ଡେରାଡୁନ: ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଘଟଣାକୁ ନେଇ ସମଗ୍ର ଦେଶରେ ତୁମ୍ବି ତୋଫାନ ଚାଲିଥିବା ବେଳେ ଏବେ ଉତ୍ତରାଖଣ୍ଡର ପୂର୍ବ ମୁଖ୍ୟମନ୍ତ୍ରୀ ହରିଶ ରାବତଙ୍କ କ୍ଷେତ୍ରରେ ଘଟିଛି ସମାନ ଘଟଣା। କାଶୀପୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ରାବତ ଯାଇଥିବା ବେଳେ ଜଣେ ଯୁବକ ଏକ ଛୁରୀ ଧରା ମଞ୍ଚ ଉପରେ ପହଞ୍ଚି ଯାଇଥିଲେ।
ସୂଚନାଯୋଗ୍ୟ, କାଶୀପୁରର କଂଗ୍ରେସ ସଦସ୍ୟତା ଅଭିଯାନ ଆୟୋଜିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାବତ ମୁଖ୍ୟ ଅତିଥି ହୋଇ ଯୋଗ ଦେଇଥିଲେ। ସଭାକୁ ସମ୍ବୋଧନ କରି ସେ ତଳକୁ ଓହ୍ଲାଉଥିଲେ। ଏହାପରେ ହଠାତ୍ ଭିଡ଼ ମଧ୍ୟରୁ ଜଣେ ଯୁବକ ହଠାତ୍ ମଞ୍ଚ ଉପରକୁ ଉଠି ଯାଇ ମାଇକ୍ରେ ଜୟ ଶ୍ରୀରାମ ବୋଲି କହିବାକୁ ଲାଗିଲେ। ସମ୍ପୃକ୍ତ ଯୁବକଙ୍କ ଗତିବିଧୀ ଦେଖି କଂଗ୍ରେସ କାର୍ଯ୍ୟକର୍ତ୍ତା ତାଙ୍କୁ ବିରୋଧ କରିବାରୁ ହଠାତ୍ ଯୁବକଜଣକ ଲୁଚାଇ ରଖିଥିବା ଛୁରୀ ବାହାର କରି ସମସ୍ତଙ୍କ ଭୟଭୀତ କରିବାକୁ ଲାଗିଲେ।
ଏହାକୁ ନେଇ ସଭାସ୍ଥଳରେ କିଛି ସମୟ ପାଇଁ ହୋହଲ୍ଲା ହୋଇଥିବା ବେଳେ କଂଗ୍ରେସ କାର୍ଯ୍ୟକର୍ତ୍ତା ସମ୍ପୃକ୍ତ ଯୁବକଙ୍କୁ କାବୁ କରି ପୁଲିସ୍ ଜିମା ଦେଇଥିଲେ।
The post ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସଭାରେ ଛୁରୀ ଧରି ପହଞ୍ଚିଗଲେ ଯୁବକ, ତା’ ପରେ… appeared first on Odisha Reporter.
from Odisha Reporter https://ift.tt/337p7v2
No comments:
Post a Comment