ଦ୍ୱିତୀୟ ଟେଷ୍ଟରେ ଟସ୍‌ ଜିତିଲେ ବିରାଟ, ଟିମରେ ଏକାଧିକ ପରିବର୍ତ୍ତନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 2, 2021

ଦ୍ୱିତୀୟ ଟେଷ୍ଟରେ ଟସ୍‌ ଜିତିଲେ ବିରାଟ, ଟିମରେ ଏକାଧିକ ପରିବର୍ତ୍ତନ

ମୁମ୍ବାଇ: ବର୍ଷା ଯୋଗୁ ବିଳମ୍ବରେ ଆରମ୍ଭ ହୋଇଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଟସ୍‌ ଜିତିଛନ୍ତି ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି। ଟି-୨୦ ବିଶ୍ୱକପ ପରେ କ୍ରିକେଟରୁ ବିଶ୍ରାମ ନେଇଥିବା ବିରାଟ ଆଜି ଦଳକୁ କମବ୍ୟାକ କରିଛି। ଏହି ମ୍ୟାଚ୍‌ରେ ଟସ୍‌ ଜିତି ସେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି।

ଆହତ ସମସ୍ୟା ଯୋଗୁ ଦଳରେ ଆଜି ୩ଟି ପରିବର୍ତ୍ତନ କରାଯାଇଛି। ପୂର୍ବ ମ୍ୟାଚ୍‌ର ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କ ବଦଳରେ ବିରାଟ ନିଜେ ଚୂଡ଼ାନ୍ତ ଏକାଦଶରେ ସାମିଲ ହୋଇଛନ୍ତି। ସେହିପରି ରବୀନ୍ଦ୍ର ଜାଡେଜାଙ୍କ ବଦଳରେ ଜୟନ୍ତ ଯାଦବ ଓ ଈଶାନ୍ତ ଶର୍ମାଙ୍କ ବଦଳରେ ମହମ୍ମଦ ସିରାଜଙ୍କୁ ପ୍ଲେଇଂ ଇଲେଭେନରେ ସୁଯୋଗ ମିଳିଛି। ଦୀର୍ଘ ଦିନ ପରେ ଜୟନ୍ତ ଯାଦବ ଟିମ ଇଣ୍ଡିଆକୁ କମବ୍ୟାକ କରିଛନ୍ତି।

ନ୍ୟୁଜିଲ୍ୟାଣ୍ଡ ମଧ୍ୟ ଦଳର ନିୟମିତ ଅଧିନାୟକ କେନ ୱିଲିୟମସନଙ୍କ ବିନା ମୈଦାନକୁ ଓହ୍ଲାଇଛି। ଆହତ ସମସ୍ୟା ଯୋଗୁ ୱିଲିୟମସନ ଦ୍ୱିତୀୟ ଟେଷ୍ଟରୁ ବାଦ ପଡ଼ିଛନ୍ତି। ତାଙ୍କ ବଦଳରେ ଟମ ଲାଥମ ଦଳର କମାଣ ସମ୍ଭାଳିଛନ୍ତି। ସେହିପରି ୱିଲିୟମସନଙ୍କ ବଦଳରେ ଇନଫର୍ମ ଡାରେଲ ମିଚେଲ ନ୍ୟୁଜିଲ୍ୟାଣ୍ତର ଚୂଡ଼ାନ୍ତ ଏକାଦଶରେ ସାମିଲ ହୋଇଛନ୍ତି।

ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଦ୍ୱିତୀୟ ଟେଷ୍ଟ ଖେଳାଯାଉଛି। ଏଠାରେ ଗତକାଲି ଠାରୁ ବର୍ଷା ଲାଗି ରହିଥିଲା। ଆଜି ବର୍ଷା ଛାଡ଼ିଥିଲେ ମଧ୍ୟ ଆଉଟ ଫିଲ୍ଡ ଓଦା ଥିବାରୁ ଠିକ୍‌ ସମୟରେ ଟସ୍‌ ପଡ଼ି ପାରି ନଥିଲା। ଶେଷରେ ଗ୍ରାଉଣ୍ଡ ଷ୍ଟାଫଙ୍କ ଅକ୍ଲାନ୍ତ ପରିଶ୍ରମ ପରେ ଆଉଟ ଫିଲ୍ଡ ଶୁଖିଛି। ତେଣୁ ୧୧.୩୩ରେ ଟସ୍‌ ପଡ଼ିଛି।

The post ଦ୍ୱିତୀୟ ଟେଷ୍ଟରେ ଟସ୍‌ ଜିତିଲେ ବିରାଟ, ଟିମରେ ଏକାଧିକ ପରିବର୍ତ୍ତନ appeared first on Odisha Reporter.



from Odisha Reporter https://ift.tt/2ZSPPGC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages