୨ ଆତଙ୍କୀ ଖତମ, ସର୍ଚ୍ଚ ଅପରେସନ ଜାରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 15, 2021

୨ ଆତଙ୍କୀ ଖତମ, ସର୍ଚ୍ଚ ଅପରେସନ ଜାରି

ଶ୍ରୀନଗର: ଜମ୍ମୁ-କଶ୍ମୀରର କୁଲଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ଆତଙ୍କୀବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ନିକଟରୁ ରାଇଫଲ ଜବତ କରାଯାଇଛି। ଜମ୍ମୁ-କଶ୍ମୀର ପୁଲିସ୍‌ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ, କୁଲଗାମର ରେଡୱାନି ଅଞ୍ଚଳରେ କିଛି ଆତଙ୍କୀ ଲୁଚି ଥିବା ଖବର ମିଳିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା।

ଏହି ସମୟରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ। ଏଥିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିଲେ ମଧ୍ୟ ସର୍ଚ୍ଚ ଅପରେସନ ବନ୍ଦ ହୋଇନି। ଏବେ ବି ସେଠାରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଜଣାପଡ଼ିଛି। ତେଣୁ ସୁରକ୍ଷାକର୍ମୀମାନେ ବେଶ ସତର୍କତାର ସହ ଅପରେସନ ଚଳାଇଛନ୍ତି।

ବୁଧବାର ପୁଲୱାମା ଠାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ହିଜବୁଲ ମୁଜାହିଦ୍ଦିନର ଜଣେ ଆତଙ୍କୀ ପ୍ରାଣ ହରାଇଥିଲା। ନିହତ ଆତଙ୍କବାଦୀର ନାଁ ଫିରୋଜ ଅହମଦ ଦାର। ସେ ଜମ୍ମୁ-କଶ୍ମୀରରେ ଦୀର୍ଘଦିନ ହେଲା ସକ୍ରିୟ ରହିବା ସହ ଏକାଧିକ ଆତଙ୍କୀ ହମଲା ଘଟାଇଥିଲା।


ସୂଚନାଯୋଗ୍ୟ, ଦୁଇ ଦିନ ପୂର୍ବରୁ ଶ୍ରୀନଗରେ ଆତଙ୍କବାଦୀମାନେ ପୁଲିସ୍‌ ବସ୍‌ ଉପରକୁ ଆକ୍ରମଣ କରିଥିଲେ। ଏଥିରେ ୩ ଜଣ ପୁଲିସ୍‌ କର୍ମଚାରୀ ସହିଦ ହେବା ସହ ୧୧ ଜଣ ଆହତ ହୋଇଥିଲେ। ଏହି ଘଟଣାରେ ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।

The post ୨ ଆତଙ୍କୀ ଖତମ, ସର୍ଚ୍ଚ ଅପରେସନ ଜାରି appeared first on Odisha Reporter.



from Odisha Reporter https://ift.tt/3p04NnT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages