୍ଟ୍ର ଅମିତ ଶାହ ସୁଶାସନ ସୂଚକାଙ୍କ (ଜିଜିଆଇ)-୨୦୨୧ର ତାଲିକା ପ୍ରକାଶ କରିଛନ୍ତି। ଏଥିରେ ଗୁଜରାଟ ୧ନଂ ସ୍ଥାନରେ ଥିବା ବେଳେ ମହାରାଷ୍ଟ୍ର ଓ ଗୋଆ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି। ଏଥିସହ ଉତ୍ତରପ୍ରଦେଶର ସୁଶାସନ ସୂଚକାଙ୍କରେ ନିଜର ପଏଣ୍ଟ ସଂଖ୍ୟା ୮.୯% ବୃଦ୍ଧି କରିବାକୁ ସକ୍ଷମ ହୋଇଛି।

ସୂଚକାଙ୍କ ଅନୁଯାୟୀ, ୨୦୨୧ ବର୍ଷରେ ୨୦ଟି ରାଜ୍ୟ ନିଜର ଜିଜିଆଇ ପଏଣ୍ଟ ବୃଦ୍ଧି କରିବାକୁ ସକ୍ଷମ ହୋଇଛନ୍ତି। ଏହାର ଅର୍ଥ ଏହି ରାଜ୍ୟଗୁଡ଼ିକ ସୁଶାସନ ପ୍ରଦାନ କରିବା ଦିଗରେ ଆଗକୁ ବଢ଼ୁଛନ୍ତି। କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ କଥା ବିଚାରକୁ ନେଲେ, ସୁଶାସନ ସୂଚକାଙ୍କରେ ଦିଲ୍ଲୀ ଶୀର୍ଷରେ ରହିଛି।

ଦଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ଶାହ ସୁଶାସନ ସୂଚକାଙ୍କ ୨୦୨୧ର ଉନ୍ମଚୋନ କରିଛନ୍ତି। ଏହି ଅବସରରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ଯେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଶାସନ ବ୍ୟବସ୍ଥାକୁ ଆକଳନ କରିବାରେ ଏହି ସୂଚକାଙ୍କ ଅନେକ ପ୍ରକାରର ସାହାଯ୍ୟ କରିବ।

ପ୍ରତିବର୍ଷ ଡିସେମ୍ବର ୨୫ ଅର୍ଥାତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଦିନକୁ ସୁଶାସନ ଦିବସ ଭାବରେ ପାଳନ କରାଯାଉଛି। ତେଣୁ ସେହିଦିନ ସୁଶାସନ ସୂଚକାଙ୍କ ତାଲିକା ଜାରି କରାଯାଇଛି। ଜିଜିଆଇ-୨୦୨୧ ଅନୁଯାୟୀ, ଗୁଜୁରାଟ, ମହାରାଷ୍ଟ୍ର ଓ ଗୋଆ ୧୦ଟି ଯାକ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଛନ୍ତି। ୨୦୧୯ ସୂଚକାଙ୍କ ତୁଳନାରେ ଗୁଜରାଟ ସୁଶାସନ ପ୍ରଦାନ କରିବା ଦିଗରେ ଅଧିକ ୧୨.୩% ଅଭିବୃଦ୍ଧି କରିଛି। ଗୋଆରେ ଏହା ୨୪.୭% ରହିଛି।

ଅର୍ଥନୀତିକ ଶାସନ, ମାନବ ସମ୍ବଳ ବିକାଶ, ଜନସାଧାରଣ ଭିତ୍ତିଭୂମି , ସାମାଜିକ କଲ୍ୟାଣ, ନ୍ୟାୟିକ କ୍ଷେତ୍ରରେ ଗୁଜରାଟ ଭଲ ପ୍ରଦର୍ଶନ କରିଥିବାବେଳେ ମହାରାଷ୍ଟ୍ର କୃଷି, ମାନବ ସମ୍ବଳ, ଭିତ୍ତିଭୂମି, ସାମାଜିକ କଲ୍ୟାଣ ଯୋଜନା ପ୍ରଦାନ କରିବାରେ ଉତ୍ତମ ପଦକ୍ଷେପ ଗ୍ରହଣ କରିଛି। ଗୋଆ କୃଷି କ୍ଷେତ୍ର, ବାଣିଜ୍ୟ, ଶିଳ୍ପ, ଭିତ୍ତିଭୂମି, ଅର୍ଥନୀତିକ ଶାସନ, ସାମାଜିକ କଲ୍ୟାଣ ଓ ପରିବେଶ ଭଳି କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଛି।

ଝାରଖଣ୍ଡ ପ୍ରଦର୍ଶନ ୨୦୧୯ରେ ତୁଳନାରେ ଚଳିତ ବର୍ଷ ୧୨.୯% ଅଭିବୃଦ୍ଧି ହୋଇଛି। ୧୦ଟି କ୍ଷେତ୍ର ମଧ୍ୟରୁ ସାତଟିରେ ଝାରଖଣ୍ଡ ଭଲ ପ୍ରଦର୍ଶନ କରିଛି। ରାଜସ୍ଥାନ ତା’ର ପଏଣ୍ଟରେ ୧.୭% ବୃଦ୍ଧି କରିପାରିଛି।

ଉତ୍ତରପୂର୍ବ ଓ ପାହାଡ଼ି ରାଜ୍ୟଗୁଡ଼ିକ ବର୍ଗରେ ମିଜୋରାମ ଶୀର୍ଷରେ ରହିଛି। ମିଜୋରାମ କର୍ମସ ଓ ଇଣ୍ଡଷ୍ଟ୍ରୀ, ଭିତ୍ତିଭୂମି, ସ୍ୱାସ୍ଥ୍ୟ ଓ ଅର୍ଥନୀତିକ ଶାସନ କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ କରିଛି। ଜମ୍ମୁ-କଶ୍ମୀର ମଧ୍ୟ ସୁଶାସନ ପଏଣ୍ଟରେ ଅଭିବୃଦ୍ଧି କରିପାରିଛି। କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ଶୀର୍ଷରେ ଥିବା ଦିଲ୍ଲୀ କୃଷି କ୍ଷେତ୍ର, ବାଣିଜ୍ୟ, ଭିତ୍ତିଭୂମି, ସାମାଜିକ କଲ୍ୟାଣ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଛି।

The post ସୁଶାସନ ସୂଚକାଙ୍କ ୨୦୨୧: ଶୀର୍ଷ ସ୍ଥାନରେ ଗୁଜରାଟ appeared first on Odisha Reporter.



from Odisha Reporter https://ift.tt/3eoJ7Mg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages