ନୂଆଦିଲ୍ଲୀ: ଦେଶରେ ଚିନ୍ତା ବଢ଼ାଇଲାଣି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍। ଭାରତର କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଗୁଜରାଟରେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ରାଜଧାନୀକୁ ନେଇ ବିପଦ ବଢ଼ିଛି। ଏଠି ବିଦେଶ ଫେରନ୍ତାଙ୍କୁ ନେଇ ଚିନ୍ତା ବଢ଼ିଛି। ପ୍ରାୟ ୧୦ଟି ହାଇ ରିସ୍କ ଦେଶରୁ ଆସିଥିବା ଅନେକ ଯାତ୍ରୀଙ୍କର କିଛି ଖୋଜଖବର ମିଳୁନାହିଁ। ଅନେକ ଯାତ୍ରୀ କୋଭିଡ୍ ଟେଷ୍ଟ୍ ନକରିବା ଏବଂ କ୍ୱାରେଣ୍ଟାଇନ୍ ନିୟମ ପାଳନ ନକରି ରହିବା ଅତ୍ୟନ୍ତ ଚିନ୍ତାର କାରଣ ପାଲଟିଛି।
ସେପଟେ ହାଇରିସ୍କ ଦେଶରୁ ଫେରିଥିବା ୧୫ ଜଣ ଯାତ୍ରୀଙ୍କୁ ଏଲ୍ଏନ୍ଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏସମସ୍ତଙ୍କ ନମୂନାକୁ ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଛି। ଯାହାର ରିପୋର୍ଟ ୪ରୁ ୫ ଦିନ ଭିତରେ ଆସିବା। ଏହି ୧୫ ଜଣ ସନ୍ଦିଗ୍ଧ ରୋଗୀଙ୍କ ମଧ୍ୟରୁ ୯ ଜଣ କରୋନା ପଜିଟିଭ ଅଛନ୍ତି। ଅନ୍ୟ ୬ ଜଣଙ୍କ ଠାରେ କରୋନାର ସାମାନ୍ୟ ଲକ୍ଷଣ ରହିଛି। ଗତ ସପ୍ତାହରେ ହିଁ ଲୋକନାୟକ ଜୟପ୍ରକାଶ ନାରାୟଣ ହସ୍ପିଟାଲକୁ ଓମିକ୍ରନ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଦିଲ୍ଲୀ ସରକାର ରିଜର୍ଭ କରିଥିଲେ।
ସେପଟେ ଉତ୍ତରପ୍ରଦେଶର ମିରଟକୁ ବିଦେଶରୁ ଫେରିଥିବା ୩୦୦ ଯାତ୍ରୀଙ୍କ ମଧ୍ୟରୁ ୧୩ ଜଣ ଭୁଲ୍ ଠିକଣା ଏବଂ ଭୁଲ୍ ମୋବାଇଲ ନମ୍ବର ଦେଇ ନିଖୋଜ ହୋଇଯାଇଛନ୍ତି। ଏମାନଙ୍କ ମଧ୍ୟରୁ ୭ ଜଣ ଦକ୍ଷିଣ ଆଫ୍ରିକାରୁ ଫେରିଛନ୍ତି। ସେହିପରି ଦକ୍ଷିଣ ଆଫ୍ରିକାରୁ ଫେରିଥିବା ୧୦ ଜଣ ଯାତ୍ରୀ ବେଙ୍ଗାଲୁରୁରେ ନିଖୋଜ ହୋଇଯାଇଛନ୍ତି।
ଶନିବାର ବିପଦ ଥିବା ଦେଶରୁ ଜଣେ ଶିଶୁ ସମେତ ୨ ଜଣ ଅନ୍ତର୍ଜାତୀୟ ଯାତ୍ରୀ ଚେନ୍ନାଇ ବିମାନବନ୍ଦରରେ ପହଞ୍ଚିଥିବା ବେଳେ ସେମାନଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ସେମାନଙ୍କ ନମୁନାକୁ ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଛି। ସେହିପରି ଜୟପୁରର ଏକ ପରିବାରରେ ୯ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ଉକ୍ତ ପରିବାରରେ ୪ ଜଣ ନିକଟରେ ଦକ୍ଷିଣ ଆଫ୍ରିକାରୁ ଫେରିଛନ୍ତି।
The post ରାଜଧାନୀରେ ଓମିକ୍ରନ! ଚିନ୍ତା ବଢ଼ାଇଲେ ବିଦେଶ ଫେରନ୍ତା appeared first on Odisha Reporter.
from Odisha Reporter https://ift.tt/3IlNlld
No comments:
Post a Comment